ETV Bharat / state

ଦେବଗଡ 53 ନଂ ରାଜପଥରେ ବାଇକ ଦୁର୍ଘଟଣା, ଜଣେ ମୃତ

author img

By

Published : Apr 3, 2020, 11:45 PM IST

Updated : Apr 4, 2020, 10:14 AM IST

accident in deogarh
ଦେବଗଡ 53 ନଂ ଏନ୍ଏଚ୍‌ରେ ବାଇକ ଦୁର୍ଘଟଣା, ଜଣେ ମୃତ

ଦେବଗଡ 53 ନମ୍ବର ଜାତୀୟ ରାଜପଥରେ ବାଇକ ଦୁର୍ଘଟଣା । ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 2 ଜଣ ଆହତ ହୋଇଛନ୍ତି। ଅଧିକ ପଢନ୍ତୁ...

ଦେବଗଡ: ତିଳେଇବଣି ଫାଣ୍ଡି ଅଧିନ ପ୍ରଭାସୁଣି ଗାଁ ନିକଟ 53 ନମ୍ବର ଜାତୀୟ ରାଜପଥରେ ଏକ ବାଇକ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଜଣେ ବାଇକ ଆରୋହୀର ମୃତ୍ୟୁ ହୋଇଛି । ଏହାସହ 2ଜଣ ଗୁରୁତର ଅଛନ୍ତି ।

ଦେବଗଡ 53 ନଂ ଏନ୍ଏଚ୍‌ରେ ବାଇକ ଦୁର୍ଘଟଣା, ଜଣେ ମୃତ

ଆହତଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଶୁକ୍ରବାର ସନ୍ଧ୍ୟାରେ ତିଳେଇବଣି ଫାଣ୍ଡି ଅଧିନ କରଡ଼ାପାଳ ଗାଁରୁ ଏକ ପଲସର ବାଇକ ଯୋଗେ ୩ ଜଣ ଯୁବକ ପ୍ରଭାସୁଣି ଗାଁ ଅଭିମୁଖେ ଆସୁଥିବା ବେଳେ ଗାଁ ନିକଟରେ ବାଇକଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସି ପଡ଼ିଥିଲା । ଫଳରେ ବାଇକରେ ଥିବା 3 ଜଣ ଯୁବକ ମଧ୍ୟରୁ ଜଣେ ଯୁବକ ରାସ୍ତା ଉପରକୁ ଛିଟିକି ପଡିଥିଲେ ଓ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଅନ୍ୟ 2ଜଣ ଯୁବକ ଗୁରୁତର ଭାବେ ଆହତ ହୋଇଥିଲେ । ମୃତ ଯୁବକ ଜଣକ କରଡ଼ାପାଳ ଗାଁର ରାଜେନ୍ଦ୍ର ନାୟକ ଓ ଆହତ ଯୁବକ ମଧ୍ୟରୁ ଜଣେ ଲୁଲଙ୍ଗ ଗାଁର ଟୁକୁନା ବେହେରା ବୋଲି ଜଣା ପଡିଥିବା ବେଳେ ଅନ୍ୟ ଜଣଙ୍କ ପରିଚୟ ମିଳିପାରିନାହିଁ ।

ଏ ସମ୍ପର୍କରେ ଖବର ପାଇ ଦେବଗଡ଼ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ମୃତକ ଓ ଆହତ ଯୁବକମାନଙ୍କୁ ଉଦ୍ଧାର କରି ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଆହତଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । କୋରୋନା ସଂକ୍ରମଣ ନେଇ ସାରା ଜିଲ୍ଲାରେ ଲକଡାଉନ କଟକଣା ଚାଲିଥିବା ବେଳେ, ଏହି ଯୁବକମାନେ କାହିଁକି ଓ କେଉଁ ଉଦ୍ଦେଶ୍ୟରେ ବାଇକ ଯୋଗେ ଯାତାୟତ କରୁଥିଲେ ସେ ସମ୍ପର୍କରେ କୌଣସି ସଠିକ ତଥ୍ୟ ମିଳିପାରିନାହିଁ ।

ଦେବଗଡରୁ ସରୋଜ ଶତପଥି, ଇଟିଭି ଭାରତ

Last Updated :Apr 4, 2020, 10:14 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.