ETV Bharat / state

ପତ୍ନୀଙ୍କୁ ଶିଳରେ ଛେଚି ହତ୍ୟା ପରେ ସ୍ବାମୀର ଆତ୍ମହତ୍ୟା, ପୋଲିର ତଦନ୍ତ ଆରମ୍ଭ

author img

By

Published : Jun 3, 2021, 10:21 PM IST

ପତ୍ନୀଙ୍କୁ ଶୀଳରେ ଛେଚି ହତ୍ୟା ପରେ ସ୍ବାମୀର ଆତ୍ମହତ୍ୟା, ପୋଲିର ତଦନ୍ତ ଆରମ୍ଭ
ପତ୍ନୀଙ୍କୁ ଶୀଳରେ ଛେଚି ହତ୍ୟା ପରେ ସ୍ବାମୀର ଆତ୍ମହତ୍ୟା, ପୋଲିର ତଦନ୍ତ ଆରମ୍ଭ

ପତ୍ନୀଙ୍କୁ ହତ୍ୟା କରିବା ପରେ ସ୍ବାମୀର ଆତ୍ମହତ୍ୟା । ଏପରି ଅଭାବନୀୟ ଘଟଣା ଘଟିଛି ବ୍ରହ୍ମପୁର ସହରରେ । ଅଧିକ ପଢନ୍ତୁ....

ବ୍ରହ୍ମପୁର: ପତ୍ନୀଙ୍କୁ ହତ୍ୟା କରିବା ପରେ ସ୍ବାମୀର ଆତ୍ମହତ୍ୟା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ପୁରଷୋତ୍ତମପୁର ଥାନା ଅନ୍ତର୍ଗତ ବେଢ଼ଛୁଲ କୁମ୍ଭାରସାହି ଅଞ୍ଚଳରେ ।

ପତ୍ନୀଙ୍କୁ ଶୀଳରେ ଛେଚି ହତ୍ୟା ପରେ ସ୍ବାମୀର ଆତ୍ମହତ୍ୟା, ପୋଲିର ତଦନ୍ତ ଆରମ୍ଭ

ଘଟଣା ଅନୁସାରେ ଗତକାଲି ସାହିରେ ରହୁଥିବା ପ୍ରଶାନ୍ତ ମୁଦୁଲୁ ଏବଂ ତାଙ୍କ ପତ୍ନୀ ଝିଲି ମୁଦୁଲି ନିଜର 7 ବର୍ଷର ପୁଅକୁ ପାଖରେ ନେଇ ନିଜ ଘରର ଶୋଇଥିବାବେଳେ ୧୩ ବର୍ଷର ଝିଅ ଜେଜେମା ସହିତ ଅନ୍ୟ କୋଠରୀରେ ଶୋଇଥିଲେ । ହେଲେ କୌଣସି ଘରୋଇ ମତାନ୍ତର କାରଣରୁ କିମ୍ବା ଅନ୍ୟ କୌଣସି କାରଣରୁ ପ୍ରଶାନ୍ତ ଏକ ବଡ ଶିଳର ପେଷଣା ପଥରକୁ ନେଇ ପତ୍ନୀ ଝିଲିଙ୍କ ମୁଣ୍ଡକୁ ପିଟି ଦେବାରୁ ଘଟଣାସ୍ଥଳରେ ସେ ପ୍ରାଣ ହରାଇଥିଲେ । ପରେ ପ୍ରଶାନ୍ତ ନିଜେ ମଧ୍ୟ ଘର ମଧ୍ୟରେ ଥିବା ରଶିରେ ଝୁଲି ଆତ୍ମହତ୍ୟା କରିଥିବା ଜଣାଯାଇଛି ।

ଏ ନେଇ ପରିବାର ଏବଂ ସାହି ପଡୋଶୀ ଲୋକେ ପ୍ରଥମେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ପରେ ପୋଲିସକୁ ଖବର ଦିଆଯାଇଥିଲା । ସ୍ଥାନୀୟ ପୋଲିସ ଏବଂ ଏସ୍.ଡି.ପି.ଓ ଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଓ ସାଇଣ୍ଟି୍ଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲେ । ଏଭଳି ଅଭାବନୀୟ ଘଟଣା ଘଟିବାର କାରଣ ଖୋଜୁଛି ପୋଲିସ । ଅନ୍ୟପଟେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବିଭିନ୍ନ କାରଣକୁ ନେଇ ପାଟିତୁଣ୍ଡ ହୋଇ ଆସୁଥିବା ମଧ୍ୟ ଜଣାପଡିଛି ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.