ETV Bharat / state

କଲା ବଜାରରେ ଭୟାବହ ଅଗ୍ନିକାଣ୍ଡ: ନିଆଁ ଆଁରେ ୪ ଦୋକାନ ଭସ୍ମୀଭୂତ

author img

By

Published : Feb 5, 2022, 12:43 PM IST

କଲା ବଜାରରେ ଭୟାବହ ଅଗ୍ନିକାଣ୍ଡ: ନିଆଁ ଆଁରେ ୪ ଦୋକାନ ଭସ୍ମୀଭୂତ
କଲା ବଜାରରେ ଭୟାବହ ଅଗ୍ନିକାଣ୍ଡ: ନିଆଁ ଆଁରେ ୪ ଦୋକାନ ଭସ୍ମୀଭୂତ

ଗତକାଲି ବିଳମ୍ବିତ ରାତିରେ ଦେବଗଡ ଜିଲ୍ଲା କଲା ବଜାରରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ପାଉଁଶ । ଅଧିକ ପଢନ୍ତୁ...

ଦେବଗଡ: ଜିଲ୍ଲାର କଲା ବଜାରରେ ଅଗ୍ନିକାଣ୍ଡ । ଚାହୁଁ ଚାହୁଁ ନିଆଁରେ ଜଳିଗଲା ୪ରୁ ଅଧିକ ଦୋକାନ । ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଯାଇଛି ।

କଲା ବଜାରରେ ଭୟାବହ ଅଗ୍ନିକାଣ୍ଡ: ନିଆଁ ଆଁରେ ୪ ଦୋକାନ ଭସ୍ମୀଭୂତ

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ବାରକୋଟ ଥାନା ଅନ୍ତର୍ଗତ କଲା ମୁଖ୍ୟ ବଜାରରେ ହଠାତ ନିଆଁ ଲାଗିଥିଲା । ଫଳରେ ଏକାଧିକ ଦୋକାନକୁ ବ୍ୟାପିଯାଇଥିଲା । ସ୍ଥାନୀୟ ଲୋକେ ନିଆଁ ଲିଭାଇବା ସହ ଦମକଳ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି।

ଏଥିରେ ୪ଟି ଉଠା ଦୋକାନ ସମ୍ପୂର୍ଣ୍ଣ ଭାବେ ଜଳିଯିବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇ ଯାଇଥିବା କୁହାଯାଇଛି । ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ବାରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.