ETV Bharat / state

ପାରାଦ୍ବୀପ ବନ୍ଦର ଅଧ୍ୟକ୍ଷଙ୍କୁ କୋଲକାତା ବନ୍ଦରର ଅତିରିକ୍ତ ଦାୟିତ୍ବ

author img

By

Published : Oct 10, 2022, 3:20 PM IST

ପାରାଦ୍ବୀପ ବନ୍ଦର ଅଧ୍ୟକ୍ଷଙ୍କୁ କୋଲକାତା ବନ୍ଦରର ଅତିରିକ୍ତ ଦାୟିତ୍ବ
ପାରାଦ୍ବୀପ ବନ୍ଦର ଅଧ୍ୟକ୍ଷଙ୍କୁ କୋଲକାତା ବନ୍ଦରର ଅତିରିକ୍ତ ଦାୟିତ୍ବ

ବନ୍ଦରର ସୁପରିଚାଳନା ଓ ରେଳ ଟ୍ରାଫିକ କ୍ଷେତ୍ରରେ ଦକ୍ଷତା ଥିବା ପାରାଦ୍ବୀପ ବନ୍ଦର ଅଧ୍ୟକ୍ଷଙ୍କୁ କୋଲକାତା ବନ୍ଦରର ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ

ପାରାଦ୍ବୀପ: ଦେଶର ବିଭିନ୍ନ ବନ୍ଦରର ସୁପରିଚାଳନା ଓ ରେଳ ଟ୍ରାଫିକ କ୍ଷେତ୍ରରେ ଦକ୍ଷତା ଥିବା ପାରାଦ୍ବୀପ ବନ୍ଦର ଅଧ୍ୟକ୍ଷ ପି.ଏଲ ହାରନାଦଙ୍କୁ (P L Haranadh) କୋଲକାତାର ଶ୍ୟାମା ପ୍ରସାଦ ମୁଖାର୍ଜୀ ବନ୍ଦରର ଅତିରିକ୍ତ ଦାୟିତ୍ବ କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି । ଏହାକୁ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ପାରାଦ୍ବୀପ ବନ୍ଦର ଅଧ୍ୟକ୍ଷ ପିଏଲ ହାରନାଦ ୧୯୮୪ ମସିହାରେ ଭାରତୀୟ ରେଳ ବିଭାଗରେ I.R.T.S ଅଧିକାରୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ସେ ଦୀର୍ଘ ୨୭ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଭାରତୀୟ ରେଳ ବିଭାଗରେ ୨୨ ବର୍ଷ ଓ ଜାହାଜ ଚଳାଚଳ ମନ୍ତ୍ରଣାଳୟ ଅଧିନରେ ୫ ବର୍ଷ ଦକ୍ଷତାର ସହିତ କାର୍ଯ୍ୟ କରି ଆସିଛନ୍ତି । ସେ ଭାରତୀୟ ରେଳ ବିଭାଗରେ ରାୟପୁର ସ୍ଥିତ ସିନିୟର ଡିଭିଜନାଲ ମ୍ୟାନେଜର ଭାବେ କାର୍ଯ୍ୟ କରି ୨୦୦୨ ଓ ୨୦୦୫ ମସିହାରେ ଜାତୀୟ ପୁରସ୍କାର ହାସଲ କରିଥିଲେ ।

ଏହା ବି ପଢନ୍ତୁ- ଗଜଲକ୍ଷ୍ମୀ ରୂପରେ ଦର୍ଶନ ଦେଲେ ମା' ଶାରଳା, ଭାବବିହ୍ବଳ ଭକ୍ତ

ସେ ୨୦୧୫ ରୁ ୨୦୨୦ ପର୍ଯ୍ୟନ୍ତ ବିଶାଖାପାଟଣା ବନ୍ଦରର ଉପାଧ୍ୟକ୍ଷ ପରେ କୋଲକାତା ଶ୍ୟାମା ପ୍ରସାଦ ମୁଖାର୍ଜୀ ବନ୍ଦରର ଅଧ୍ୟକ୍ଷ ହୋଇଥିଲେ । ପରେ ତାଙ୍କୁ ପାରାଦ୍ବୀପ ବନ୍ଦରକୁ ବଦଳି କରାଯାଇଥିଲା । ପାରାଦ୍ବୀପ ବନ୍ଦର ଅଧ୍ୟକ୍ଷ ଭାବେ ଶ୍ରୀହାରନାଦ କାର୍ଯ୍ୟଭାର ଗ୍ରହଣ କରିବା ପରେ ବନ୍ଦରରେ ରେକର୍ଡ ସଂଖ୍ୟକ ୧୨୫ ମିଲିୟନ ଟନ ପଣ୍ୟ କାରବାର କରିବା ଦିଗରେ ଅଗ୍ରସର ହୋଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.