ETV Bharat / state

ବର୍ଷାରେ ଭିଜି ଭିଜି ଆୟୁର୍ବେଦିକ ମହାବିଦ୍ୟାଳୟର ବିଦ୍ୟାର୍ଥୀ ବିକ୍ଷୋଭ ପ୍ରଦର୍ଶନ

author img

By ETV Bharat Odisha Team

Published : Sep 6, 2023, 7:52 AM IST

ବର୍ଷାରେ ଭିଜି ଆୟୁର୍ବେଦିକ ମହାବିଦ୍ୟାଳୟର ବିଦ୍ୟାର୍ଥୀ ବିକ୍ଷୋଭ ପ୍ରଦର୍ଶନ
ବର୍ଷାରେ ଭିଜି ଆୟୁର୍ବେଦିକ ମହାବିଦ୍ୟାଳୟର ବିଦ୍ୟାର୍ଥୀ ବିକ୍ଷୋଭ ପ୍ରଦର୍ଶନ

ବର୍ଷାରେ ଠିଆ ହୋଇ ମିଳିତ ଭାବରେ ନିଜର ଦାବି ଜଣାଇଲେ ହୋମିଓପାଥିକ ଓ ଆୟୁର୍ବେଦିକ ମହାବିଦ୍ୟାଳୟର ବିଦ୍ୟାର୍ଥୀ । ଅଧିକ ପଢନ୍ତୁ

ବର୍ଷାରେ ଭିଜି ଆୟୁର୍ବେଦିକ ମହାବିଦ୍ୟାଳୟର ବିଦ୍ୟାର୍ଥୀ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର: ପ୍ରବଳ ବର୍ଷାକୁ ଭୃକ୍ଷେପ ନକରି ଓଦା ହୋଇ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମୁଖରେ ଠିଆ ହୋଇ ନିଜର ଦାବି ଜଣାଇଛନ୍ତି ବ୍ରହ୍ମପୁରର ହୋମିଓପାଥିକ ଓ ଆୟୁର୍ବେଦିକ ମହାବିଦ୍ୟାଳୟର ବିଦ୍ୟାର୍ଥୀମାନେ । ରାଜ୍ୟରେ ନୂତନ ଆୟୁଷ ଡାକ୍ତର ପଦବୀ ସୃଷ୍ଟି କରିବା ଦାବିରେ ଗର୍ଜିଛନ୍ତି ଛାତ୍ରାଛାତ୍ରୀ । ଗତ 25 ତାରିଖରୁ କଳାବ୍ୟାଚ ତଥା 31 ଅଗଷ୍ଟରୁ କ୍ୟାମ୍ପସରେ ଆନ୍ଦୋଳନା ପରେ ଶେଷରେ ମଙ୍ଗଳବାର ଦକ୍ଷଇଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମୁଖରେ ପହଞ୍ଚି ଦାବି ଉପସ୍ଥାପନ କରିଛନ୍ତି ଛାତ୍ରଛାତ୍ରୀ । ସରକାର ରାଜ୍ୟ ଆୟୁଷ ଡାକ୍ତର ଛାତ୍ର ସଂଙ୍ଘର ଦାବିକୁ ଗୁରୁତ୍ୱ ନଦେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛି ସଂଘ ।

ଛାତ୍ରଛାତ୍ରୀଙ୍କ ଦାବି ଅନୁଯାୟୀ ,ପ୍ରାୟ ସାଢ଼େ ୪ କୋଟି ଓଡିଆଙ୍କ ପାଇଁ ୫୬୨ ହୋମିଓପ୍ୟାଥିକ ଡାକ୍ତର ଏବଂ ୬୧୯ ଆୟୁର୍ବେଦିକ ଡାକ୍ତର ନିଯୁକ୍ତ ଅଛନ୍ତି । ଅର୍ଥାତ ମୋଟ ୧୧୭୯ ସରକାରୀ ଆୟୁଷ ଡାକ୍ତର ଓଡ଼ିଶାରେ ସେବା ପ୍ରଦାନ କରୁଛନ୍ତି । ଏହାର ସରଳ ଅର୍ଥ ହେଲା ପ୍ରତି ୩ ଲକ୍ଷ 70 ହଜାର ବ୍ୟକ୍ତିରେ ମାତ୍ର ଜଣେ ଆୟୁଷ ଡାକ୍ତର ତାଙ୍କର ସେବା ପ୍ରଦାନ କରୁଛନ୍ତି । ଜନସଂଖ୍ୟାକୁ ଦେଖିଲେ ଡାକ୍ତର ସଂଖ୍ୟା ସମୁଦ୍ରକୁ ଶଙ୍ଖେ ପରି । ଏତେ କମ୍ ସଂଖ୍ୟକ ଡାକ୍ତର ସମସ୍ତଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ଅସମ୍ଭବ ହୋଇପଡୁଛି । ତେଣୁ ବହୁବାର ନୂଆ ନିଯୁକ୍ତି ନେଇ ଦାବି ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେଉନାହାନ୍ତି । ଯାହାକୁ ନେଇ ସେମାନେ କଳା ବ୍ୟାଚ୍‌ ପିନ୍ଧି ଆନ୍ଦୋଳନ କରିଛନ୍ତି । ତେବେ ତୁରନ୍ତ ୫୦୦ ଲେଖାଏଁ ଆୟୁଷ ଡାକ୍ତରଙ୍କୁ ନିଯୁକ୍ତି ଦେବାକୁ ଦାବି ହୋଇଛି । ଏତଦବ୍ୟତୀତ ପ୍ରତିବର୍ଷ ଅତି କମରେ ୧୦୦ ଆୟୁଷ ଡାକ୍ତର ଓ ଏଏନ୍‌ଏମ୍‌ ଆବଶ୍ୟକତାକୁ ଆଖି ଆଗରେ ରଖି ନିଯୁକ୍ତି ଦିଆଯାଉ ।

ଅଧିକ ପଢନ୍ତୁ..ସ୍ଥାୟୀ ନିଯୁକ୍ତି ଦାବିରେ ଆୟୁଷ ଡାକ୍ତର, ଆନ୍ଦୋଳନ ଚେତାବନୀ ଦେଲା କଳାହାଣ୍ଡି ଶାଖା

ଛାତ୍ରଛାତ୍ରୀ କହିଛନ୍ତି, "କେବଳ ନାମକୁ ମାତ୍ର ସ୍ୱାସ୍ଥ୍ୟସେବା ପ୍ରତି ସରକାର ଦାୟିତ୍ୱବାନ ବୋଲି କୁହାଯାଉଛି । କିନ୍ତୁ ଦୁଃଖର କଥା ଯେ ଆମ ରାଜ୍ୟର ସରକାର ଆୟୁଷ ସେବାପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି । ଦୁଃଖର କଥା ଯେ ଦୀର୍ଘ ୨୧ ବର୍ଷ ଭିତରେ ଜଣେ ହେଲେ ବି ଆୟୁଷ ଚିକିତ୍ସା ପଦାଧିକାରୀ ଆମ ରାଜ୍ୟରେ ନିଯୁକ୍ତ ହୋଇ ନାହାନ୍ତି । ଅନ୍ୟପକ୍ଷରେ ରାଜ୍ୟରେ ୮ ହଜାର ଆୟୁଷ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ୮ ଶହ ହସ୍ପିଟାଲ ଖୋଲାଯିବା କଥା । କିନ୍ତୁ ଏଥିପ୍ରତି ସରକାରଙ୍କର କୌଣସି ନଜର ନାହିଁ ।"

ଇଟିଭି ଭାରତ ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.