ETV Bharat / state

ସାବତ ଭଉଣୀକୁ ତଣ୍ଟି ଚିପି ହତ୍ୟା ମାମଲାରେ ଭାଇକୁ ଆଜୀବନ ଜେଲ୍

author img

By

Published : Jun 28, 2023, 1:28 PM IST

ସାବତ ଭଉଣୀକୁ ତଣ୍ଟି ଚିପି ହତ୍ୟା ମାମଲାରେ ଭାଇକୁ ଆଜୀବନ ଜେଲ୍ । ସଜ୍ଜା ଶୁଣାଇଲେ ଜଗତସିଂହପୁର ଜିଲ୍ଲା ପୋକ୍ସ କୋର୍ଟ । ଅଧିକ ପଢନ୍ତୁ

ଭଉଣୀକୁ ତଣ୍ଟି ଚିପି ହତ୍ୟା ମାମଲାରେ ଭାଇକୁ ଆଜୀବନ ଜେଲ୍
ଭଉଣୀକୁ ତଣ୍ଟି ଚିପି ହତ୍ୟା ମାମଲାରେ ଭାଇକୁ ଆଜୀବନ ଜେଲ୍

ସାବତ ଭଉଣୀକୁ ତଣ୍ଟି ଚିପି ହତ୍ୟା ମାମଲା

ଜଗତସିଂହପୁର: ଦୀର୍ଘ ୯ ବର୍ଷ ପରେ ହତ୍ୟାକାରୀ ଭାଇକୁ ମିଳିଲା ଦଣ୍ଡ । ସାବତ ଭଉଣୀକୁ ତଣ୍ଟି ଚିପି ହତ୍ୟା ମାମଲାରେ ଜହ୍ଲାଦ ଭାଇକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କଲେ ଜଗତସିଂହପୁର ଜିଲ୍ଲା ପୋକ୍ସୋ କୋର୍ଟ । କୁରକୁରି ଖାଇବାକୁ ଦେବା ଆଳରେ ଅଭିଯୁକ୍ତ ନାବାଳିକା ଭଉଣୀକୁ ନିର୍ଜନ ସ୍ଥାନକୁ ନେଇ ହତ୍ୟା କରିଥିଲା । ଏହି ଘଟଣାରେ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଆସାମୀକୁ ଆଜୀବନ କାରାଦାଣ୍ଡଦେଶ ସହ ୩୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି । ଜରିମାନା ଅନାଦେୟ ହେଲେ ୬ ମାସ ଅଧିକ ଜେଲଦଣ୍ଡ ବିଧାନ କରିଛନ୍ତି ଅଦାଲତ ।

ସୂଚନା ଅନସାରେ, ୨୦୧୪ ମସିହାରେ ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ମହା କାଳେଶ୍ବର ଗ୍ରାମରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା । ଗାଁର ଜଗବନ୍ଧୁ ନାଥଙ୍କ ଦ୍ବିତୀୟ ପତ୍ନୀଙ୍କ ୯ ବର୍ଷର ଝିଅକୁ ତାଙ୍କ ପ୍ରଥମ ପତ୍ନୀଙ୍କ ପୁଅ ତପନ ନାଥ କୁରୁକୁରି ଖାଇବାକୁ ଦେବାର ପ୍ରଲୋଭନ ଦେଖାଇ ସାଇକେଲରେ ବସାଇ ନିଛାଟିଆ ସ୍ଥାନକୁ ନେଇଯାଇଥିଲା । ସେଠାରେ ସେ ସାବତ ଭଉଣୀର ତଣ୍ଟି ଚିପି ହତ୍ୟା କରିଥିଲା ଏବଂ ମୃତଦେହକୁ ନିକଟରେ ପ୍ରବାହିତ ଅଳକା ନଦୀକୁ ପକାଇ ଚାଲିଯାଇଥିଲା । ସେ ଘରେ ପହଞ୍ଚିବା ପରେ ଭଉଣୀ କୁଆଡେ ଗଲା ବୋଲି ତପନକୁ ବାପା ପଚାରିବାରୁ ସେ ଜାଣିନାହିଁ ବୋଲି କହିଥିଲା ।

ଏହାପରେ ବାପା ଜଗବନ୍ଧୁ ଝିଅର ନିଖୋଜ ସମ୍ପର୍କରେ ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଆରମ୍ଭ କରିଥିଲା । ତପନ ଉପରେ ସନ୍ଦେହ ହେବାରୁ ଜଗତସିଂହପୁର ପୋଲିସ ଅଭିଯୁକ୍ତକୁ ଥାନାକୁ ଆଣି ପଚରା ଉଚାର କରିବା ପରେ ସେ ସତ ମାନି ଯାଇଥିଲା । ଅଭିଯୁକ୍ତର ବୟାନ କ୍ରମେ ପୋଲିସ ନଦୀରୁ ମୃତଦେହ ଉଦ୍ଧାର କରିବା ସହ 355/614/14ରେ ମାମଲା ରୁଜୁ କରି ତପନକୁ କୋର୍ଟ ଚାଲାଣ କରିଥିଲା ।

ଏହାମଧ୍ୟ ପଢନ୍ତୁ: ବିଚ୍ ରାସ୍ତାରେ ଭଉଣୀକୁ ପିଟିଲା ଭାଇ, ଭାଇକୁ କାବୁ କରି ପୋଲିସକୁ ଦେଲେ ଲୋକେ

ଦୀର୍ଘ ୯ ବର୍ଷ ପରେ ମଙ୍ଗଳବାର ଏହି ହତ୍ୟାକାଣ୍ଡର ରାୟ ପ୍ରକାଶ ପାଇଛି । ନାବାଳିକାକୁ ନ୍ୟାୟ ମିଳିଛି । ଜିଲ୍ଲା ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ଅଜୟ କୁମାର ମହାନ୍ତି ଭଉଣୀର ତଣ୍ଟି ଚିପି ହତ୍ୟା ଘଟଣାରେ ଅଭିଯୁକ୍ତ ତପନକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୩୦ ହଜାର ଟଙ୍କା ଜରିମାନା ରାୟ ଶୁଣାଇଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.