ETV Bharat / state

ପଞ୍ଚାୟତ ନିର୍ବାଚନ କରି ଗଞ୍ଜାମର 5 ଗାଁ ହାତେଇବାକୁ ଚାହୁଁଛି ଆନ୍ଧ୍ର

author img

By

Published : Feb 7, 2021, 10:25 AM IST

Updated : Feb 7, 2021, 1:58 PM IST

ମୌଳିକ ସୁବିଧା ଦେଇ ହାତେଇବାକୁ ଚାହୁଁଛି ଗଞ୍ଜାମର 5 ଗାଁ
ମୌଳିକ ସୁବିଧା ଦେଇ ହାତେଇବାକୁ ଚାହୁଁଛି ଗଞ୍ଜାମର 5 ଗାଁ

ହାତରୁ ଖସିବାକୁ ବସିଲାଣି ସୀମାନ୍ତ ଗାଁ । କୋରାପୁଟ ପରେ ଗଞ୍ଜାମ ପାତ୍ରପୁର ବ୍ଲକରେ ଆନ୍ଧ୍ରର ନିର୍ବାଚନୀ ମାହୋଲ । ମୌଳିକ ସୁବିଧା ପରେ ଜନମତ ହାତେଇବାକୁ ପାତ୍ରପୁରରେ ନିର୍ବାଚନ କରିବାକୁ ରଚୁଛି ଷଡଯନ୍ତ୍ର । ଅଧିକ ପଢନ୍ତୁ:

ବ୍ରହ୍ମପୁର: ଓଡିଶା-ଆନ୍ଧ୍ର ସୀମାନ୍ତରେ ଏବେ ନିର୍ବାଚନୀ ମାହୋଲ । ପଡୋଶୀ ରାଜ୍ୟର ପଞ୍ଚାୟତ ନିର୍ବାଚନକୁ ନେଇ ଓଡିଶାର ସୀମାବର୍ତ୍ତୀ ଗାଁ ଗୁଡିକ ଚଳଚଞ୍ଚଳ ହୋଇପଡିଛି । ପ୍ରଥମେ ମୌଳିକ ସମସ୍ୟା ଦୂର କରିବା ପରେ ନିର୍ବାଚନ କରି ଜନମତ ହାତେଇବାକୁ ପ୍ରକାଶ କରୁଛି ପଡୋଶୀ ରାଜ୍ୟ ଆନ୍ଧ୍ର । ପ୍ରଥମେ କୋରାପୁଟର କୋଟିଆ ଆଉ ଏବେ ଗଞ୍ଜାମ ଜିଲ୍ଲାର ପାତ୍ରପୁର ହାତେଇବାକୁ ଉଦ୍ୟମ କରୁଛି ।

ଆସନ୍ତା 13 ତାରିଖରେ ଆନ୍ଧ୍ରପ୍ରଦେଶରେ ଦ୍ବିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି । ଆନ୍ଧ୍ର-ଓଡିଶାରର ସୀମାବର୍ତ୍ତୀ ଗ୍ରାମବାସୀଙ୍କ ନିକଟରେ ରହିଛି 2 ଟି ଭୋଟର ପରିଚୟ ପତ୍ର । ଗୋଟିଏ ଓଡିଶାର ଅନ୍ୟଟି ଆନ୍ଧ୍ରପ୍ରଦେଶର । ଏପରିକି ନିର୍ବାଚନ ଲଢିବାରୁ ମଧ୍ୟ ପାତ୍ରପୁର ବ୍ଲକର ଜଣେ ମହିଳା ପ୍ରାର୍ଥୀ ପତ୍ର ଦାଖଲ କରିଥିବା ଚର୍ଚ୍ଚା ଜୋର ଧରିଛି । ପାତ୍ରପୁର ବ୍ଲକର କୁଲାଡି, ସାତପୁରି, ବାବନାସାହି, ଗୁଡିଖଳା ଏବଂ ଏସ.ବଳରାମପୁର ଭଳି ଗ୍ରାମରେ ଆନ୍ଧ୍ର ନିର୍ବାଚନରେ ଅଂଶଗ୍ରହଣ କରିବାକୁ ଜଣାପଡିଛି ।

ପଞ୍ଚାୟତ ନିର୍ବାଚନ କରି ଗଞ୍ଜାମର 5 ଗାଁ ହାତେଇବାକୁ ଚାହୁଁଛି ଆନ୍ଧ୍ର

ସେପଟେ, ସୀମା ବିବାଦ ଯୋଗୁଁ ମହେନ୍ଦ୍ରତନେୟା ନଦୀର ଅପରପାର୍ଶ୍ବରେ ରହୁଥିବା ଗ୍ରାମବାସୀଙ୍କ ପାଇଁ ବ୍ରିଜ ଟିଏ ହୋଇପାରିନାହିଁ । ଦୀର୍ଘ ବର୍ଷ ଧରି ନାନା ହନ୍ତସନ୍ତରେ ଗ୍ରାମବାସୀ ଯାଉଥିଲେ ହେଁ, ରାଜ୍ୟ ସରକାର ଏଥିପ୍ରତି କୌଣସି ପଦକ୍ଷେପ ନେଉନାହାଁନ୍ତି । ତିତିଲ ବାତ୍ୟା ପରେ କେବଳ ପକ୍କା ଗୃହ ଯୋଗାଇ ଦିଆଯାଇଥିବାବେଳେ ଆହୁରି ଅନେକ ସମସ୍ୟା ରହିଛି ବୋଲି ଗ୍ରାମବାସୀ କହିଛନ୍ତି । ସେହିଭଳି ଆନ୍ଧ୍ର ସରକାର ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ଡାଲି, ଚାଉଳ ଯୋଗାଇ ଦିଆଯାଉଛି । ଓଡିଶା ପ୍ରତ୍ସୋହନ ଅପେକ୍ଷା ଆନ୍ଧ୍ର ଅଧିକ ଦେଉଛି ବୋଲି ଗ୍ରାମବାସୀ କହୁଛନ୍ତି । ଫଳରେ ତାଙ୍କ ଆଡକୁ ଧିରେ ଧିରେ ଗ୍ରାମବାସୀ ଢଳୁଥିବା ଅଭିଯୋଗ ହୋଇଛି ।

ଅନ୍ୟପଟେ, ଆନ୍ଧ୍ର ନିର୍ବାଚନରେ ଜଣେ ମହିଳା ପ୍ରାର୍ଥୀପତ୍ର ମଧ୍ୟ ଦାଖଲ ପରେ ସରଜମିନ ତଦନ୍ତ ପାଇଁ ଗ୍ରାଉଣ୍ଡ ସ୍ତରରେ ପହଞ୍ଚିଥିଲେ ଗଞ୍ଜାମ ଜିଲ୍ଲାପ୍ରଶାସନର ଅଧିକାରୀ । ଉଭୟ ରାଜ୍ୟର ସୀମାନ୍ତ ଗାଁ କେତେକ ଓଡିଶା ସମ୍ମୁଖରେ ଅଛି, ତ ଆଉ କେତୋଟି ଆନ୍ଧ୍ରର ପଛ ଭାଗରେ ରହିଛି । ତେଣୁ ଭୌଗଳିକ ଦୃଷ୍ଟିରୁ ଏକପ୍ରକାରର ଜଟିଳତା ଲାଗିଥିବା କହୁଯାଉଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated :Feb 7, 2021, 1:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.