ETV Bharat / state

କୋଭିଡ କଟକଣାକୁ ଫୁ, ସରପଞ୍ଚ ପ୍ରାର୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

author img

By

Published : Jan 21, 2022, 10:28 PM IST

କୋଭିଡ କଟକଣାକୁ ଫୁ, ସରପଞ୍ଚ ପ୍ରାର୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
କୋଭିଡ କଟକଣାକୁ ଫୁ, ସରପଞ୍ଚ ପ୍ରାର୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ବାଉଁଶଲୁଣ୍ଡି ପଞ୍ଚାୟତରେ ବିଜେଡି ସମର୍ଥିତ ସରପଞ୍ଚ ପାର୍ଥୀ ଲିଙ୍ଗରାଜ ପ୍ରଧାନ କୋଭିଡ ଗାଇଡଲାଇନ ଭଙ୍ଗ କରିଥିବା ଅଭିଯୋଗ । କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କଲେ ବିଜେପି ଯୁବନେତା । ଅଧିକ ପଢ଼ନ୍ତୁ

ଭଞ୍ଜନଗର: କୋଭିଡ କଟକଣା ମାନୁନାହାନ୍ତି ଶାସକ ଦଳ କର୍ମୀ l ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଆଜି ଥିଲା ଶେଷଦିନ l ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ପଞ୍ଚାୟତରେ ବିଜେଡି ସମର୍ଥିତ ସରପଞ୍ଚ ପାର୍ଥୀ ଲିଙ୍ଗରାଜ ପ୍ରଧାନ ଏକ ଶୋଭାଯାତ୍ରାରେ ବାହାରି ନାମାଙ୍କନ ଦାଖଲ କରିଛନ୍ତି । ନିଜ ସମର୍ଥକ ଓ ୱାର୍ଡ ସଭ୍ୟଙ୍କୁ ନେଇ ସେ ଶୋଭାଯାତ୍ରାରେ ବାହାରି ପ୍ରଥମେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲ ।

କୋଭିଡ କଟକଣାକୁ ଫୁ, ସରପଞ୍ଚ ପ୍ରାର୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ତେବେ ଏହି ସମୟରେ ଲିଙ୍ଗରାଜ ପ୍ରଧାନ ଓ ତାଙ୍କ ସମର୍ଥକ ଖୋଲାଖୋଲି ଭାବରେ କୋଭିଡ କଟକଣା ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ ବିଜେପି ଯୁବ ନେତା ଅଯୋଧ୍ୟା ନାଥ ମହାପାତ୍ର ଲିଙ୍ଗରାଜଙ୍କୁ ସମାଲୋଚନା କରିଛନ୍ତି । ଦେଶରେ କୋଭିଡ ମହାମାରୀ ଏଯାଏଁ ଯାଇନଥିବା ବେଳେ ନେତାଏ ଏହାକୁ ଅବମାନନା କରୁଥିବା ଅଭିଯୋଗ ହୋଇଛି । ଏହାଦ୍ବାରା ଲୋକଙ୍କ ସୁରକ୍ଷା ବିପଦରେ ପଡ଼ୁଥିବା କଥା କହିଛନ୍ତି ବିଜେପି ଯୁବନେତା । ସେ ଏହି ଶୋଭାଯାତ୍ରାର ଭିଡିଓ ଦେଖି ସରପଞ୍ଚ ପ୍ରାର୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

ନାମାଙ୍କନ ଦାଖଲର ଶେଷଦିନରେ ବ୍ଲକ ଓ ପଞ୍ଚାୟତ କାର୍ଯ୍ୟାଳୟ ଗୁଡି଼କରେ ପ୍ରାର୍ଥୀମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା l ବିଶେଷ କରି ଆସିକା ବ୍ଲକ କାର୍ଯ୍ୟାଳୟରେ ଆଜି ବହୁ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ହରେକୃଷ୍ଣ ମଲ୍ଲିକ ମଧ୍ୟ ବେଣାପାଟ ପଞ୍ଚାୟତର ସମିତିସଭ୍ୟ ପ୍ରାର୍ଥୀ ରୂପେ ନାମାଙ୍କନ ଦାଖଲ କରିଛନ୍ତି l ସରକାରଙ୍କ କୋଭିଡ କଟକଣାକୁ ମାନି କେବଳ ପ୍ରସ୍ତାବକ ଓ ସମର୍ଥକଙ୍କୁ ନେଇ ସେ ନାମାଙ୍କନ ପତ୍ର ବିଡିଓଙ୍କ ନିକଟରେ ଦାଖଲ କରିଛନ୍ତି । ଅନ୍ୟପଟେ ବାଙ୍ଗରଡ଼ା ପାଞ୍ଚୟତର ସମିତିସଭ୍ୟ ପ୍ରାର୍ଥୀ ଭାବେ ଶିଖା ମଲ୍ଲିକ ନାମାଙ୍କନ ଦାଖଲ କରିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.