ETV Bharat / state

କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା ନେଇ ସିଡିଏମଓଙ୍କୁ ଘେରିଲା ବିଜେପି

author img

By

Published : May 31, 2021, 10:22 PM IST

BJP Protest cdmo on covid hospital neglated in dhenkanal
କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା ନେଇ ସିଡିଏମଙ୍କୁ ଘେରିଲା ବିଜେପି

ଢେଙ୍କାନାଳ ସହରର ପୁରୁଣା ଡାକ୍ତରଖାନାରେ ଚାଲିଥିବା କୋଭିଡ ହସ୍ପିଟାଲରେ ଚିକିତ୍ସାରେ ଅବହେଳା ଓ ବିଭିନ୍ନ ଅବ୍ୟସ୍ଥା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି । ଏହାର ପ୍ରତିବାଦରେ ବିଜେପି କର୍ମୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ କାର୍ଯ୍ୟାଳୟକୁ ଯାଇ ଘେରିଥିଲେ । ଅଧିକ ପଢନ୍ତୁ...

ଢେଙ୍କାନାଳ : କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା ନେଇ ପ୍ରତିବାଦ । ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଘେରିଲା ବିଜେପି ।

ଢେଙ୍କାନାଳ ସହରସ୍ଥିତ ପୁରୁଣା ଡାକ୍ତରଖାନାରେ ଚାଲିଥିବା କୋଭିଡ ହସ୍ପିଟାଲରେ ଚିକିତ୍ସାରେ ଅବହେଳା ଓ ବିଭିନ୍ନ ଅବ୍ୟସ୍ଥା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି । ଏପରିକି ବିଭିନ୍ନ ସମୟରେ ଚିକିତ୍ସା ଅଵହେଳାକୁ ନେଇ ଉତ୍ତେଜନା ମଧ୍ୟ ପ୍ରକାଶ ପାଉଛି । ତଥାପି ଜିଲ୍ଲା ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ଗୁରୁତ୍ବ ଦିଆଯାଉନାହିଁ । ଫଳରେ ଢେଙ୍କାନାଳ କୋଭିଡ ଡାକ୍ତରଖାନାରେ ଡାକ୍ତର ଓ କର୍ମଚାରୀଙ୍କ ମନ ମାନି ଚରମ ସୀମା ଡେଇଁ ଯାଉଛି । ଯାହାକୁ ନେଇ ପ୍ରତିବାଦ ପ୍ରଦର୍ଶନ କରିଛି ବିଜେପି ।

କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା ନେଇ ସିଡିଏମଙ୍କୁ ଘେରିଲା ବିଜେପି

ଏହାର ପ୍ରତିବାଦରେ ଆଜି ବିଜେପି ନେତା ରାମଚନ୍ଦ୍ର ପାତ୍ରଙ୍କ ନେତୃତ୍ବରେ ବିଜେପି କର୍ମୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ କାର୍ଯ୍ୟାଳୟକୁ ଯାଇ ଘେରିଥିଲେ । ଏ ସମ୍ପର୍କରେ ପ୍ରତିବାଦ କରି ସିଡ଼ିଏମଓଙ୍କୁ ପ୍ରତିକାର ଦାବି କରିଛନ୍ତି ବିଜେପି କର୍ମୀ । ତେବେ ଏହାର ତୁରନ୍ତ ପ୍ରତିକାର ଓ ସୁଧାର ନ ହେଲେ ଆଗାମୀ ସମୟରେ ଭୟଙ୍କର ଆନ୍ଦୋଳନ କରାଯିବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.