ETV Bharat / state

ତିନିଦିନ ହେଲା ଜଳୁଛି ଅଶ୍ୱଖୋଲା ସଂରକ୍ଷିତ ଜଙ୍ଗଲ

author img

By

Published : Mar 8, 2021, 12:39 PM IST

Updated : Mar 8, 2021, 1:00 PM IST

ତିନିଦିନ ହେଲା ଜଳୁଛି ଅଶ୍ୱଖୋଲା ସଂରକ୍ଷିତ ଜଙ୍ଗଲ
ତିନିଦିନ ହେଲା ଜଳୁଛି ଅଶ୍ୱଖୋଲା ସଂରକ୍ଷିତ ଜଙ୍ଗଲ

ତିନିଦିନ ହେଲା ଜଳୁଛି ଅଶ୍ୱଖୋଲା ସଂରକ୍ଷିତ ଜଙ୍ଗଲ । ଆତଙ୍କିତ ଅଞ୍ଚଳବାସୀ ଓ ଅଣନିଶ୍ୱାସୀ ହେଲେଣି ବନ୍ୟଜନ୍ତୁ । ଏପଟେ ଢେଙ୍କାନାଳ ବନବିଭାଗ କୌଣସି ପଦକ୍ଷେପ ହାତକୁ ନେଇନାହିଁ ଫଳରେ ଜଙ୍ଗଲର ନିଆଁ କ୍ରମଶଃ ଭୟଙ୍କର ରୂପ ନେବାରେ ଲାଗିଛି । ଅଧିକ ପଢନ୍ତୁ...

ଢେଙ୍କାନାଳ: ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ । ଗତ ତିନିଦିନ ହେଲା ଢେଙ୍କାନାଳ ବନଖଣ୍ଡର ଷଢଙ୍ଗୀ ବନାଞ୍ଚଳ ଅନ୍ତର୍ଗତ ଅଶ୍ବଖୋଲା ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଛି । ନିଆଁର ସଠିକ କାରଣ କ'ଣ ଜଣାପଡିନାହିଁ ।

ଫଳରେ ବନ୍ୟଜନ୍ତୁମାନେ ଅଣନିଶ୍ବାସୀ ହୋଇ ପଡିଲେଣି । ସେପଟେ ସ୍ଥାନୀୟ ବାସିନ୍ଦା ମଧ୍ୟ ବନ୍ୟଜନ୍ତୁଙ୍କ ଉପଦ୍ରବରେ ଆତଙ୍କିତ ହୋଇପଡିଛନ୍ତି । ମାତ୍ର ବନ ବିଭାଗର ନିଆଁ ଲିଭାଇବା ପାଇଁ ଆଦୌ ଚିନ୍ତା ନାହିଁ । ଫଳରେ ଜଙ୍ଗଲର ନିଆଁ କ୍ରମଶଃ ଭୟଙ୍କର ରୂପ ନେବାରେ ଲାଗିଛି । ଗୋଟିଏ ପଟରେ ଏହି ଜଙ୍ଗଲ ନିଆଁରେ ଲକ୍ଷଲକ୍ଷ ସଂଖ୍ୟାରେ ମୂଲ୍ୟବାନ ଗଛ ସବୁ ପୋଡି ଜାଳି ଯାଉଥିବା ଦେଖାଯାଉଛି ।

ତିନିଦିନ ହେଲା ଜଳୁଛି ଅଶ୍ୱଖୋଲା ସଂରକ୍ଷିତ ଜଙ୍ଗଲ

ସେପଟେ ନିଆଁର ଭୟରେ ପ୍ରାଣ ବଞ୍ଚିବାପାଇଁ ହାତୀ ଠାରୁ ଆରମ୍ଭ କରି ଜଙ୍ଗଲୀ ବାରହା ,ଭାଲୁ ଆଦି ଭୟଙ୍କର ଜୀବ ସବୁ ପାଖ ଜନବସତୀରେ ପଶି ଯାଉଛନ୍ତି । ଏହି ବନ୍ୟଜନ୍ତୁଙ୍କ ଉପଦ୍ରଵ ଆଖ ପାଖ ଲୋକଙ୍କୁ ଆତଙ୍କିତ କରିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated :Mar 8, 2021, 1:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.