ETV Bharat / state

ପ୍ରତିଶୋଧ ମୁହାଁ ମୃତକଙ୍କ ପରିବାର: ଅଭିଯୁକ୍ତ ପତ୍ନୀ ଓ ଶିଶୁକୁ ହାଣି ଘର ପୋଡିଦେଲେ

author img

By

Published : Apr 17, 2022, 9:32 PM IST

Updated : Apr 17, 2022, 9:46 PM IST

ପ୍ରତିଶୋଧ ମୁହାଁ ମୃତକଙ୍କ ପରିବାର: ଅଭିଯୁକ୍ତ ପତ୍ନୀ ଓ ଶିଶୁକୁ ହାଣି ଘର ପୋଡିଦେଲେ
ପ୍ରତିଶୋଧ ମୁହାଁ ମୃତକଙ୍କ ପରିବାର: ଅଭିଯୁକ୍ତ ପତ୍ନୀ ଓ ଶିଶୁକୁ ହାଣି ଘର ପୋଡିଦେଲେ

ପୋଖରୀ ଖୋଳାକୁ ନେଇ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କନ୍ଧପାଳ ଗ୍ରାମରେ ଘଟିଥିବା ଗୁଳିକାଣ୍ଡ ଉଗ୍ରରୂପ ଧାରଣ କରିଛି । ଗୁଳିମାଡରେ ମୃତକଙ୍କ ପରିବାର କଲେ ପାଲଟା ଆକ୍ରମଣ । ଅଧିକ ପଢନ୍ତୁ

ଢେଙ୍କାନାଳ: ପୋଖରୀ ଖୋଳାକୁ ନେଇ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କନ୍ଧପାଳ ଗ୍ରାମରେ ଘଟିଥିବା ଗୁଳିକାଣ୍ଡ ଉଗ୍ରରୂପ ଧାରଣ କରିଛି । ଗୁଳିମାଡରେ ମୃତ ଦଳେଇ ନାୟକଙ୍କ ପରିବାର ପକ୍ଷରୁ ଅଭିଯୁକ୍ତ ନୃପତି ନାୟକଙ୍କ ପରିବାର ଉପରେ ପାଲଟା ଆକ୍ରମଣ କରାଯାଇଥିବା ଖବର ମିଳିଛି । ଏହି ଆକ୍ରମଣରେ ଅଭିଯୁକ୍ତ ନୃପତିଙ୍କ ପତ୍ନୀ ସାରଥୀ ନାୟକ ଓ ଦୁଇ ବର୍ଷର ଶିଶୁପୁତ୍ର ଗୁରୁତର ଆହତ ହୋଇଛନ୍ତି ।

ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ପ୍ରଥମେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି । ଗ୍ରାମରେ ଉତ୍ତେଜନା ରହିଥିଲେ ମଧ୍ୟ ସଦର ଥାନା ପୋଲିସର ପହଞ୍ଚିବାରେ ବିଳମ୍ବ କାରଣରୁ ପାଲଟା ଆକ୍ରମଣ ଓ ଘରେ ଜଳା ପୋଡା ହୋଇଥିବା ଅଭିଯୋଗ ହୋଇଛି । ମୃତକ ପରିବାର ଓ ସମର୍ଥକମାନେ ଗୁଳିକାଣ୍ଡର ଅନ୍ୟ ଅଭିଯୁକ୍ତ ନିରଞ୍ଜନ ନାୟକଙ୍କ ଘରକୁ ନିଆଁ ଲଗାଇ ଜାଳି ଦେଇଥିବା ଜଣାପଡିଛି । ଫଳରେ ନିରଞ୍ଜନଙ୍କର ୩ ବଖରା ଘର ଜଳି ପୋଡି ପାଉଁଶ ହୋଇଯାଇଛି ।

ପ୍ରତିଶୋଧ ମୁହାଁ ମୃତକଙ୍କ ପରିବାର: ଅଭିଯୁକ୍ତ ପତ୍ନୀ ଓ ଶିଶୁକୁ ହାଣି ଘର ପୋଡିଦେଲେ

ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସେପଟେ ଘଟଣାକୁ ନେଇ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି । କହିବାକୁ ଗଲେ ଗାଁ ଦାଣ୍ଡ ଖାଁ ଖାଁ ହୋଇଯାଇଛି । ଆଜି(ରବିବାର) ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଏହି ଗୁଳିମାଡ ହୋଇଥିଲା । ଏଥିରେ ଦଳେଇ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା ।

ସୂଚନା ଅନୁଯାୟୀ, କନ୍ଧପାଳ ଗ୍ରାମରେ ଦଳେଇ ନାୟକ ଓ ନୃପତି ନାୟକଙ୍କ ପରିବାର ମଧ୍ୟରେ ଜମିଜମାକୁ ନେଇ ପୂର୍ବରୁ ତିକ୍ତତା ରହିଥିଲା । ଗତ ପଞ୍ଚାୟତ ନିର୍ବାଚନରେ ଦଳେଇ ନାୟକଙ୍କ ବୋହୂ ୱାର୍ଡ ମେମ୍ବର ହୋଇଥିଲେ । ଏପରିସ୍ଥଳେ ଗ୍ରାମରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ପୋଖରୀ ଖୋଳା କାର୍ଯ୍ୟ ନୃପତି ନାୟକ ଗୋଷ୍ଠୀ କରୁଛନ୍ତି । ପୋଖରୀ ଖୋଳାରେ ନିୟୋଜିତ ଟ୍ରାକ୍ଟର ଓ ଜେସିବି ଘର ସମ୍ମୁଖରେ ଯିବା ଆସିବା ନେଇ ଦଳେଇ ନାୟକ ବିରୋଧ କରିଥିଲେ ।

ଫଳରେ ଦଳେଇ ନାୟକଙ୍କ ସହ ନୃପତି ନାୟକ ଓ ତାଙ୍କ ଭାଇମାନଙ୍କ ସହ ବାଦ ବିବାଦ ଲାଗିଥିଲା । ଆଜି ଘର ସମ୍ମୁଖରେ ଯାଉଥିବା ଟ୍ରାକ୍ଟର ଓ ଜେସିବିକୁ ଅଟକାଇବାରୁ ଦଳେଇ ନାୟକଙ୍କ ସହ ନୃପତି ଓ ତାଙ୍କ ଭାଇମାନେ ପାଟିତୁଣ୍ଡ ହୋଇ ଦଳେଇଙ୍କୁ ଗୁଳି ଚାଳନା କରିଥିଲେ । ଦଳେଇଙ୍କ ପରିବାର ଲୋକେ ଦଳେଇଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ଦଳେଇଙ୍କ ପରିବାର ଲୋକେ ଅଭିଯୁକ୍ତ ନୃପତିଙ୍କ ସ୍ତ୍ରୀ ଓ ପିଲା ଉପରେ ପ୍ରତି ଆକ୍ରମଣ କରିଛନ୍ତି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।


ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated :Apr 17, 2022, 9:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.