ETV Bharat / state

Double Murder In Digapahandi: ଦୁର୍ବୃତ୍ତଙ୍କ ନୃଶଂସ କାଣ୍ଡ, ହତ୍ୟା ପରେ 2 ଜଣଙ୍କୁ ପୋଡି ଦେଲେ

author img

By

Published : Jun 29, 2023, 8:46 AM IST

Updated : Jun 29, 2023, 9:07 PM IST

miscreants killed two men in ganjam
miscreants killed two men in ganjam

ଦିଗପହଣ୍ଡିରେ ବୀଭତ୍ସ ହତ୍ୟାକାଣ୍ଡ । ଡବଲ ମର୍ଡର ପରେ ଦୁଇ ଜଣଙ୍କୁ ପୋଡି ଦୁର୍ବୃତ୍ତମାନେ ପୋଡ଼ି ଦେଇଥିବା ଜଣାପଡିଛି । ଅଧିକ ପଢନ୍ତୁ

miscreants killed two men in ganjam

ବ୍ରହ୍ମପୁର: ଦିଗପହଣ୍ଡିରେ ଡବଲ ମର୍ଡର । ଦୁଇ ଜଣଙ୍କୁ ବୀଭତ୍ସ ହତ୍ୟା ପରେ ପୋଡି ଦେଲେ ଦୁର୍ବୃତ୍ତ । ଦିଗପହଣ୍ଡି ମହୁଡ଼ା ଗାଁରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଗତକାଲି (ବୁଧବାର) ବିଳମ୍ବିତ ରାତିରେ ହତ୍ୟାକାଣ୍ଡ ଘଟିଥିବା ବେଳେ ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଦୁଇ ମୃତକ ହେଉଛନ୍ତି ଶିବ ଗୈାଡ ଓ ଲିଟୁ ପୁରୋହିତ । ଏହି ଘଟଣାରେ ପୋଲିସ 15 ଜଣଙ୍କୁ ଅଟକ ରଖିଛି ।

ମୃତକଙ୍କ ନିକଟରେ ଏକ ମୋଟର ସାଇକେଲ ପଡିଥିବା ବେଳେ କେଉଁ ମାନେ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି ତାହା ଜଣାପଡିନି । ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରିଛନ୍ତି । କିପରି ଏବଂ କେଉଁ ପରିସ୍ଥିତିରେ ଏଭଳି ଦୁଇ ଜଣଙ୍କୁ ହତ୍ୟା କରିବା ପରେ ପୋଡିଦିଆଗଲା ତାହା ସ୍ପଷ୍ଟ ହୋଇନାହିଁ । ଅନ୍ୟପକ୍ଷରେ ଘଟଣାସ୍ଥଳେରେ ଚିକିଟି ଏସଡିପିଓ, ଦିଗପହଣ୍ଡି ଥାନା ଅଧିକାରୀ ଏବଂ ଏକ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-Double Murder In Kujanga: ଦୁଇ ମହିଳାଙ୍କୁ ଖଣ୍ଡାରେ ହାଣି ହତ୍ୟା କଲା ଯୁବକ

ଚଳିତ ମାସ ଜୁନ 18 ତାରିଖରେ ଜଗତସିଂହପୁର କୁଜଙ୍ଗରେ ଡବଲ ମର୍ଡର ହୋଇଥିଲା । ରାସ୍ତାରେ ଯାଉଥିବା ଦୁଇ ମହିଳାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ ଜଣେ ଯୁବକ । ଘଟଣାସ୍ଥଳରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲରେ ଅନ୍ୟ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା । ଏକ୍ସପ୍ରେସ ୱେ କଲୋନୀରେ ଏହି ହତ୍ୟାକାଣ୍ଡ ଘଟିଥିଲା । ଆକ୍ରମଣକାରୀ ଯୁବକ ଜଣକୁ ପୋଲିସ ଗିରଫ କରିଥିଲା । ଦୁଇ ମୃତ ମହିଳା ହେଉଛନ୍ତି କେନ୍ଦ୍ରାପଡ଼ାର ନିର୍ମଳା ଲେଙ୍କା ଓ ଅନିତା ରାଉତ ।

ଗତ ମେ ମାସରେ ସୁନ୍ଦରଗଡରେ ଡବଲ ମର୍ଡର ଘଟଣା ସାମ୍ନାକୁ ଆସିଥିଲା । ଦୁଇ ଯୁବକଙ୍କୁ ଗୋଡାଇ ଗୋଡାଇ ନିର୍ମମ ହତ୍ୟା କରିଥିଲେ ଦୁର୍ବୃତ୍ତ । ଭସ୍ମା ଥାନା ଅନ୍ତର୍ଗତ ଝରାକାନି ଗ୍ରାମରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା । ଦୁଇ ମୃତକ ହେଉଛନ୍ତି ଝରାକାନି ଗାଁର ରଞ୍ଜିତ ମଗଧା ଓ ତାଙ୍କ ସାଙ୍ଗ ରାଧେ ରକ୍ସା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁର୍ବୃତ୍ତ ମାନେ ସଂଘବଦ୍ଧ ଭାବେ ଉଭୟଙ୍କୁ ଆକ୍ରମଣ କରି ହତ୍ୟା କରିଥିଲେ ।

ଗତ ଦୁନ 20 ତାରିଖରେ ବଲାଙ୍ଗୀରରେ ପାରିବାରିକ କଳହ ଯୋଗୁଁ ସ୍ବାମୀ ତାର ସ୍ତ୍ରୀକୁ ହତ୍ୟା କରିଥିଲା । ପରେ ପ୍ରମାଣ ନଷ୍ଟ ପାଇଁ ସମ୍ପର୍କୀୟଙ୍କ ସହ ମିଶି ସ୍ତ୍ରୀର ମୃତଦେହକୁ ପୋଡ଼ିଦେଇଥିଲା ସ୍ବାମୀ। ଏନେଇ ମହିଳାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ସତ ସାମ୍ନାକୁ ଆସିଥିଲା । ପୋଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଥିଲା ।

ଇଟିଭି ଭାରତ, ବ୍ରହ୍ମପୁର

Last Updated :Jun 29, 2023, 9:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.