ETV Bharat / state

‘କିନ୍ନରଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଇବା ଏକ ବଡ କଥା’

author img

By

Published : Feb 26, 2020, 4:49 PM IST

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଆରମ୍ଭ ହୋଇଥିବା ସୁରଭି କେନ୍ଦ୍ର ପରିଦର୍ଶନ କରିଛନ୍ତି ରାଜ୍ୟ କିନ୍ନର ସଂଘ ସଭାପତି ମୀରା ପରିଡା । ଅଧିକ ପଢନ୍ତୁ...
TRANSGENDER MEERA VISIT TO SURABHI
ସୁରଭି କେନ୍ଦ୍ର ପରିଦର୍ଶନ କଲେ ମୀରା ପରିଡା

ଗଜପତି: ସୁରଭି କେନ୍ଦ୍ର ପରିଦର୍ଶନ କରିଛନ୍ତି ରାଜ୍ୟ କିନ୍ନର ସଂଘ ସଭାପତି ମୀରା ପରିଡା । ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଆରମ୍ଭ ହୋଇଥିବା ସୁରଭି କେନ୍ଦ୍ର ପରିଦର୍ଶନ କରିଛନ୍ତି ରାଜ୍ୟ କିନ୍ନର ସଂଘ ସଭାପତି ମୀରା ପରିଡା ।

ଏହି କେନ୍ଦ୍ରରେ କିନ୍ନରମାନେ କ୍ଷୀର ଏବଂ ଚା’ ବିକ୍ରି କରନ୍ତି । ତେବେ ମୀରା ପରିଡା ରାୟଗଡା ଜିଲ୍ଲା ଯାଇ ଭୁବନେଶ୍ବର ଫେରୁଥିବାବେଳେ ରାସ୍ତାରେ ଏହି କେନ୍ଦ୍ର ଦେଖି ଖୁବ୍ ପ୍ରଶଂସା କରିଥିଲେ । ସାରା ଦେଶରେ କିନ୍ନରମାନଙ୍କୁ ନେଇ ବିଭିନ୍ନ ଟାହି ଟାପରା କରାଯାଉଥିବା ବେଳେ ଗଜପତି ଭଳି ଏକ ଉପାନ୍ତ ଜିଲ୍ଲାରେ କିନ୍ନରମାନେ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ ହେବା ନେଇ ଉଦ୍ୟମ ନିଶ୍ଚିତ ଭାବେ ଏକ ବଡ କଥା ବୋଲି ସେ କହିଛନ୍ତି । ଏହାସହ ଏଥିରେ ସ୍ଥାନୀୟ ଏସପି ସାରା ଶର୍ମା ଏବଂ ପ୍ରଶାସନ ଯେଭଳି ସହାୟତା କରିଛନ୍ତି ତାହା ଅତ୍ୟନ୍ତ ମର୍ମସ୍ପର୍ଶୀ ବୋଲି ସେ କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.