ETV Bharat / state

ହାତୀ ଆକ୍ରମଣରେ ଆହତଙ୍କୁ ଦେଖିବାକୁ ଯାଇଥିଲେ, ବାଟରେ ଦଳିଦେଲା ଦନ୍ତା

author img

By

Published : Jun 6, 2023, 10:19 PM IST

ଅନୁଗୋଳ ଜିଲ୍ଲାରେ ମାତିଛନ୍ତି ହାତୀ । ଦନ୍ତାହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର । ଅଧିକ ପଢ଼ନ୍ତୁ

elephant attack in angul
ଅନୁଗୋଳ ଜିଲ୍ଲାରେ ମାତିଛନ୍ତି ହାତୀ

ଅନୁଗୋଳ ଜିଲ୍ଲାରେ ମାତିଛନ୍ତି ହାତୀ

ଅନୁଗୋଳ: ଜିଲ୍ଲାରେ ଥମୁନି ହାତୀ ଆତଙ୍କ । ଗୋଟିଏ ପରେ ଗୋଟିଏ ଜୀବନ ନେଉଛି ହାତୀ । ଜିଲ୍ଲାରେ ଏଭଳି ଘଟଣା ସବୁଦିନିଆ ହୋଇଗଲାଣି । ଅନୁଗୋଳ ଜିଲ୍ଲାରେ ହାତୀ ପୁଣି ଜଣଙ୍କ ଜୀବନ ନେଇଛି । ହାତୀ ଆକ୍ରମଣରେ ଆହତ ହୋଇଥିବା ଲୋକଙ୍କୁ ଦେଖିବାକୁ ଯାଇଥିବା ବେଳେ ହାତୀ ପୁଣି ଜଣକୁ ଆକ୍ରମଣ କରିଛି । ଯେଉଁ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଜିଲ୍ଲାର ଅନୁଗୋଳ ବନଖଣ୍ଡ ବନ୍ତଳା ବନାଞ୍ଚଳ ହମାମିରା ଗାଁରେ ଏଭଳି ଘଟଣା ଘଟିଛି । ମୃତ ମହିଳା ଜଣକ ହେଲେ ହମାମିରା ଗ୍ରାମ ବାସିନ୍ଦା ଛଇଳ ସାହୁଙ୍କ ସ୍ତ୍ରୀ ଚମ୍ପାବତୀ ସାହୁ।

ମିଳିଥିବା ସୂଚନା ଅନୁସାରେ, ହମାମିରା ଗାଁର ନେହୁରୁ ସାହୁ କୌଣସି କାମରେ ଗାଁ ପାଖ ଜଙ୍ଗଲକୁ ଯାଇଥିଲେ । ସେଠାରେ ଥିବା ଏକ ଦନ୍ତା ହାତୀ ହାବୁଡ଼ରେ ପଡିଯାଇଥିଲେ । ହାତୀ ଆକ୍ରମଣରେ ନେହୁରୁ ଗୁରୁତର ଭାବେ ଆହତ ହୋଇଥିବା ଖବର ପାଇ ଗାଁ ଲୋକେ ଘଟଣାସ୍ଥଳକୁ ଯାଇଥିଲେ । ଚମ୍ପାବତୀ ସାହୁ ମଧ୍ୟ ଆହତଙ୍କୁ ଦେଖିବାକୁ ଯାଇଥିଲେ । ଏହି ସମୟରେ ସେଇ ଦନ୍ତା ହାତୀ ଚମ୍ପାବତୀଙ୍କୁ ଆକ୍ରମଣ କରିଥିଲା । ହାତୀଟି ଚମ୍ପାବତୀଙ୍କୁ ଟାଣି ନେଇ ତଳେ କଚାଡି ଦେଇଥିଲା ।

ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ଗୁରୁତର ଆହତ ନେହୁରୁଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି । ସେପଟେ ଖବର ପାଇଁ ଘଟଣାସ୍ଥଳରେ ପୋଲିସ ଏବଂ ବନ ବିଭାଗ ପହଞ୍ଚିଥିଲା । ଏକା ସାଙ୍ଗରେ ଦୁଇ ଜଣ ହାତୀ ଆକ୍ରମଣର ଶିକାର ହେବା ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି । ହାତୀ ସୁରକ୍ଷା ଦିଗରେ ବିଭଗର ପଦକ୍ଷେପକୁ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି । ଗତ ଦୁଇ ମାସ ମଧ୍ୟରେ ଏହି ଅଞ୍ଚଳରେ ହାତୀ ଆକ୍ରମଣରେ ଏହି ଅଞ୍ଚଳରେ ୮ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟି ସାରିଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଆସନ୍ତୋଷ ଦେଖିବାକୁ ମିଳିଛି ।

ପ୍ରକାଶ ଥାଉକି, ବନଖଣ୍ଡ ବନ୍ତଳା ରେଞ୍ଜ ଅନ୍ତର୍ଗତ ଜାମୁଣ୍ଡା କୁଳିଆପଶି ସାହିରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା । ବଡ଼ି ଭୋର ସମୟରେ ବୈଦେହୀ ପ୍ରଧାନ ନିକଟସ୍ଥ ଆମ୍ବ ତୋଟାକୁ ଆମ୍ବ ଗୋଟାଇବାକୁ ଯାଇଥିଲେ । ହଠାତ ହାତୀ ସହ ତାଙ୍କର ମୁହାଁମୁହିଁ ହୋଇଥିଲା । ଫଳରେ ହାତୀଟି ତାଙ୍କୁ ଦଳି ଦେଇଥିଲା । ହାତୀ ଆକ୍ରମଣରେ ଘଟଣାସ୍ଥଳରେ ହିଁ ମହିଳାଙ୍କର ମୃତ୍ୟୁ ହୋଇଥିଲା । ବନ୍ତଳା ବନାଞ୍ଚଳରେ ଏବେ ହାତୀଙ୍କ ଉପଦ୍ରବ ଖୁବ୍ ବଢି ଯାଇଛି । ବିଗତ ଦିନରେ ହାତୀ ଆକ୍ରମଣରେ ୫ଜଣଙ୍କ ଜୀବନ ଯାଇଥିବା ସୂଚନା ରହିଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.