ETV Bharat / state

ଜମିଜମା ବିବାଦରୁ ଭଗବାନଙ୍କୁ ହତ୍ୟା

author img

By

Published : Apr 14, 2022, 11:35 AM IST

ଜମିଜମା ବିବାଦରୁ ହତ୍ୟା, ଥାନାରେ ପହଁଞ୍ଚିଲା ଅଭିଯୋଗ
ଜମିଜମା ବିବାଦରୁ ହତ୍ୟା, ଥାନାରେ ପହଁଞ୍ଚିଲା ଅଭିଯୋଗ

ଜମିଜମା ବିବାଦରୁ ହତ୍ୟା । ଦୁଇ ପରିବାରରେ ଲାଗିଥିଲା ଜମିଜମା ବିବାଦ । ଅଧିକ ପଢ଼ନ୍ତୁ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ଖଇରଚଟା ଗ୍ରାମରେ ଭଗବାନ ନାହାକଙ୍କ ପରିବାର ମଧ୍ୟରେ ଜମିଜମା ବିବାଦକୁ ନେଇ କଳହ ହୋଇଥିଲା । ହେଲେ କଳହ ଏତେ ଭୟଙ୍କର ରହିଥିଲା ଯାହାକି ଭଗବାନଙ୍କୁ ହତ୍ୟା କରାଯାଇଥିବା ନେଇ ପୋଲସରା ଥାନାରେ ଅଭିଯୋଗ କରିଛନ୍ତି ମୃତକଙ୍କ ପୁଅ । ସୂଚନା ମୂତାବକ କଳହ ପରେ ଭଗବାନ ଗୁରୁତର ହୋଇଥିଲେ ।

ଜମିଜମା ବିବାଦରୁ ହତ୍ୟା, ଥାନାରେ ପହଁଞ୍ଚିଲା ଅଭିଯୋଗ

ତାଙ୍କୁ ପୋଲସରା ମେଡିକାଲକୁ ଚିକିତ୍ସା ନିମନ୍ତେ ଅଣାଯାଇଥିଲା । ଚିକିତ୍ସା ପରେ ଡାକ୍ତର ଭଗବାନ ନାହାକଙ୍କୁ ମେଡିକାଲରେ ମୃତ ଘୋଷଣା କରିଥିଲେ । ଯାହାକି ପୋଲସରା ଥାନାରେ ଦିଆଯାଇଥିବା ଏତଲାକୁ ଭିତ୍ତି କରି ପୋଲସରା ପୋଲିସ୍ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରିଥିଲା । ଏହାସହ ବ୍ୟବଛେଦ କରିବାପାଇଁ ବ୍ରହ୍ମପୁର ପଠାଇଥିବା ବେଳେ ଅନ୍ୟପଟେ ପୋଲିସ୍ ପ୍ରକୃତ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.