ETV Bharat / state

ଶ୍ୟାମଚରଣପୁରରେ ବୁଲୁଛି ଦନ୍ତା, ଲୋକେ ଆତଙ୍କିତ

author img

By

Published : Jun 7, 2023, 11:38 AM IST

elephant terror
elephant terror

ଢେଙ୍କାନାଳ ସହରର ଶ୍ୟାମଚରଣପୁର ସ୍ଥିତ ସାଇ ଆଶ୍ରମ ପରିସରରେ ଦନ୍ତା ହାତୀ । ଅଧିକ ପଢନ୍ତୁ

elephant terror

ଢେଙ୍କାନାଳ: ଜଙ୍ଗଲ ଛାଡି ଏବେ ସହର ମୁହାଁ ହାତୀପଲ । ଏନେଇ ଲୋକେ ହନ୍ତସନ୍ତ । ଗତରାତିରେ ଢେଙ୍କାନାଳ ସହରର ଶ୍ୟାମଚରଣପୁର ସ୍ଥିତ ସାଇ ଆଶ୍ରମ ପରିସରରେ ଦେଖିବାକୁ ମିଳିଥିଲା ଦନ୍ତା ହାତୀ । ଏନେଇ ଗ୍ରାମବାସୀ ବନବିଭାଗକୁ ଖବର ଦେଇଥିବା ବେଳେ ଖବର ପାଇ ଘଟଣାସ୍ଥଳରେ ସଦର ରେଞ୍ଜ କର୍ମଚାରୀ ପହଞ୍ଚି ଦନ୍ତାକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ l

ସୂଚନା ମୁତାବକ, ନିକଟସ୍ଥ ଶାଳ ଜଙ୍ଗଲରେ ୧୪ ଟିକିଆ ହାତୀ ପଲ ରହିଥିବା ବେଳେ ଏହି ହାତୀ ପଲଙ୍କ ମେଳରୁ ଦନ୍ତାଟି ସାଇ ଆଶ୍ରମ ଭିତରକୁ ପଶି ଆସିଥିବା ଜଣାପଡିଛି । ଏହି ହାତୀ ପଲ ସହରର ପାଖ ଇଛାଦେଇପୁର ଶାଳ ଜଙ୍ଗଲରେ ରହିଥିବାରୁ ସହରର କୁଞ୍ଜକାନ୍ତ, ଲଳିତନଗର, ଶ୍ୟାମଚରଣପୁର, ବୋରାପଦା ଓ ଭଗବାନପୁର ଆଦି ଅଞ୍ଚଳବାସୀ ଏହି ହାତୀଙ୍କୁ ନେଇ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ପ୍ରକାଶ ଥାଉକି, ନିକଟରେ କିଛି ଦିନରେ ତଳେ ଢେଙ୍କାନାଳ ସହର ସ୍ଥିତ ବୋରାପଦା ଅଞ୍ଚଳରେ ବିଦ୍ୟୁତ ଆଘାତରେ ହାତୀ ମୃତ୍ୟୁ ଘଟିଥିଲା । ଲୋକମାନେ ନିଜର ଚାଷକୁ ବଞ୍ଚାଇବା ପାଇଁ ବିଦ୍ୟୁତ ତାର ବିଚାଉଛନ୍ତି । ଯାହାର ଶିକାର ହେଉଛନ୍ତି ହାତୀ । ଏହା ବ୍ୟତୀତ ଗତ ମାସେ ଭିତରେ ହାତୀ ଆକ୍ରମଣରେ 6 ଜଣଙ୍କ ଜୀବନ ଗଲାଣି । ଏହିଭଳି ଭାବରେ ଢେଙ୍କାନାଳ ଜିଲ୍ଲାରେ ହାତୀ ଉପଦ୍ରବ ଲାଗି ରହିଛି । ବନ ତେଣୁ ବନ ବିଭାଗ ଏଥିପ୍ରତି ଦୃଢ ପଦକ୍ଷେପ ନବାର ଆବଶ୍ୟକତା ରହିଛି l

ଏହା ମଧ୍ୟ ପଢନ୍ତୁ- ହାତୀ ଆକ୍ରମଣରେ ଆହତଙ୍କୁ ଦେଖିବାକୁ ଯାଇଥିଲେ, ବାଟରେ ଦଳିଦେଲା ଦନ୍ତା

ଏହା ମଧ୍ୟ ପଢନ୍ତୁ- ହାତୀ ମୃତ୍ୟୁକୁ ନେଇ ଆକ୍ସନ ମୋଡରେ ବନବିଭାଗ, ଫାର୍ମ ହାଉସ ମାଲିକ ଗିରଫ

ସେହିପରି କିଛି ଦିନ ପୂର୍ବେ ସହରର ସଦର ରେଞ୍ଜ ଅନ୍ତର୍ଗତ ଦିନବନ୍ଧୁପୁର ତଟକା କାଜୁ ଜଙ୍ଗଲରେ ହାତୀ ଆକ୍ରମଣରେ ୭୦ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା । ବିକଳ ତାଙ୍କ ଗ୍ରାମ ପାଖ ତଟକା କାଜୁ ଜଙ୍ଗଲକୁ ବଗିବାକୁ ଯାଇ ଆଉ ଫେରି ନଥିଲେ । ଫଳରେ ତାଙ୍କ ପରିବାର ଓ ଗ୍ରାମବାସୀ ତାଙ୍କୁ ଖୋଜାଖୋଜି କରିଥିଲେ । ପରେ ବିଳମ୍ବିତ ରାତିରେ କାଜୁ ଜଙ୍ଗଲରୁ ତାଙ୍କ କ୍ଷତ ବିକ୍ଷତ ମୃତଦେହ ଠାବ ହୋଇଥିଲା । ଏନେଇ ଖବର ପାଇ ସଦର ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ନେବା ସହ ତଦନ୍ତ ଆରମ୍ଭ କରିଥିଲା ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.