ETV Bharat / state

ଷଣ୍ଢକୁଦ ବସ୍ତିକୁ ପାରାଦ୍ଵୀପ ଆଦର୍ଶ ଥାନାରେ ସାମିଲ ଦାବି କଲା BJP

author img

By

Published : Aug 10, 2021, 9:05 AM IST

ଷଣ୍ଢକୁଦ ବସ୍ତିକୁ ପାରାଦ୍ଵୀପ ଆଦର୍ଶ ଥାନାରେ ସାମିଲ ଦାବି କଲା BJP
ଷଣ୍ଢକୁଦ ବସ୍ତିକୁ ପାରାଦ୍ଵୀପ ଆଦର୍ଶ ଥାନାରେ ସାମିଲ ଦାବି କଲା BJP

ପାରାଦ୍ଵୀପ-ଷଣ୍ଢକୁଦ ବସ୍ତିକୁ ପାରାଦ୍ଵୀପ ଆଦର୍ଶ ଥାନାରେ ସାମିଲ କରିବାକୁ ଦାବି କରିଛି ପାରାଦ୍ଵୀପ ନଗର BJP। ଅଧିକ ପଢନ୍ତୁ...

ଜଗତସିଂହପୁର: ପାରାଦ୍ଵୀପ-ଷଣ୍ଢକୁଦ ବସ୍ତିକୁ ପାରାଦ୍ଵୀପ ଆଦର୍ଶ ଥାନାରେ ସାମିଲ କରିବାକୁ ଦାବି କରିଛି BJP। ଏ ସମ୍ପର୍କରେ ଏକ ଦାବିପତ୍ର ପାରାଦ୍ଵୀପ ଅତିରିକ୍ତ ଏସପିଙ୍କ ଦ୍ଵାରା ଜଗତସିଂହପୁର ଏସପି, ପୋଲିସ ଡିଜି ଓ ରାଜ୍ୟ ଗୃହ ବିଭାଗ ନିକଟକୁ ପଠାଯାଇଛି ।

ଷଣ୍ଢକୁଦ ବସ୍ତିକୁ ପାରାଦ୍ଵୀପ ଆଦର୍ଶ ଥାନାରେ ସାମିଲ ଦାବି କଲା BJP

ସୂଚନାଯୋଗ୍ୟ ୩ଟା ଓ୍ବାର୍ଡକୁ ନେଇ ଗଠିତ ଷଣ୍ଢକୁଦ ବସ୍ତି ବର୍ତ୍ତମାନ ଜଟାଧାର ମୁହାଣ ସାମୁଦ୍ରିକ ଥାନା ଅଧୀନରେ ରହିଛି। ପୂର୍ବରୁ ଏହି ଥାନା ପାରାଦ୍ଵୀପ ନୂଆବଜାରରେ ଥିବାବେଳେ ଏବେ ଏହା ଏରସମା ବ୍ଲକର ନୋଳିଆ ସାହିକୁ ଉଠିଯାଇଛି । ଫଳରେ କୌଣସି ଘଟଣା ପାଇଁ ଏତଲା ଦେବାକୁ ୨୫ କିଲୋମିଟର ବାଲି ରାସ୍ତାରେ ଯିବାକୁ ପଡୁଛି। ଅନ୍ୟପଟେ ପାରାଦ୍ଵୀପ ଆଦର୍ଶ ଥାନା ଷଣ୍ଢକୁଦ ବସ୍ତି ଠାରୁ ମାତ୍ର ୨ କିମି ଦୂରରେ ରହିଛି। ତେଣୁ ଷଣ୍ଢକୁଦ ବସ୍ତିକୁ ପାରାଦ୍ଵୀପ ଆଦର୍ଶ ଥାନାରେ ସାମିଲ କରିବାକୁ ଦାବି କରିଛି BJP। ଏ ସମ୍ପର୍କରେ ନଗର ବିଜେପି ପକ୍ଷରୁ ସମ୍ପଦ ସ୍ବାଇଁଙ୍କ ନେତୃତ୍ବରେ ଶତାଧିକ କର୍ମୀ ପାରାଦୀପ ଥାନା ନିକଟରେ ପହଞ୍ଚି ଅତିରିକ୍ତ ଏସପିଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.