ETV Bharat / state

ଗଜଲକ୍ଷ୍ମୀ ରୂପରେ ଦର୍ଶନ ଦେଲେ ମା' ଶାରଳା, ଭାବବିହ୍ବଳ ଭକ୍ତ

author img

By

Published : Oct 9, 2022, 10:14 PM IST

ଆଜି କୁମାର ପୂର୍ଣ୍ଣିମା ଅବସରରେ ମା' ଶାରଳାଙ୍କୁ ଗଜଲକ୍ଷ୍ମୀ ପୂଜାରେ ସୁସଜ୍ଜିତ କରାଯାଇ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି । ମା'ଙ୍କ ଏହି ଦର୍ଶନ ଲାଗି ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଛି । ଅଧିକ ପଢନ୍ତୁ

ଗଜଲକ୍ଷ୍ମୀ ରୂପରେ ଦର୍ଶନ ଦେଲେ ମା' ଶାରଳା, ଭାବବିହ୍ବଳ ଭକ୍ତ
ଗଜଲକ୍ଷ୍ମୀ ରୂପରେ ଦର୍ଶନ ଦେଲେ ମା' ଶାରଳା, ଭାବବିହ୍ବଳ ଭକ୍ତ

ଜଗତସିଂହପୁର: ଜିଲ୍ଲାର ଇଷ୍ଟଦେବୀ ମା' ଶାରଳାଙ୍କ ମନ୍ଦିରରେ ଅନୁଷ୍ଠିତ ହୋଇଛି ଗଜଲକ୍ଷ୍ମୀ ପୂଜା (Gajalaxmi Puja in Sarala Temple) । ଆଜି କୁମାର ପୂର୍ଣ୍ଣିମା ଅବସରରେ ଏହି ନୀତି ଅନୁଷ୍ଠିତ ହୋଇଥିବା ବେଳେ ମା'ଙ୍କ ଗଜଲକ୍ଷ୍ମୀଙ୍କ ବେଶରେ ସଜ୍ଜିତ କରାଯାଏ । ମା'ଙ୍କ ଅପୂର୍ବ ରୂପ ଦେଖି ଭକ୍ତ ଭାବବିହ୍ବଳ ହୋଇପଡ଼ିଥିବା ବେଳେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି ।

ଗଜଲକ୍ଷ୍ମୀ ରୂପରେ ଦର୍ଶନ ଦେଲେ ମା' ଶାରଳା, ଭାବବିହ୍ବଳ ଭକ୍ତ

ଏହି ଅବସରରେ ମା' ସାରଳାଙ୍କୁ ସକାଳୁ ମଙ୍ଗଳ ଆଳତୀ, ମଇଲମ, ମାର୍ଯ୍ୟନ ବାଳଧୂପ, ଶଙ୍ଖୁଡ଼ି ଧୂପ ପରେ ପହୁଡ଼ ନୀତି ସମାପନ କରାଯାଇଥିଲା । ସନ୍ଧ୍ୟାରେ ମା'ଙ୍କୁ ମାର୍ଯ୍ୟନ ପରେ ଗଜଲକ୍ଷ୍ମୀ ବେଶରେ ସଜ୍ଜିତ କରା ଯାଇଥିଲା । ଆଜି କୁମାର ପୂର୍ଣ୍ଣିମା ଅବସରରେ ଏହି ନୀତି ଅନୁଷ୍ଠିତ ହୋଇଥାଏ । ମା' ଶାରଳାଙ୍କୁ କୁମାରୀ ଲକ୍ଷ୍ମୀ ରୂପରେ ସଜ୍ଜିତ କରାଯାଇଥାଏ । ଯାହାଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହେଉଛି।

ଏହା ବି ପଢନ୍ତୁ- କୁମାର ପୂର୍ଣ୍ଣିମାରେ ଚଳଚଞ୍ଚଳ ବ୍ରହ୍ମପୁର, ତାସ୍‌ ଖେଳ ସାଙ୍ଗକୁ ଜମୁଛି ନାଚଗୀତର ଆସର

ପାର୍ବଣର ମୂଳାଷ୍ଟମୀ ଠାରୁ ଦଶହରା ପର୍ଯ୍ୟନ୍ତ ମା'ଙ୍କୁ ବିଭିନ୍ନ ବେଶରେ ସୁସଜ୍ଜିତ କରାଯାଉଥିବାବେଳେ, କୁମାର ପୂର୍ଣ୍ଣିମାରେ କୁମାରୀ ଲକ୍ଷ୍ମୀ ଓ ଦୀପାବଳୀ ଦିନ ମହାକାଳୀ ରୂପରେ ମା' ଶାରଳାଙ୍କୁ ଭକ୍ତମାନେ ଦର୍ଶନ କରିଥାନ୍ତି । ଏହି ବେଶ ଦର୍ଶନ କଲେ ମା' ଲକ୍ଷ୍ମୀଙ୍କ କରୁଣା ପ୍ରାପ୍ତି ହେବାସହ ଧନଧାନ୍ୟରେ ପରିପୂର୍ଣ୍ଣ ହେବାର ବିଶ୍ବାସ ରହିଛି । ଯାହାକୁ ନେଇ ସନ୍ଧ୍ୟାରେ ମା'ଙ୍କୁ କୁମାରୀ ଲକ୍ଷ୍ମୀ ରୂପରେ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.