ETV Bharat / state

ସ୍ଥାୟୀ ନିଯୁକ୍ତି ଦାବିରେ ଆୟୁଷ ଡାକ୍ତର, ଆନ୍ଦୋଳନ ଚେତାବନୀ ଦେଲା କଳାହାଣ୍ଡି ଶାଖା

author img

By

Published : Feb 10, 2023, 11:23 AM IST

kalahandi ayush doctors demands service regularise
ସ୍ଥାୟୀ ନିଯୁକ୍ତି ଦାବିରେ ଆୟୁଷ ଡାକ୍ତର

ରାଜ୍ୟର 1272 ଜଣ ଆୟୁଷ ଡାକ୍ତରଙ୍କର ଚାକିରିରେ ସ୍ଥାୟୀକରଣ ହୋଇପାରିନାହିଁ । ଆୟୁଷ ଡାକ୍ତରମାନଙ୍କୁ ଚାକିରି ନିୟମିତକରଣ କରିବା ନେଇ କଳାହାଣ୍ଡି ଶାଖା ପକ୍ଷରୁ ଦାବି ହୋଇଛି । ଅଧିକ ପଢନ୍ତୁ

ସ୍ଥାୟୀ ନିଯୁକ୍ତି ଦାବିରେ ଆୟୁଷ ଡାକ୍ତର

ଭବାନୀପାଟଣା: ସ୍ଥାୟୀ ନିଯୁକ୍ତି ଦାବିରେ ଆୟୁଷ ଡାକ୍ତର । ଚାକିରି ସ୍ଥାୟୀ କରାଯିବାକୁ ରାଜ୍ୟ ଆରବିଏସକେ ଆୟୁଷ ଡାକ୍ତର ଆସୋସିସନ କଳାହାଣ୍ଡି ଶାଖା ପକ୍ଷରୁ ଦାବି ହୋଇଛି । ଏନେଇ ଆସୋସିଏସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବି ପୂରଣ ନହେଲେ ରାଜଧାନୀରେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି କଳାହାଣ୍ଡି ଆୟୁଷ ଶାଖା ।

ଆୟୁଷ ଡାକ୍ତରଙ୍କ ଅଭାବ ପୂରଣ କରିବାକୁ ଯାଇ ଜାତୀୟ ସ୍ୱାସ୍ଥ୍ୟ ମିଶନ ଜରିଆରେ ଥିବା ରାଜ୍ୟରେ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ଆୟୁଷ ଡାକ୍ତଙ୍କୁ ନିଯୁକ୍ତି ଦିଆଯାଇଥିଲା । ସ୍ୱଳ୍ପ ଦରମା ଓ ଗ୍ରାମାଞ୍ଚଳରେ ଭିତ୍ତିଭୂମିର ଅଭାବ ଦେଖି ଅନେକ ଡାକ୍ତର ଚାକିରି ଛାଡ଼ିଦେଲେ । ବର୍ତ୍ତମାନ ରାଜ୍ୟରେ ୧୨୭୨ ଜଣ ଆୟୁଷ ଡାକ୍ତର କାର୍ଯ୍ୟରତ ଅଛନ୍ତି । ୧୮ ବର୍ଷ ପର୍ଯ୍ୟନ୍ତ ସ୍ବାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି । ସ୍ଥାୟୀ ଚାକିରି ପାଇଁ ବାରମ୍ବାର ଦାବି ପରେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚାକିରି ସ୍ଥାୟୀ କରିଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ୨୦୨୨ ଅକ୍ଟୋବରରେ ରାଜ୍ୟରୁ ଠିକା ନିଯୁକ୍ତି ପ୍ରଥା ଉଚ୍ଛେଦ କରାଯିବ ବୋଲି କୁହାଯାଇ ୫୭ ହଜାର ଠିକା କର୍ମଚାରୀଙ୍କୁ ସ୍ଥାୟୀ କରାଯାଇଥିଲା କିନ୍ତୁ ଆୟୁଷ ଡାକ୍ତରଙ୍କୁ ଅଣଦେଖା ହୋଇଛି ।

କାର୍ଯ୍ୟରତ ୧୨୭୨ ଆରବିଏସକେ ଆୟୁଷ ଡାକ୍ତରଙ୍କୁ ଏଯାଏଁ ଚାକିରି ସ୍ଥାୟୀ କରିନାହାନ୍ତି ବୋଲି ଆସୋସିଏସନ୍ ଅଭିଯୋଗ କରିଛି । କଳାହାଣ୍ଡି ଜିଲ୍ଲାରେ ବର୍ତ୍ତମାନ ୫୨ଜଣ ଆୟୁଷ ଡାକ୍ତରଙ୍କ ଆବଶ୍ୟକ ଥିବା ବେଳେ ୩୫ ଜଣ କାର୍ଯ୍ୟରତ ଅଛନ୍ତି । ସରକାର ଆୟୁଷ ଡାକ୍ତରଙ୍କୁ ନିୟମିତ କରିବା ନେଇ କୌଣସି ପଦକ୍ଷେପ ଗ୍ରହଣ ନକଲେ ୧୧ ତାରିଖରୁ କାର୍ଯ୍ୟସ୍ଥଳରେ କଳାବ୍ୟାଚ ପରିଧାନ କରିବା ସହ ୧୫ ତାରିଖରୁ କାର୍ଯ୍ୟରେ ଅସହଯୋଗ ଓ ୨୦ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବା ସହ ଲୋୟର ପିଏମଜି ଠାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଧାରଣା ଦେବେ ବୋଲି ଆସୋସିଏସନ ଚେତାବନୀ ଦେଇଛି ।

ପ୍ରକାଶ ଥାଉକି, ରାଜ୍ୟରେ ୧୨୭୨ ଜଣ ଆୟୁଷ ଡାକ୍ତର କାର୍ଯ୍ୟରତ ଅଛନ୍ତି । ନା ସେମାନଙ୍କ ଚାକିରି ସ୍ଥାୟୀ ହେଉଛି ନା ଦରମା ସଠିକ ସମୟରେ ମିଳୁଛି । ବର୍ଷ ବର୍ଷ ଧରି ଦାବି, ଆନ୍ଦୋଳନ ପରେ ବି ସରକାରଙ୍କଠୁ ମିଥ୍ୟ ପ୍ରତିଶ୍ରୁତି ମିଳିଛି । ଗତବର୍ଷ ରାଜ୍ୟ ସରକାର ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ ନେଇ ଘୋଷଣା କରିଥିଲେ । ହେଲେ ଏଥରୁ ବାଦ ପଡିଥିଲେ ଆୟୁଷ ଡାକ୍ତର । ସେମାନଙ୍କ ଲଢେଇ ବ୍ୟର୍ଥ ଯାଇଛି । ସରକାରଙ୍କର ଏପରି ମନୋଭାବ ପାଇଁ ନିରାଶ ହୋଇଛନ୍ତି ରାଜ୍ୟରେ କାର୍ଯ୍ୟରତ 1272 ଜଣ ଆୟୁଷ ଡାକ୍ତର ।

ଇଟିଭି ଭାରତ,ଭବାନୀପାଟଣା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.