ETV Bharat / state

ଘର ଉପରେ ମାଡିଗଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ 4

author img

By

Published : Dec 8, 2019, 7:45 PM IST

truck accident in deogarh
ଘର ଉପରକୁ ମାଡି ଗଲା ଦ୍ରୃତଗାମୀ ଟ୍ରକ

ରାସ୍ତାକଡରେ ଥିବା ଘର ଉପରକୁ ଚଢ଼ିଗଲା ଟ୍ରକ । ଫଳରେ ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ । ଏଭଳି ଅଘଟଣ ଘଟିଛି ଦେବଗଡରେ ।

ଦେବଗଡ: ଭାରସାମ୍ୟ ହରାଇ ଘର ଉପରୁ ମାଡିଗଲା ଟ୍ରକ । ଫଳରେ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଲେ 4 ପ୍ରାଣୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଦେବଗଡ ଜିଲ୍ଲା ଖଇରପାଲି ଥାନା ଅଧିନସ୍ଥ ସିଆରିମାଳିଆ ଗାଁରେ ।

ଘର ଉପରକୁ ମାଡି ଗଲା ଦ୍ରୃତଗାମୀ ଟ୍ରକ

ସୂଚନା ଅନୁସାରେ, ରବିବାର ଅପରାହ୍ନ ସମୟରେ ସିଆରିମାଳିଆ ଗାଁ ରାସ୍ତାରେ ଥିବା ବୁଧୁ କିଶାନଙ୍କ ଘର ଆଡକୁ ଅଚାନକ ମାଡି ଆସିଥିଲା ଏକ ଦୃତଗାମୀ ଟ୍ରକ । ଫଳରେ ଘରଟି ଭାଙ୍ଗି ଯିବା ସହ ଘରର ସମସ୍ତ ଆସବାପତ୍ର ଭାଙ୍ଗିରୁଜି ଯାଇଛି । ଏଥିସହ ପରିବାରର 4ଜଣ ସଦସ୍ୟ ଏକ ବଡ ଅଘଟଣରୁ ବର୍ତ୍ତି ଯାଇଛନ୍ତି । ଟ୍ରକ ଚାଳକ ମଦ୍ୟପାନ କରି ଗାଡି ଚଳାଉଥିବାରୁ ଏପରି ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । କ୍ଷତିପୂରଣ ଦାବିରେ ଜିଦ୍‌ରେ ଅଡି ବସିଛନ୍ତି ଲୋକେ । ଖବର ପାଇ ପୋଲିସ ପହଞ୍ଚିଥିବା ସୂଚନା ରହିଛି ।

ଦେବଗଡରୁ ସରୋଜ ଶତପଥି, ଇଟିଭି ଭାରତ

Intro:ଆଜି ଦେବଗଡ଼ ଜିଲ୍ଲା ଖାଇରପାଲି ଥାନା ଅନ୍ତର୍ଗତ ସିଆରୀମାଳିଆ ଗାଁ ରେ ଏକ ଦ୍ରୁତଗାମୀ ଟ୍ରକ ଦୁର୍ଘଟଣା ରେ ଗୋଟିଏ ଘର ନଷ୍ଟ ହେବା ସହିତ ପରିବାର ର ୪ ଜଣ ସଦଶ୍ୟ ଅଳ୍ପକେ ବଂଚି ଯାଇଛନ୍ତି ।


Body:ଆଜି ଅପରାହ୍ନ ରେ ଦେବଗଡ଼ ଜିଲ୍ଲା ଖାଇରପାଲି ଥାନା ଅନ୍ତର୍ଗତ ସିଆରୀମାଳିଆ ଗାଁ ସ୍ଥିତ ରାଞ୍ଚି ବିଜୟୱାଡା ରାସ୍ତାରେ ଏକ ଟ୍ରକ ଦୁର୍ଘଟଣା ରେ ଗୋଟିଏ ଘର ସମ୍ପୁର୍ଣ୍ଣ ନଷ୍ଟ ହେବା ସହିତ ଗୋଟିଏ ପରିବାର ର ୪ ଜଣ ସଦଶ୍ୟ ଅଳ୍ପକେ ବଂଚି ଯାଇଛନ୍ତି । ସୂଚନା ଯୋଗ୍ୟ ଯେ , ଆଜି ଅପରାହ୍ନ ରେ ସିଆରୀମାଳିଆ ଗାଁ ସ୍ଥିତ ରାଞ୍ଚି ବିଜୟ ୱାଡା ରାସ୍ତାରେ ଏକ ଦ୍ରୁତଗାମୀ ଟ୍ରକ ଭାରସାମ୍ୟ ହରାଇ ଗାଁ ର ବୁଧୁ କିଶାନ ଙ୍କ ଘର ଉପରକୁ ମାଡି ଆସିଥିଲା । ଫଳରେ ବୁଧୁ କିଶାନ ଙ୍କ ଘର ର ଗୋଟିଏ ପାଖ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ , ଘର ର ଗୋଟିଏ ସାଇକଲ ସମେତ ଅନେକ ସାମଗ୍ରୀ ନଷ୍ଟ ହୋଇ ଯାଇଛି । ଏହି ଦୁର୍ଘଟଣା ରେ ବୁଧୁ କିଷାନ ଙ୍କ ପରିବାର ର ୪ ଜଣ ସଦଶ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏଥିରେ କେହି ଆହତ ହୋଇ ନାହାଁନ୍ତି । ଟ୍ରକ ଡ୍ରାଇଭର ପ୍ରଚୁର ମଦ୍ୟପାନ କରି ଟ୍ରକ ଚଳାଉଥିବାରୁ ଏହି ଦୁର୍ଘଟଣା ଘଟିଥିବା ଲୋକେ ଅଭିଯୋଗ କରିଛନ୍ତି । ଉତ୍ୟକ୍ତ ଗ୍ରାମବାସୀ ଡ୍ରାଇଭର ସମେତ ଟ୍ରକ ଟିକୁ ଅଟକ ରଖି ଏ ସମ୍ପର୍କରେ ପୋଲିସ କୁ ସୂଚନା ଦେଇଥିବା ଜଣାଯାଇଛି ।


Conclusion:ଏନେଇ ସିଆରୀମାଳିଆ ଗାଁ ରେ ତୀବ୍ର ଉତ୍ତେଜନା ଦେଖାଦେଇଛି । ଲୋକେ କ୍ଷତିଗ୍ରସ୍ତ ପରିବାର କୁ କ୍ଷତିପୂରଣ ଦେବାକୁ ଅଡ଼ି ବସିଛନ୍ତି । ଫଳରେ ବ୍ୟସ୍ତ ବହୁଳ ରାଞ୍ଚି ବିଜୟ ୱାଡା ରାସ୍ତା ରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.