ETV Bharat / state

ଭୟାଵହ ଅଗ୍ନିକାଣ୍ଡ, ୩୦ରୁ ଊର୍ଦ୍ଧ୍ବ ଘର ପୋଡି ପାଉଁଶ

author img

By

Published : Feb 16, 2023, 9:39 AM IST

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଥରଖମ୍ବରେ ଭୟାଵହ ଅଗ୍ନିକାଣ୍ଡ ହୋଇଛି । 30ରୁ ଅଧିକ ଘର ପୋଡି ଜଳି ପାଉଁଶ ହୋଇଛି । ଅଧିକ ପଢନ୍ତୁ

fire accident in dhenkanal
ଭୟାଵହ ଅଗ୍ନିକାଣ୍ଡ, ୩୦ଉର୍ଦ୍ଧ୍ବ ଘର ପୋଡି ପାଉଁଶ

ଭୟାଵହ ଅଗ୍ନିକାଣ୍ଡ, ୩୦ଉର୍ଦ୍ଧ୍ବ ଘର ପୋଡି ପାଉଁଶ

ଢେଙ୍କାନାଳ: ଜିଲ୍ଲା କାମାକ୍ଷାନଗର ପଥରଖମ୍ବରେ ଭୟାଵହ ଅଗ୍ନିକାଣ୍ଡ ହୋଇଛି । ନିମିଷକ ମଧ୍ୟରେ ସବୁ କିଛି ପୋଡି ଜଳି ପାଉଁଶ ହୋଇଛି । ସ୍ବପ୍ନ ଆଉ ସମ୍ପତ୍ତି ସବୁ ମୁଠା ମୁଠା ପାଉଁଶ ହୋଇଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପଥଖମ୍ବ ହରିଜନ ସାହିରେ ବୁଧବାର ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ଭୟାନକ ଦୃଶ୍ୟ ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି । ଅଗ୍ନିକାଣ୍ଡରେ ପଥରଖମ୍ବ ହରିଜନ ସାହିର ୧୫ଟି ପରିବାରର ୩୦ରୁ ଊର୍ଦ୍ଧ୍ବ ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି । ତେବେ ନିଆଁ କିପରି ଲାଗିଲା ତାହା ଜଣାପଡିନାହିଁ ।

ସୂଚନାମୁତାବକ, ଅଗ୍ନିକାଣ୍ଡର ସଠିକ କାରଣ କଣ ତାହା ଜଣା ପଡିନାହିଁ । ତେବେ ଗାଁର ଶରତ ନାଏକଙ୍କ ଘରୁ ପ୍ରଥମେ ନିଆଁ ଲାଗିଥିବା ଜଣାପଡିଥିଲା । ନିଆଁ କିପରି ଲାଗିଲା ତାହା ତଦନ୍ତ ପରିସରରେ ଥିବା ବେଳେ ତାଙ୍କ ଘରେ କେହି ନିଆଁ ଲଗାଇ ଦେଇଥିବା ଥାନାରେ ଅଭିଯୋଗ ହୋଇଛି । ବୁଧବାର ଅପରାହ୍ନରେ ଏହି ନିଆଁ ଲାଗିଥିବା ବେଳେ ଚାହୁଁ ଚାହୁଁ ନିଆଁ ଗୋଟିଏ ଘରୁ ଆଉ ଗୋଟିଏ ଘରକୁ ବ୍ୟାପି ଚାଲିଥିଲା । କିଏ କଣ କରିବେ କିଛି ବୁଝିବା ପୂର୍ବରୁ ନିଆଁ ସବୁ କିଛି ଛାରଖାର କରି ଦେଇଥିଲା । ଖବର ପାଇ କାମାକ୍ଷାନଗର ଓ ପରଜଙ୍ଗ ଅଗ୍ନିଶମ ବାହିନୀର ୩ଟି ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ହେଲେ ସେତେବେଳେକୁ ସବୁ କିଛି ଶେଷ ହୋଇଯାଇଥିଲା । ପ୍ରାୟ 30ରୁ ଅଧିକ ଘର ଗୋଟିଏ ବି କିଛି ଜିନିଷ ଦେଖିବାକୁ ମିଳି ନଥିଲା ।

