ETV Bharat / state

ପ୍ରଚାର ଅଧାରୁ ଛାଡି ଚାଲିଗଲେ ଅଭିନେତ୍ରୀ ହେମାମାଳିନୀ, ଜାଣନ୍ତୁ କାରଣ - HEMAMALINI ILL

author img

By ETV Bharat Odisha Team

Published : May 17, 2024, 8:19 PM IST

Hemamalini ill: ଅଧାରେ ରହିଲା ରୋଡ୍ ସୋ' । ଜାଣନ୍ତୁ କାହିଁକି ଅଧାରୁ ପ୍ରଚାର ଛାଡି ଚାଲିଗଲେ ଅଭିନେତ୍ରୀ ହେମାମାଳିନୀ ।

Hemamalini Taken ill
Hemamalini Taken ill (ETV Bharat Odisha)

Hemamalini Taken ill (ETV Bharat Odisha)

କଟକ: ବଲିଉଡ ଅଭିନେତ୍ରୀ ହେମାମାଳିନୀଙ୍କ ପ୍ରଚାରରେ ଦେଖିବାକୁ ମିଳିଛି ବ୍ୟତିକ୍ରମ । ସେ ପ୍ରଚାର ପାଇଁ ଆସିଥିବାବେଳେ ଶୋଭାଯାତ୍ରାକୁ ଅଧାରେ ଛାଡି ଚାଲିଯାଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ, କଟକ ସଦର ନିର୍ବାଚନମଣ୍ଡଳୀର କିଶନନଗରଠାରେ ହେମାମାଳିନୀଙ୍କ କାର୍ଯ୍ୟକ୍ରମରେ ଏହି ବ୍ୟତିକ୍ରମ ଦେଖିବାକୁ ମିଳିଛି । ନିର୍ଦ୍ଧାରିତ ସମୟଠାରୁ ଦୁଇ ଘଣ୍ଟା ବିଳମ୍ବରେ ଅପରାହ୍ନ ସମୟରେ ହେମାମାଳିନୀ ସ୍ଥାନୀୟ ଓଡ଼ାପଡ଼ା ପଡିଆରେ ହେଲିକପ୍ଟରରୁ ଓହ୍ଲାଇଥିଲେ । କାର୍ଯ୍ୟକ୍ରମ ମୁତାବକ ପ୍ରଥମେ ଏକ ଶୋଭାଯାତ୍ରା ଓ ପରେ କିଶୋରନଗର ହାଇସ୍କୁଲ ପଡିଆରେ ଏକ ରାଜନୈତିକ ସଭାରେ ଯୋଗ ଦେଇଥାନ୍ତେ ହେମାମାଳିନୀ ।

କିନ୍ତୁ ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ଅସୁସ୍ଥ ଅନୁଭବ କରିଥିବା କହିଥିଲେ । ସେ ଅସୁସ୍ଥ ହେବାରୁ ଶୋଭାଯାତ୍ରାର ଅଧାରୁ ଭୁବନେଶ୍ୱର ଫେରି ଯାଇଥିବା କହିଛନ୍ତି ବିଜେପି ନେତା । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ହେମାମାଳିନୀ ପୋଲିସ ଏସକର୍ଟ ଗାଡିରେ ବସି ହେମାମାଳିନୀ ହେଲିପ୍ୟାଡ଼ ପର୍ଯ୍ୟନ୍ତ ଯାଇଥିଲେ । ତେବେ କର୍ମୀଙ୍କ କହିବାନୁଯାୟୀ, ହେମାମାଳିନୀ ବିଳମ୍ବରେ ପହଞ୍ଚିବା ପରେ ରାଲିରେ ଯୋଗ ଦେଇଥିଲେ । କିନ୍ତୁ କିଛି ସମୟ ପରେ ଖରା ପ୍ରବଳ ହେବାରୁ ଅସୁସ୍ଥ ହୋଇପଡିଥିଲେ ଡ୍ରିମ ଗାର୍ଲ ।

ଏହା ମଧ୍ୟ ପଢନ୍ତୁ...ଭୁବନେଶ୍ବରରେ ପହଞ୍ଚିଲେ ହେମାମାଳିନୀ, ଆଜି ବିଜେପି ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର

ଏହା ମଧ୍ୟ ପଢନ୍ତୁ...ପ୍ରଚାର ବେଳେ ଅସୁସ୍ଥ ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ, କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି - Arup Patnaik Ill

ଏହା ମଧ୍ୟ ପଢନ୍ତୁ...ତଳସରା ନିର୍ବାଚନ ମଣ୍ଡଳୀରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର, ନିଜ ରାଜ୍ୟର ବିକାଶର ଉଦାହରଣ ଦେଇ ବିଜେଡିକୁ କଲେ ଟାର୍ଗେଟ୍ - Campaign By Chattisgarh CM

ରାଲି ଅଧାରୁ ଭୁବନେଶ୍ୱର ଫେରିଯାଇଥିଲେ ହେମାମାଳିନୀ । ତେବେ ନିର୍ବାଚନ ପରେ ଯେତେବେଳେ କଟକ ସଦର ନିର୍ବଚନ ମଣ୍ଡଳୀରେ ପ୍ରକାଶ ସେଠୀ ଜିତିବେ ସେବେ ନିଶ୍ଚୟ ବିଜୟ ପଦଯାତ୍ରାରେ ଯୋଗ ଦେବି ବୋଲି ସୂଚନା ଦେଇଛନ୍ତି ହେମାମାଳିନୀ । ସୂଚନା ଅନୁସାରେ, ଅଭିନେତ୍ରୀ ହେମାମାଳିନୀ ଆଜି ଓଡ଼ିଶା ଆସିଛନ୍ତି । ସେ ପ୍ରଥମେ ଭୁବନେଶ୍ବର ଆସିବା ପରେ ସାଲିଆ ସାହିରେ ଏକ ଆଶୀର୍ବାଦ ଶୋଭାଯାତ୍ରାରେ ଯୋଗ ଦେଇଥିଲେ । ପରେ ପିପିଲିରେ ରୋଡ୍ ସୋ' କରିଥିଲେ । ଏହାପରେ କଟକର କିଶୋରନଗରରେ କାର୍ଯ୍ୟକ୍ରମ ଥିଲା । ହେଲେ ପ୍ରବଳ ଖରା ଗରମ ଯୋଗୁ ସେ ଅସୁସ୍ଥ ଅନୁଭବ କରିଥିବାରୁ ଏହି କାର୍ଯ୍ୟକ୍ରମ ସଫଳ ହୋଇପାରିନଥିବା ଜଣାପଡ଼ିଛି । କଟକ ସଦର ନିର୍ବାଚନମଣ୍ଡଳୀର କିଶନନଗରଠାରେ ହେମାମାଳିନୀଙ୍କ ପ୍ରଚାର କାର୍ଯ୍ୟକ୍ରମ ଅଧାରେ ରହିଯାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.