ETV Bharat / state

ପୁଣି ଚାଷୀ ଆତ୍ମହତ୍ୟା ! ଋଣ ଭାର ସହି ନ ପାରି କୀଟନାଶକ ବିଷ ପିଇଲେ

author img

By

Published : Jul 23, 2022, 9:46 PM IST

ପୋଲସରା ଅଞ୍ଚଳର ପାଣ୍ଡରିପଡା ପାତଳସିଂ ଗ୍ରାମର ରମେଶ ରାହା ଲଗାଣ ବର୍ଷାରେ ତଳି ଭାସିଯିବା ଦେଖିବା ପରେ ବିଚଳିତ ହୋଇପଡିଥିଲେ । ପରେ ଚାଷ ଜମିରେ ପକାଯିବା ପାଇଁ ସାଙ୍ଗରେ ନେଇଥିବା କୀଟନାଶକକୁ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଅଧିକ ପଢନ୍ତୁ

ପୁଣି ଚାଷୀ ଆତ୍ମହତ୍ୟା, ଋଣ ଭାର ସହି ନ ପାରି କୀଟନାଶକ ବିଷ ପିଇଲେ
ପୁଣି ଚାଷୀ ଆତ୍ମହତ୍ୟା, ଋଣ ଭାର ସହି ନ ପାରି କୀଟନାଶକ ବିଷ ପିଇଲେ

ବ୍ରହ୍ମପୁର: ପୁଣି ସାମ୍ନାକୁ ଆସିଲା ଚାଷୀ ଆତ୍ମହତ୍ୟା ଅଭିଯୋଗ । ପୋଲସରା ଅଞ୍ଚଳର ଜଣେ ଚାଷୀ ନିଜର ଋଣ ଭାର ସହ୍ୟ କିରନପାରି କୀଟ ନାଶକ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ପୋଲସରା ଅଞ୍ଚଳର ପାଣ୍ଡରିପଡା ପାତଳସିଂ ଗ୍ରାମର ରମେଶ ରାହା ଲଗାଣ ବର୍ଷାରେ ତଳି ଭାସିଯିବା ଦେଖିବା ପରେ ବିଚଳିତ ହୋଇପଡିଥିଲେ । ପରେ ଚାଷ ଜମିରେ ପକାଯିବା ପାଇଁ ସାଙ୍ଗରେ ନେଇଥିବା କୀଟନାଶକକୁ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ବିଷ ପିଇବା ପରେ ସେ ଘରକୁ ଆସି କହିଥିଲେ ଋଣ ଭାର ସହ୍ୟ କିରନପାରି କୀଟ ନାଶକ ବିଷ ପିଇ ଦେଇଛନ୍ତି । ଏହି ଖବର ପାଇବା ପରେ ପରିବାର ବର୍ଗ ରମେଶ ରାହାଙ୍କୁ ପ୍ରଥମେ ସ୍ଥାନୀୟ ଚିକିତ୍ସାଳୟ ନେଇ ପରେ ପୋଲସରା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ପରିବାର ବର୍ଗ ତାଙ୍କୁ ବ୍ରହ୍ମପୁର ଏମକେସିଜିରେ ଭିର୍ତ୍ତି କରିଥିଲେ । ହେଲେ ସେଠାରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟ ଘଟିଛି ।

ପୁଣି ଚାଷୀ ଆତ୍ମହତ୍ୟା, ଋଣ ଭାର ସହି ନ ପାରି କୀଟନାଶକ ବିଷ ପିଇଲେ

ଗତ ବର୍ଷ ନିଜର ଧାନ ନଷ୍ଟ ହେବା ଏବଂ ପରବର୍ତ୍ତୀ ସମୟରେ ଅମଳ ହୋଇଥିବା ଧାନକୁ ମଣ୍ଡିରେ ନ ନିଆଯିବା ଯୋଗୁଁ ଶେଷରେ କମ ଦରରେ ଅମଳ ଚାଷ ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ । ମୃତକ ଜଣଙ୍କ କେବଳ ଚାଷ କରି ପରିବାର ପ୍ରତିପୋଷଣ କରି ଆସୁଥିଲେ । ଏଭଳି ସମୟରେ ଋଣ ଭାର ବୃଦ୍ଧି ପାଉଥିବା ବେଳେ ସରକାରଙ୍କ ଯାହା କ୍ଷତିପୂରଣ ମିଳିଲା ସମୁଦ୍ରକୁ ଶଙ୍ଖେ ବୋଲି କହିଛନ୍ତି ପରିବାର ବର୍ଗ । ଯାହା ଫଳରେ ଋଣ ଭାର ସହି ନପାରି ସେ ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାର ବର୍ଗ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.