ETV Bharat / state

ସର୍ଭେ ପାଇଁ ଯାଇଥିବା ପ୍ରଶାସନିକ ଅଧିକାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ, ଉଦ୍ଧାର କଲା ପୋଲିସ

author img

By

Published : Aug 19, 2021, 10:21 PM IST

ସର୍ଭେ ପାଇଁ ଯାଇଥିବା ପ୍ରଶାସନିକ ଅଧିକାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ, ଉଦ୍ଧାର କଲା ପୋଲିସ
ସର୍ଭେ ପାଇଁ ଯାଇଥିବା ପ୍ରଶାସନିକ ଅଧିକାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ, ଉଦ୍ଧାର କଲା ପୋଲିସ

ଗ୍ରାମ ବିଭାଜନ ବିବାଦକୁ ନେଇ କୁଜଙ୍ଗ ଅଞ୍ଚଳରେ ଉତ୍ତେଜନା । ସର୍ଭେ କରିବାକୁ ଯାଉଥିବା ପ୍ରଶାସନିକ ଅଧିକାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ l ପୋଲିସ ପହଞ୍ଚି କଲା ଉଦ୍ଧାର । ଅଧିକ ପଢନ୍ତୁ...

ଜଗତସିଂହପୁର: ଗ୍ରାମକୁ ବିଭାଜନକୁ ନେଇ ଲାଗି ରହିଥିବା ଅସନ୍ତୋଷରୁ ହଟ୍ଟାହଟ୍ଟା ହେଲେ ସରକାରୀ ଅଧିକାରୀ । ବିକାଶମୂଳକ କାର୍ଯ୍ୟର ସର୍ଭେ କରିବାକୁ ଯାଉଥିବା ପ୍ରଶାସନିକ ଅଧିକାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ l ଏପରି ଘଟଣା ଦେଖିବାକୁ ମିଳିଛି ଏରସମା ବ୍ଲକ ଢ଼ିଙ୍କିଆ ଗ୍ରାମପଞ୍ଚାୟତରେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକାରୀଙ୍କୁ ଗ୍ରାମବାସୀଙ୍କ ଠାରୁ ଉଦ୍ଧାର କରିଛି।

ସର୍ଭେ ପାଇଁ ଯାଇଥିବା ପ୍ରଶାସନିକ ଅଧିକାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ, ଉଦ୍ଧାର କଲା ପୋଲିସ

ସୂଚନା ଅନୁଯାୟୀ ଏରସମା ବ୍ଲକ ଢ଼ିଙ୍କିଆ ଗ୍ରାମପଞ୍ଚାୟତରେ ଥିବା 2ଟି ଗ୍ରାମ ପାଟଣା ଓ ମାହାଳ ଗ୍ରାମକୁ ସରକାରଙ୍କ ତରଫରୁ ରାଜସ୍ବ ଗ୍ରାମ ଘୋଷଣା କରାଯାଇଛି । ସରକାରଙ୍କ ଘୋଷଣା ପରେ ଆଜି ଏରସମା ବିଡ଼ିଓ, ତହସିଲଦାର ଓ ଆଡିସନାଲ ଏସପି ମାହାଳ ଗ୍ରାମର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସର୍ଭେ କରିବାକୁ ଯାଉଥିବା ସମୟରେ ଢ଼ିଙ୍କିଆ ଗ୍ରାମବାସୀ ଏହି 3 ଅଧିକାରୀଙ୍କୁ ଅଟକ ରଖିବା ସହିତ ଢ଼ିଙ୍କିଆ ଚାରିଦେଶକୁ ଖଣ୍ଡବିଖଣ୍ଡିତ କରିବାକୁ ନେଇ ପ୍ରତିକ୍ରିୟାଶୀଳ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା ।

ଉକ୍ତ ଘଟଣାକୁ ନେଇ ଢ଼ିଙ୍କିଆ ଗ୍ରାମରେ କିଛି ସମୟ ଉତ୍ତେଜନା ସୃଷ୍ଟି ହୋଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିବା ସହ ଅଟକ ଥିବା ଅଧିକାରୀଙ୍କୁ ଉଦ୍ଧାର କରିଥିଲା। ଦୀର୍ଘ 17 ବର୍ଷ ଧରି ଭିଟାମାଟି ଆନ୍ଦୋଳନ ଚଳାଇଥିବା ଢ଼ିଙ୍କିଆ ଓ ଗଡ଼ କୁଜଙ୍ଗ ପଞ୍ଚାୟତବାସୀଙ୍କ ଅଜ୍ଞାତରେ ପ୍ରଶାସନ କେତେକ ଗ୍ରାମକୁ ବିଭାଜନ କରି ଦେଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଲାଗି ରହିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.