ETV Bharat / state

ଅଜଣା ଗଳିତ ମୃତଦେହ ଠାବ, ଘଟଣାସ୍ଥଳରେ ସାଇଣ୍ଟିଫିକ ଦଳ ଓ ସନ୍ଧାନୀ କୁକୁର

author img

By

Published : Jul 16, 2023, 10:32 PM IST

ବାଇପାସ ନିକଟରୁ ମୃତଦେହ ଉଦ୍ଧାର
ବାଇପାସ ନିକଟରୁ ମୃତଦେହ ଉଦ୍ଧାର

ବାଲିବୋ ଗ୍ରାମ ବାଇପାସ ନିକଟରୁ ମୃତଦେହ ଉଦ୍ଧାର । ପରିଚୟ ମିଳିପାରି ନଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ । ତଦନ୍ତ କରୁଛି ପୋଲିସ । ଅଧିକ ପଢ଼ନ୍ତୁ

ବାଇପାସ ନିକଟରୁ ମୃତଦେହ ଉଦ୍ଧାର

ଢେଙ୍କାନଳ: ଅଜଣା ଗଳିତ ମୃତଦେହ ଉଦ୍ଧାର କଲା ପୋଲସ । ମୃତଦେହରୁ ମୁଣ୍ଡ, ଗୋଟିଏ ହାତ ଅଲଗା ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ଏପରି ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ଅନ୍ତର୍ଗତ ବାଲିବୋ ଗ୍ରାମ ବାଇପାସ ନିକଟରେ । ଗତକାଲି(ଶନିବାର) କିଛି ପଥଚାରୀ ବାଲିବୋ ରାସ୍ତା ଦେଇ ଯାଉଥିବା ସମୟରେ କିଛି ପଚାସଢ଼ା ଦୁର୍ଗନ୍ଧ ବାହାରୁଥିବା ଜାଣିବାକୁ ପାଇଲେ । ତେବେ ଅଧିକ ରାତି ହୋଇଯାଇଥିବାରୁ ପଚାସଢ଼ା ଦୁର୍ଗନ୍ଧ କେଉଁ ଆଡ଼ୁ ଆସୁଥିଲା ତାହା କିଛି ସ୍ପଷ୍ଟ ବାରି ପାରିନଥିଲ । ତେବେ କିଛି ଅଘଟଣର ଆଶଙ୍କା କରି ପଥଚାରୀ ବାଲିବୋ ସରପଞ୍ଚଙ୍କୁ ଖବର ଦେଇଥିଲେ । ସରପଞ୍ଚ ମଧ୍ୟ କାଳ ବିଳମ୍ବ ନକରି ତୁରନ୍ତ ଭୁବନ ଥାନାକୁ ଖବର ଦେଇଥିଲେ ।

ଖବର ପାଇ ଭୁବନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶରୀରରୁ ମୁଣ୍ଡ ଅଲଗା ହୋଇଥିବା ମୃତଦେହକୁ ଠାବ କରିବା ସହିତ ତଦନ୍ତ ଆରମ୍ଭ କରିଥିଲେ । ମୃତଦେହଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ମୃତେଦହର 80 ପ୍ରତିଶତ ପଚିଯାଇଥିବା ପୋଲିସ ସୂଚନା ଦେଇଛି । ତେବେ ମୃତଶରୀର ପାଖରେ ଏକ ଚପଲ ପୋଲିସକୁ ମିଳିଛି । ତେବେ ଏହି ଦୁଇ ହିଲ୍‌କୁ ନେଇ ସସ୍ପେନ୍ସ ବଢିବାରେ ଲାଗିଛି । ରାତି ଅଧିକ ହୋଇଯାଇଥିବାରୁ ଭୁବନ ପୋଲିସ ପକ୍ଷରୁ ମୃତଦେହକୁ ରାତି ତାମାମ ଜଗି ରହିଥିଲା । ଆଜି(ରବିବାର) ସକାଳେ ଜିଲ୍ଲା ସାଇଣ୍ଟଫିକ୍ ଟିମ୍ ଆସି ସବିଶେଷ ତଦନ୍ତ କରିବା ସହିତ ସନ୍ଧାନୀ କୁକୁରର ସାହାଯ୍ୟ ଅନୁସନ୍ଧାନ ଆରମ୍ଭ କରିଛି । ଭୁବନ ପୋଲିସ୍ ଗଳିତ ମୃତଦେହକୁ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ବ୍ୟବଚ୍ଛେଦ ପରେ ମୃତ୍ୟୁ ପଛର କାରଣ ଜଣାପଡିବ ବୋଲି ପୋଲିସ କହିଛି । ତେବେ ମୃତକର ପରିଚୟ ମିଳିନାହିଁ ।

ଅଧିକ ପଢ଼ନ୍ତୁ: ବୁଦାମୂଳରୁ ବୃଦ୍ଧଙ୍କ ଗଳିତ ମୃତଦେହ ଉଦ୍ଧାର; ପରିଚୟ ଅସ୍ପଷ୍ଟ

ତେବେ କିଛି ଦିନ ତଳେ ଏକ ବୁଦାମୂଳରୁ ମିଳିଥିଲା ବୃଦ୍ଧାଙ୍କ ଗଳିତ ମୃତଦେହ । ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ଅନ୍ତର୍ଗତ କଚେରୀ ପରିବା ବଜାର ଅଞ୍ଚଳରୁ ଏହି ଘଟଣା ସାମ୍ନାକୁ ଆସିଥିଲା । ବଜାର ନିକଟରେ ଏକ ପୋଖରୀ କଡରେ ଥିବା ବୁଦା ଭିତରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ନିକଟସ୍ଥ ପରିବା ମାର୍କେଟରେ ଦୁର୍ଗନ୍ଧ ଆସିବାରୁ ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ଜାଣିବା ପାଇଁ ଆଖପାଖ ସ୍ଥାନରେ ଖୋଜାଖୋଜି କରିଥିଲେ । ତେବେ ବହୁତ ଖୋଜାଖୋଜି କରିବା ପରେ ପୋଖରୀ କଡ଼ରେ ଥିବା ବୁଦା ଭିତରେ ଏକ ଗଳିତ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ପରେ ଘଟଣା ସମ୍ପର୍କରେ ବାରିପଦା ଟାଉନ ଥାନା ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଖବର ପାଇ ବାରିପଦା ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।

ଇଟିଭି ଭାରତ, ଢେଙ୍କାନଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.