ETV Bharat / state

ଗଞ୍ଜାମରେ ଚାଞ୍ଚଲ୍ୟ, ବ୍ୟବସାୟୀଙ୍କୁ ପିଟି ପିଟି ହତ୍ୟା

author img

By

Published : Apr 23, 2022, 11:41 AM IST

ଗଞ୍ଜାମରେ ଚାଞ୍ଚଲ୍ୟ, ବ୍ୟବସାୟୀଙ୍କୁ ପିଟି ପିଟି ହତ୍ୟା
ଗଞ୍ଜାମରେ ଚାଞ୍ଚଲ୍ୟ, ବ୍ୟବସାୟୀଙ୍କୁ ପିଟି ପିଟି ହତ୍ୟା

ଗଞ୍ଜାମରେ ଚାଞ୍ଚଲ୍ୟ । ବ୍ୟବସାୟୀଙ୍କୁ ନିର୍ମମ ଭାବେ ପିଟି ପିଟି ହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଛତ୍ରପୁର ଥାନା ହଂସପୁର ଗାଁରେ । ଅଧିକ ପଢନ୍ତୁ

ବ୍ରହ୍ମପୁର: ଗଞ୍ଜାମରେ ଚାଞ୍ଚଲ୍ୟ । ବ୍ୟବସାୟୀଙ୍କୁ ନିର୍ମମ ଭାବେ ପିଟି ପିଟି ହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଛତ୍ରପୁର ଥାନା ହଂସପୁର ଗାଁରେ । ମୃତକ ଜଣଙ୍କ ହେଲେ ସେହି ଗ୍ରାମର କୃଷ୍ଣଚନ୍ଦ୍ର ପରିଡା ।

ସୂଚନାଅନୁସାରେ, ଗତକାଲି(ଶୁକ୍ରବାର) ବିଳମ୍ବିତ ରାତିରେ କୃଷ୍ଣଚନ୍ଦ୍ର ପରିଡା ଦୋକାନ ବନ୍ଦ କରି ଠାକୁର ଦର୍ଶନ କରି ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତ ମାନେ ଅତର୍କିତ ଭାବେ ପଥର, ଠେଙ୍ଗାରେ ଆକ୍ରମଣ କରିଥିଲେ । ଗୁରୁତର ଆବସ୍ଥାରେ ସ୍ଥାନୀୟ ଲୋକେ କୃଷ୍ଣଚନ୍ଦ୍ରଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଗଞ୍ଜାମରେ ଚାଞ୍ଚଲ୍ୟ, ବ୍ୟବସାୟୀଙ୍କୁ ପିଟି ପିଟି ହତ୍ୟା

ଖବରପାଇ ଛତ୍ରପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେଉଁ କାରଣରୁ ବ୍ୟବସାୟୀଙ୍କୁ ଏଭଳି ନିର୍ମମ ଭାବେ ହତ୍ୟା କରାଯାଇଛି ସେନେଇ ସ୍ପଷ୍ଟ ହୋଇନାହିଁ । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ସୂଚନା ମିଳିଛି ।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.