ETV Bharat / state

ମା'ଶାରଳାଙ୍କ ପୀଠରେ ମହାନବମୀ ପୂଜା, ସୋମବାର ଦଶହରା

author img

By

Published : Oct 24, 2020, 6:41 PM IST

Updated : Nov 3, 2020, 5:56 PM IST

Mahanabami Puja helds on Maa Sarala temple
ମା'ଶାରଳାଙ୍କ ପୀଠରେ ମହାନବମୀ ପୂଜା ଅନୁଷ୍ଠିତ

କୋରୋନା କଟକଣା ମଧ୍ୟରେ ଓଡ଼ିଶାର ଅନ୍ୟତମ ଶକ୍ତିପୀଠ ଝଙ୍କଡବାସିନୀ ମା'ଶାରଳାଙ୍କ ପୀଠରେ ଚାଲୁ ରହିଛି ଦଶହରା ପୂଜା । ଆଜି ପୀଠରେ ମା'ଙ୍କର ମହାନବମୀ ପୂଜା ଅନୁଷ୍ଠିତ ହେଉଛି । ଅଧିକ ପଢନ୍ତୁ...

ଜଗତସିଂହପୁର: ଓଡ଼ିଶାର ଅନ୍ୟତମ ଶକ୍ତିପୀଠ ଝଙ୍କଡବାସିନୀ ମା'ଶାରଳାଙ୍କ ପୀଠରେ କୋରୋନା କଟକଣା ମଧ୍ୟରେ ଚାଲୁ ରହିଛି ଦଶହରା ପୂଜା । ଶନିବାର ପୀଠରେ ମା'ଙ୍କର ମହାନବମୀ ପୂଜା ଅନୁଷ୍ଠିତ ହେଉଛି ।

ମା'ଶାରଳାଙ୍କ ପୀଠରେ ମହାନବମୀ ପୂଜା ଅନୁଷ୍ଠିତ

ଆସନ୍ତାକାଲି ମା'ଙ୍କର ବିଶ୍ରାମ ରହିଥିବାବେଳେ ସୋମବାର ଦିନ ଏଠାରେ ଦଶହରା ପାଳନ କରାଯିବ । ଚଳିତ ବର୍ଷ ମଳ ମାସ ଯୋଗୁଁ ମା'ଙ୍କର 46ଦିନ ପାର୍ବଣ ପୂଜା ଅନୁଷ୍ଠିତ ହେଉଥିଲା । ଆଜି ତାହାର ପରିସମାପ୍ତି ହେବ। ଦୀର୍ଘ 46 ଦିନ ଧରି ଚାଲୁଥିବା ଯଜ୍ଞର ଆଜି ପୂର୍ଣ୍ଣାହୁତି ଦିଆଯିବ । ଅର୍ଦ୍ଧରାତ୍ରରେ ମା'ଙ୍କ ଚଳନ୍ତି ପ୍ରତିମା ବିମାନରେ ଲଣ୍ଡା ଦେଉଳକୁ ଆସି ପରିକ୍ରମା କରିବାର ବିଧି ରହିଛି । ଏହି ନୀତି ଆଜି ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।

ଗତ ଶୁକ୍ରବାର ମା' ଶାରଳାଙ୍କ ମହାଷ୍ଟମୀ ପୂଜା ବଳିଦାନ ଆଦି ଅନୁଷ୍ଠିତ ହେବା ସହ ମହାକାଳୀ ରୂପରେ ମା'ଙ୍କୁ ବେଶ କରାଯାଇଥିଲା । ଆଜି ସନ୍ଧ୍ୟାରେ ମହାସରସ୍ବତୀ ରୂପରେ ଭକ୍ତମାନଙ୍କୁ ଦର୍ଶନ ଦେବେ ବୋଲି ଜଣାପଡିଛି । ତେବେ କୋରୋନା କଟକଣା ସହିତ ମନ୍ଦିରରେ ମା' ଶାରଳାଙ୍କ ପୂଜା ରୀତିନୀତି ଅନୁଯାୟୀ ଜାରି ରହିଛି । ପୂର୍ବରୁ ଦଶହରା ସମୟରେ ମନ୍ଦିରରେ ପ୍ରବଳ ଭିଡ ଲାଗି ରହିଥିବାବେଳେ ବର୍ତ୍ତମାନ କୋରୋନା ସମୟରେ ଶ୍ରଦ୍ଧାଳୁମାନଙ୍କ ସଂଖ୍ୟା କମ ରହିଥିବା ଦେଖିବାକୁ ମିଳିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated :Nov 3, 2020, 5:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.