ETV Bharat / state

ଢେଙ୍କାନାଳରେ ଚାଞ୍ଚଲ୍ୟ: ବ୍ରାହ୍ମଣୀ ନଦୀରୁ ମହିଳା ଓ ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

author img

By ETV Bharat Odisha Team

Published : Oct 16, 2023, 9:08 PM IST

ବ୍ରାହ୍ମଣୀ ନଦୀରୁ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର ଓ ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର
ବ୍ରାହ୍ମଣୀ ନଦୀରୁ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର ଓ ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

କମଗରା ସ୍ଥିତ ବ୍ରାହ୍ମଣୀ ନଦୀରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଭୁବନ ଅଞ୍ଚଳରେ ପୋଖରୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସର ତଦନ୍ତ ଆରମ୍ଭ । ଅଧିତ ପଢନ୍ତୁ

ବ୍ରାହ୍ମଣୀ ନଦୀରୁ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର ଓ ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ: ଜିଲ୍ଲା କମଗରା ସ୍ଥିତ ବ୍ରାହ୍ମଣୀ ନଦୀରୁ ମହିଳାଙ୍କ ମୃତଦେହ ଉଦ୍ଧାର । ମୃତ ମହିଳା ହେଲେ ମୋଟଙ୍ଗା ଥାନା ହଳଦିଆବାହାଳ ଗ୍ରାମର କୁନ୍ତଳା ରାଉତ । ସେ ଗତ ୧୧ତାରିଖରୁ କୁନ୍ତଳା ଘରୁ ନିଖୋଜ ଥିଲେ । ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା । ତେବେ ଆଜି ବ୍ରାହ୍ମଣୀ ନଦିରେ ଏକ ମୃତଦେହ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ପୋଲିସରୁ ଖବର ଦେଇଥିଲେ । ପରେ ପୋଲିସ ଏବଂ ଅଗ୍ନିଶମବାହିନୀ ଘଟଣା ସ୍ଥଳରେ ପହଞ୍ଚି ବ୍ରହ୍ମଣି ନଦୀରୁ ମହିଳାଙ୍କ ମୃତଦେହକୁ
ଉଦ୍ଧାର କରିଥିଲେ l

ସୂଚନା ଯୋଗ୍ୟ ମୋଟଙ୍ଗା ଥାନା ହଳଦିଆବାହାଳ ଗ୍ରାମର କୁନ୍ତଳା ରାଉତ,ଗତ ଗତ ୧୧ତାରିଖରୁ ଘରୁ କେଉଁଆଡେ ଚାଲି ଯାଇଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା । ଫଳରେ ପରିବାର ଲୋକେ ମୋଟଙ୍ଗା ଥାନାରେ ଅଭିଯୋଗ କରିଥିଲେ । କିନ୍ତୁୁ ଆଜି ସକାଳେ କମଗରା ସ୍ଥିତ ବ୍ରାହ୍ମଣୀ ନଦୀରୁ ମହିଳାଙ୍କ ମୃତଦେହ ଦେଖବାକୁ ମିଳିଥିଲା । ଘଟନସ୍ଥଳରେ ପରିବାର ଲୋକେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଥିଲେ । ଏହା ପରେ ପୋଲିସ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ମେଡିକାଲକୁ ପଠାଯାଇଥିଲା । ତେବେ ମହିଳାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହା ହତ୍ୟା ନା ଆତ୍ମହତ୍ୟା ଏ ସମ୍ପର୍କରେ ଅଧିକ ତଦନ୍ତ ଚଳାଇଛି ପୋଲିସ l

ଏହା ମଧ୍ୟ ପଢନ୍ତୁ....ପୁରୀରେ ଚାଞ୍ଚଲ୍ୟ, ପୋଖରୀ ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଅନ୍ୟପଟେ ଭୁବନ ଅଞ୍ଚଳରୁ ପୋଖରୀରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଭୁବନ ଥାନା ଅନ୍ତର୍ଗତ ଭୁଷଳ ଗ୍ରାମ ମଠସାହିର ୪୫ ବର୍ଷିୟ ପ୍ରଦୀପ ମାହୁନ୍ତ ବୋଲି ଜଣାପଡିଛି । ତେବେ ସେ ଆଜି ଦିନ ଗୋଟାଏ ସମୟରେ କାମରୁ ଫେରି ଗାଁ ପୋଖରୀକୁ ଗାଧୋଇବାକୁ ଯାଇ ଥିବାବେଳେ ଆଉ ଘରକୁ ଫେରିନଥିଲେ । ଏହା ପରେ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ l

ହେଲେ ପୋଖରୀରେ ପ୍ରଦୀପଙ୍କ ମୃତ ଦେହ ଭାସୁଥିବାର ଦେଖିଥିଲେ ଲୋକେ l ଗ୍ରାମବାସୀ ମୃତଦେହ ଉଦ୍ଧାର କରି ଭୁବନ ମେଡିକାଲରେ ଭର୍ତ୍ତି କରାଇଥଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏନେଇ ପରିବାର ପକ୍ଷରୁ ଭୁବନ ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି । ଅଭିଯୋଗକୁ ଆଧାର କରି ଭୁବନ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇଥିବା ଜଣାପଡିଛି ।

ଇଟିଭି ଭାରତ,ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.