ETV Bharat / state

ଟ୍ରକ୍‌କୁ ଧକ୍କା ଦେଲା ବସ୍, ୧୦ ଜଣ ଆହତ

author img

By

Published : Oct 30, 2019, 8:13 PM IST

ଗଞ୍ଜାମ ଜିଲ୍ଲା ଅଗସ୍ତି ନୂଆଗାଁ ଗ୍ରାମ ନିକଟରେ ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଏକ ବସ୍ । ଏ ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର : ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ବସ୍ । ଏ ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲା ଅଗସ୍ତି ନୂଆଗାଁ ଗ୍ରାମ ନିକଟରେ ଘଟିଛି ଏହି ଦୁର୍ଘଟଣା।

ବ୍ରହ୍ମପୁରରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ଘରୋଇ ବସ୍ ସିଲକ ସିଟି ଛତ୍ରପୁର ଏବଂ ଗଞ୍ଜାମ ମଧ୍ୟବର୍ତ୍ତୀ ଅଗସ୍ତି ନୂଆଗାଁ ନିକଟରେ ଏକ ଟ୍ରକକୁ ଓଭର ଟେକ କରିବାର ପ୍ରୟାସ କରୁଥିଲା । ଏହି ସମୟରେ ଟ୍ରକ୍‌ର ପଛପଟେ ଯାଇ ପିଟି ହୋଇଥିଲା ବସ୍‌ । ତେବେ ଦୁର୍ଘଟଣାରେ ବସ୍‌ର 10 ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ପ୍ରଥମେ ଗଞ୍ଜାମ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପରେ ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଜାତୀୟ ରାଜପଥରେ ଟ୍ରକ୍ କୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଯେଉଁଥିରେ ୧୦ ଜଣ ଆହାତ ହୋଇଥିବା ବେଳେ ଜଣେ ଗୁରୁତ୍ତର ହୋଇଛନ୍ତି ।ଏଭଳି ଏକ ଦୁର୍ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ଅଗସ୍ତି ନୂଆଗାଁ ଗ୍ରାମ ନିକଟରେ ଯାହା ଫଳରେ ଜଣେ ଗୁରୁତର ହୋଇଥିବା ବେଳେ ୧୦ଜଣ ଆହତ ହୋଇଛନ୍ତି ।ମିଳିଥିବା ସୂଚନା ଅନୁଯାୟୀ ବ୍ରହ୍ମପୁର ରୁ ରାଜଧାନୀ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଘରୋଇ ବସ୍ ସିଲକ ସିଟି ଛତ୍ରପୁର ଏବଂ ଗଞ୍ଜାମ ମଧ୍ୟବର୍ତ୍ତୀ ଅଗସ୍ତି ନୂଆଗାଁ ନିକଟରେ ଟ୍ରକ ଟିକୁ ଓଭର ଟେକ କରୁଥିବା ସମୟରେ ପଛପଟୁ ଧକ୍କା ଦେଇ ଏଭଳି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଫଳରେ ବସ୍ ରେ ରହିଥିବା ଯାତ୍ରୀ ମାନଙ୍କ ମଧ୍ୟରେ ଜଣେ ଗୁରୁତର ହୋଇଥିବାବେଳେ ୧୦ ଜଣ ଆହତ ହୋଇଛନ୍ତି । ସମସ୍ତ ଯାତ୍ରୀ ମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଗଞ୍ଜାମ ସ୍ୱାସ୍ଥ କେନ୍ଦ୍ର ଏବଂ ପରେ ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
Body:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.