ETV Bharat / state

ଗଞ୍ଜାମରେ ଆରମ୍ଭ ହେଲା ଡୋର ଟୁ ଡୋର ହେଲଥ୍ ସ୍କ୍ରିନିଂ କାର୍ଯ୍ୟକ୍ରମ

author img

By

Published : Apr 20, 2021, 6:31 PM IST

Updated : Apr 20, 2021, 9:44 PM IST

ଗଞ୍ଜାମରେ ଆରମ୍ଭ ହେଲା ଡୋର ଟୁ ଡୋର ହେଲଥ୍ ସ୍କ୍ରିନିଂ କାର୍ଯ୍ୟକ୍ରମ
ଗଞ୍ଜାମରେ ଆରମ୍ଭ ହେଲା ଡୋର ଟୁ ଡୋର ହେଲଥ୍ ସ୍କ୍ରିନିଂ କାର୍ଯ୍ୟକ୍ରମଗଞ୍ଜାମରେ ଆରମ୍ଭ ହେଲା ଡୋର ଟୁ ଡୋର ହେଲଥ୍ ସ୍କ୍ରିନିଂ କାର୍ଯ୍ୟକ୍ରମଗଞ୍ଜାମରେ ଆରମ୍ଭ ହେଲା ଡୋର ଟୁ ଡୋର ହେଲଥ୍ ସ୍କ୍ରିନିଂ କାର୍ଯ୍ୟକ୍ରମଗଞ୍ଜାମରେ ଆରମ୍ଭ ହେଲା ଡୋର ଟୁ ଡୋର ହେଲଥ୍ ସ୍କ୍ରିନିଂ କାର୍ଯ୍ୟକ୍ରମଗଞ୍ଜାମରେ ଆରମ୍ଭ ହେଲା ଡୋର ଟୁ ଡୋର ହେଲଥ୍ ସ୍କ୍ରିନିଂ କାର୍ଯ୍ୟକ୍ରମ

ଗଞ୍ଜାମ ଜିଲ୍ଲାରେ ବଢୁଥିବା ସଂକ୍ରମଣ ମାମଲାକୁ ଦେଖି ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ଡୋର ଟୁ ଡୋର ହେଲଥ୍ ସ୍କ୍ରିନିଂ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...

ବ୍ରହ୍ମପୁର/ଭଞ୍ଜନଗର: ଗଞ୍ଜାମ ଜିଲ୍ଲାରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ଡୋର ଟୁ ଡୋର ହେଲଥ୍ ସ୍କ୍ରିନିଂ କାର୍ଯ୍ୟକ୍ରମ । ଜିଲ୍ଲାରେ ନିୟମିତ ଭାବରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏହା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏଭଳି ସମୟରେ ଏହି ସଂକ୍ରମଣରେ ରୋକ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶକ୍ରମେ ଆଜି ଠାରୁ ସମ୍ପୂର୍ଣ୍ଣ ଜିଲ୍ଲାରେ ଏପରି କାର୍ଯ୍ୟକ୍ରମ ହାତକୁ ନେଇଛି ଜିଲ୍ଲା ପ୍ରଶାସନ ।

ଗଞ୍ଜାମରେ ଆରମ୍ଭ ହେଲା ଡୋର ଟୁ ଡୋର ହେଲଥ୍ ସ୍କ୍ରିନିଂ କାର୍ଯ୍ୟକ୍ରମ

ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀମାନେ ଘରକୁ ଘର ବୁଲି ଥର୍ମାଲ ସ୍କ୍ରିନିଂ କରିବା ସହ ଅମ୍ଳଜାନ ସ୍ତର ପରୀକ୍ଷା କରିବା ସହ ବାହାର ରାଜ୍ୟରୁ ଫେରିଥିବା ପ୍ରବାସୀଙ୍କ ତଥ୍ୟ ସଂଗ୍ରହ କରି ଟିକାକରଣ ବିଷୟରେ ପଚାରି ବୁଝିଛନ୍ତି । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି କାର୍ଯ୍ୟକ୍ରମକୁ ନିଜେ ବିଭିନ୍ନ ସ୍ଥାନରେ ବୁଲି ବୁଲି ତଦାରଖ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ସେହପରି ଉପଜିଲ୍ଲାପାଳ , ତହସିଲଦାର , ସିଡିପିଓ , ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମତେ ବହୁ ପ୍ରଶାସନିକ ଅଧିକାରୀମାନେ ଏହାର ସମୀକ୍ଷା କରିଛନ୍ତି । ଜିଲ୍ଲାର ସମସ୍ତ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଏହି ସ୍ବାସ୍ଥ୍ୟଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏହାସହିତ ଯେଉଁମାନଙ୍କର କୋରୋନା ଲକ୍ଷଣ ପ୍ରକାଶ ପାଏ ସେମାନଙ୍କର ପରୀକ୍ଷା ମଧ୍ୟ କରାଯିବ । ସ୍ବାସ୍ଥ୍ୟ ଯାଞ୍ଚ ସହିତ ଲୋକଙ୍କୁ କୋରୋନା ସଂକ୍ରମଣ ନେଇ ମଧ୍ୟ ଏହି ସ୍ବାସ୍ଥ୍ୟ ଯାଞ୍ଚ ଟିମ୍‌ ସଚେତନ କରିବ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Last Updated :Apr 20, 2021, 9:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.