ETV Bharat / state

ପୋଖରୀକୁ ଯାଇଥିବା ବେଳେ ଦଳି ଦେଲା ଦନ୍ତା, ଗାଁରେ ଉତ୍ତେଜନା

author img

By

Published : Oct 28, 2022, 10:58 AM IST

ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ନେଇ ଉତ୍ତେଜନା
ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ନେଇ ଉତ୍ତେଜନା

ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ନେଇ ଉତ୍ତେଜନା । ଗାଁ ପୋଖରୀକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ । ଫଳରେ ଦନ୍ତା ହାତୀଟି ଯୁବକଙ୍କୁ କଚାଡ଼ି ମାରିଦେଇଥିଲା । ଅଧିକ ପଢ଼ନ୍ତୁ

ଢେଙ୍କାନାଳ: ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ନେଇ ଉତ୍ତେଜନା । ଉତ୍ତେଜିତ ଗ୍ରାମବାସୀ ହିନ୍ଦୋଳ ଗୁଡ଼ିଆ କାଟେଣି ମୁଖ୍ୟ ରାସ୍ତାରେ ବସି ହାତୀ ହଟାଅ ବୋଲି ଆନ୍ଦାେଳନ କରିଥିଲେ । ପରେ ପୋଲିସ ସହାୟତାରେ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ରାସ୍ତା ଅବରୋଧ ହଟିଥିଲା ।

ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ନେଇ ଉତ୍ତେଜନା

ସୂଚନାନୁସାରେ, କାରନ୍ଦା ଗ୍ରାମର ମାହୁଲି ପ୍ରଧାନ ଗୁରୁବାର ଭୋର ସମୟରେ ନିଜ ଗାଁ ପୋଖରୀକୁ ଯାଇଥିଲେ । ହେଲେ ସେଠାରେ ହଠାତ୍‌ ଏକ ଦନ୍ତା ହାତୀ ହାବୁଡ଼ରେ ପଡିଯାଇଥିଲେ ମାହୁଲି । ମାହୁଲି ଦନ୍ତା ହାତୀକୁ ଦେଖି ଦୌଡ଼ିବାକୁ ଲାଗିଥିଲେ । ହେଲେ ଦନ୍ତା ହାତୀ କବଳରୁ ନିଜକୁ ବଞ୍ଚାଇ ପାରିନଥିଲେ ସେ । ହାତୀଟି ମାହୁଲିଙ୍କୁ କଚାଡ଼ି ମାରିଦେଇଥିଲା । ଫଳରେ ଘଟଣା ସ୍ଥଳରେ ମାହୁଲିଙ୍କର ମୃତ୍ୟୁ ଘଟିଥିଲା ।

ଏହାମଧ୍ୟ ପଢ଼ନ୍ତୁ.ଥମୁନି ହାତୀ ଉପଦ୍ରବ, ଦନ୍ତା ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

ସୂଚନାନୁସାରେ ଏହି ଅଞ୍ଚଳରେ ବାରମ୍ବାର ହାତୀ ଉପଦ୍ରବ ନେଇ ସ୍ଥାନୀ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ହାତୀଙ୍କ ଏଭଳି ଦୌରାତ୍ମ୍ୟକୁ ନେଇ ସିଧାସଳଖ ବନ କର୍ମଚାରୀଙ୍କ ଅବହେଳାକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ । ଯାହାକୁ ନେଇ ସ୍ଥାନୀୟ କାରନ୍ଦା ଗ୍ରାମବାସୀ ଉତ୍ତେଜିତ ହୋଇଥିଲେ । ଉତ୍ୟକ୍ତ ଗ୍ରାମବାସୀ ହିନ୍ଦୋଳ ଗୁଡ଼ିଆ କାଟେଣି ମୁଖ୍ୟ ରାସ୍ତାକୁ ବାଲିମି ଥାନା ଛକରେ ଅବରୋଧ କରିଥିଲେ । ଖବରପାଇ ହିନ୍ଦୋଳ ତହସିଲଦାର ଓ ହିନ୍ଦୋଳ ରେଞ୍ଜର ପହଞ୍ଚି ବାଲିମି ଥାନା ପୋଲିସ ସହାୟତାରେ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା ପରେ ରାସ୍ତା ଅବରୋଧରୁ ହଟିଥିଲା ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.