ETV Bharat / state

ପୂର୍ବ ବିବାଦରୁ ବୋମା-ଗୁଳି ମାଡରେ ଥରିଲା କାମାକ୍ଷାନଗର: ଜଣେ ମୃତ, 2 ଗୁରୁତର

author img

By

Published : Jun 17, 2021, 10:31 AM IST

ପୂର୍ବ ବିବାଦରୁ ଗୋଷ୍ଠୀ ସଂଘର୍ଷ; ଜଣେ ମୃତ, ଦୁଇ ଗୁରୁତର
ପୂର୍ବ ବିବାଦରୁ ଗୋଷ୍ଠୀ ସଂଘର୍ଷ; ଜଣେ ମୃତ, ଦୁଇ ଗୁରୁତର

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବିଜ୍ଞାପିତ ପରିଷଦ ଅଞ୍ଚଳରେ ପୂର୍ବ ବିବାଦକୁ ନେଇ ଗୁଳିକାଣ୍ଡ ସାଙ୍ଗକୁ ବୋମାମାଡ଼ ହୋଇଛି । ଫଳରେ ଗୁଳି ମାଡ଼ରେ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି । ଅଧିକ ପଢନ୍ତୁ...

ଢେଙ୍କାନାଳ: ପୂର୍ବ ବିବାଦରୁ ଗୋଷ୍ଠୀ ସଂଘର୍ଷ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବିଜ୍ଞାପିତ ପରିଷଦ ଅଞ୍ଚଳରେ ପୂର୍ବ ବିବାଦକୁ ନେଇ ଗୁଳିକାଣ୍ଡ ସାଙ୍ଗକୁ ବୋମାମାଡ଼ ହୋଇଛି । ଫଳରେ ଗୁଳି ମାଡ଼ରେ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତରମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି ।

ପୂର୍ବ ବିବାଦରୁ ଗୋଷ୍ଠୀ ସଂଘର୍ଷ; ଜଣେ ମୃତ, ଦୁଇ ଗୁରୁତର

ସୂଚନା ମୁତାବକ, କାମାକ୍ଷାନଗର ବିଜ୍ଞାପିତ ପରିଷଦ ଅଞ୍ଚଳର ଅନନ୍ତପୁର କଲୋନୀ ସାହି ଓ ଗୋଡି ସାହି ମଧ୍ୟରେ ପିଲା ପିଲାଙ୍କ ମଧ୍ୟରେ ବିବାଦକୁ ନେଇ ତିକ୍ତତା ଲାଗିରହିଥିଲା । ଫଳରେ ବୁଧବାର ରାତିରେ ଉଭୟ ଗୋଷ୍ଠୀ ମଧ୍ୟରେ ଲାଗିରହିଥିବା ଛକା ପଞ୍ଝା, ଗୋଷ୍ଠୀ ସଂଘର୍ଷରେ ପରିଣତ ହୋଇଯାଇଥିଲା । ଏପରିକି ଘଟଣାସ୍ଥଳରେ ଗୁଳିକାଣ୍ଡ ସାଙ୍ଗକୁ ବୋମାମାଡ଼ ହୋଇଥିଲା । ଏହି ଗୁଳିକାଣ୍ଡ ଓ ବୋମାମାଡରେ କାମାକ୍ଷାନଗର କଲୋନୀ ସାହି ମହିମାନଗରର ଆକାଶ ନାୟକ, ରାଜକିଶୋର ନାୟକ ଓ ତୋଫାନି ପାତ୍ର ଗୁରୁତର ହୋଇଥିଲେ ।

ସେମାନଙ୍କୁ ଚିକିତ୍ସାପାଇଁ ପ୍ରଥମେ କାମାକ୍ଷାନଗର ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଙ୍କ କହିବା ମୁତାବକ ଆକାଶଙ୍କର ଜଙ୍ଘରେ ଗୁଳି ଲାଗିଥିବାବେଳେ ତୋଫାନିଙ୍କର ବେକରେ ଗୁଳି ବାଜିଛି । ଫଳରେ ଆକାଶ ଓ ତୋଫାନିଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କଟକ ସ୍ଥାନାନ୍ତରିତ କରାଯାଇଥିଲା । ମାତ୍ର କଟକରେ ତୋଫାନି ପାତ୍ରଙ୍କର ଗତ ବିଳମ୍ବିତ ରାତ୍ରିରେ ମୃତ୍ୟୁ ଘଟିଛି । ଖବର ପାଇ କାମାକ୍ଷାନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡିଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.