ETV Bharat / state

ଢେଙ୍କାନାଳରେ ପ୍ରବଳ ବର୍ଷା, ଖୋଲିଲା ସାମଲ ବ୍ୟାରେଜର 3ଟି ଗେଟ

author img

By

Published : Aug 16, 2020, 1:00 PM IST

ପ୍ରବଳ ବର୍ଷା କାରଣରୁ ଜିଲ୍ଲା ଦେଇ ଯାଇଥିବା ବ୍ରାହ୍ମଣୀ ନଦୀ ଫୁଲିଥିବା ଦେଖାଯାଇଛି । ଫଳରେ ପୂର୍ବରୁ ସାମଲ ବ୍ୟାରେଜର 3ଟି ଗେଟକୁ ଖୋଲାଯାଇଛି ।

heavy rain in dhenkanal
ଖୋଲିଲା ସାମଲ ବ୍ୟାରେଜର 3ଟି ଗେଟ

ଢେଙ୍କାନାଳ: ଲଗାଣ ବର୍ଷାରେ ବେହାଲ ଢେଙ୍କାନାଳ । ଏପଟେ ପ୍ରବଳ ବର୍ଷା କାରଣରୁ ଜିଲ୍ଲା ଦେଇ ଯାଇଥିବା ବ୍ରାହ୍ମଣୀ ନଦୀ ଫୁଲିଥିବା ଦେଖାଯାଇଛି । ଫଳରେ ପୂର୍ବରୁ ସାମଲ ବ୍ୟାରେଜର 3ଟି ଗେଟକୁ ଖୋଲାଯାଇଛି ।

ବ୍ରାହ୍ମଣୀ ନଦୀର ସାମଲ ବ୍ୟାରେଜର ଜଳଧାରଣ କ୍ଷମତା 76.2ମିଟର ରହିଥିବାବେଳେ ଏବେ 74.7ମିଟର ଜଳ ଭରିଯାଇଥିବା ଜଣାପଡିଛି । ବ୍ରାହ୍ମଣୀ ନଦୀରେ ପାଣି ବଢ଼ୁଥିବାରୁ ଭୁବନ ବ୍ଲକ ତଳିଆ ଅଞ୍ଚଳ ଗ୍ରାମଗୁଡିକୁ ପାଣି ଠେଲି ହୋଇ ରହିଥିବା ଦେଖାଯାଇଛି । ଏଥିସହ ଭୁବନ ବ୍ଲକ ଜୟପୁର ଗ୍ରାମ ରବିବାର ଜଳ ବନ୍ଦି ଘେରରେ ରହିଛି ।

ଖୋଲିଲା ସାମଲ ବ୍ୟାରେଜର 3ଟି ଗେଟ

ଏହାଛଡା ଲଗାଣ ବର୍ଷା ଯୋଗୁଁ ଗ୍ରାମକୁ ଯାଇଥିବା ଏକ ପୋଲ ଭାଙ୍ଗି ଯାଇଥିବାରୁ ଜୟପୁର ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.