ଏହା ବି ପଢନ୍ତୁ...କଟକରେ ଖୋଲିଲା ନୂଆ କ୍ରିକେଟ ଏକାଡେମୀ, ଉଦଘାଟନ କଲେ ସୁରେଶ ରାଇନା

ନିଆଁ ଲାଗିବା ସହ ପବନ ଯୋଗୁଁ ବିଭିନ୍ନ ପରିବାରର ୫ରୁ ଉର୍ଦ୍ଧ୍ବ ଗ୍ୟାସ ଟାଙ୍କି ଫାଟି ନିଆଁକୁ ଆହୁରି ଭୟଙ୍କର କରିଥିଲା । ନିଆଁରେ ଏକ ବାଇକ ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି । ସେପଟେ ସମସ୍ତ ଅଗ୍ନିବିପନ୍ନଙ୍କ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ସହ ସମସ୍ତ ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଛି । ଏପରିକି ଏହି ଅଗ୍ନିକାଣ୍ଡରେ ୧୫ଟି ପରିବାର ସମ୍ପୂର୍ଣ୍ଣ ସର୍ଵସାନ୍ତ ହୋଇ ପଡିଛନ୍ତି ।

ଅଗ୍ନିକାଣ୍ଡର ଭୟାବହ ତା ଏତେ ଜୋର ଥିଲା ଯେ ପରିବାର ଲୋକେ ନିଜ ପିନ୍ଧା ଲୁଗା ଛଡା ଅନ୍ୟ କିଛି ଆସବାପତ୍ର ଆଣି ପାରିନଥିଲେ । ଖବର ପାଇ ଘଟଣାସ୍ଥଳରେ ପରେ ସ୍ଥାନୀୟ ସରପଞ୍ଚ, ରାଜସ୍ବ ନିରୀକ୍ଷକ ଓ ପରଜଙ୍ଗ ତହସିଲଦାର ପହଞ୍ଚି ଅଗ୍ନି ବିପନ୍ନମାନଙ୍କର କ୍ଷୟକ୍ଷତିର ଆକଳନ କରିଛନ୍ତି । ସମସ୍ତ ଅଗ୍ନିବିପନ୍ନଙ୍କୁ ପ୍ରାଥମିକ ସହାୟତା ପାଇଁ ଚୁଡା ଚାଉଳ ଓ ଶୁଖିଲା ଖାଦ୍ୟ ପଦାର୍ଥ ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି ।

ଏହା ବି ପଢନ୍ତୁ...ବଡଚଣାରେ କଂଗ୍ରେସର ବିରାଟ ସମାବେଶ, ଦଳକୁ ଶକ୍ତିଶାଳୀ କରିବାକୁ ଗୁରୁମନ୍ତ୍ର ଦେଲେ ଚେଲ୍ଲା

ପ୍ରକାଶ ଥାଉ କି, କିଛି ଦିନ ତଳେ ସୋନପୁରର ଏକ ଅଖା ଗୋଦାମରେ ଅଗ୍ନିକାଣ୍ଡ । ନିଆଁ ଲାଗି ୧୦ ଲକ୍ଷ ଟଙ୍କାର ଅଖା ଜଳିଯାଇଥିଲା । ବିଶେଷ କରି ଖରା ଦିନେ ଅନେକ ସ୍ଥାନରେ ଅଗ୍ନିକାଣ୍ଡ ଘଟିଥାଏ । ଏ ନେଇ ସତର୍କତା ଅବଲମ୍ବନ କରାଗଲେ ବିପଦ ଟଳିଯିବ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.