ETV Bharat / state

ଶିଖରପୁର ରେଳଧାରଣାରୁ ଅଜଣା ମୃତଦେହ ଉଦ୍ଧାର

author img

By

Published : Feb 2, 2021, 3:27 PM IST

Unknown dead body found in cuttack railway track
କଟକ ରେଳଧାରଣାରୁ ଅଜଣା ମୃତଦେହ ଉଦ୍ଧାର

କଟକ ଜିଲ୍ଲା ଶିଖରପୁର ରେଳ ଧାରଣାରୁ ଏକ ଅଜଣା ମୃତଦେହକୁ ପୋଲିସ ଉଦ୍ଧାର କରିଛି । ଅଧିକ ପଢନ୍ତୁ...

କଟକ: ଜିଲ୍ଲାର ଶିଖରପୁର ରେଳ ଧାରଣା ନିକଟରେ ଅଜଣା ମୃତଦେହକୁ ଉଦ୍ଧାର କରାଯାଇଛି । ଟ୍ରେନରେ ଧକ୍କା ହୋଇ ମୃତ୍ୟୁ ହୋଇଥିବା ଜଣାପଡିଛି । ସେପଟେ ଏହା ହତ୍ୟା ନା ଆତ୍ମହତ୍ୟା ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ ।

କଟକ ରେଳଧାରଣାରୁ ଅଜଣା ମୃତଦେହ ଉଦ୍ଧାର

କଟକ ରେଳ ଷ୍ଟେସନର 200 ମିଟର ଦୂରରେ ଥିବା ଶିଖରପୁର ରେଳ ଧାରଣା ନିକଟରେ ଘଟିଛି ଏହି ଅଭାବନୀୟ ଘଟଣା । ବ୍ୟକ୍ତିଙ୍କ ପରିଚୟ ଏଯାବତ୍‌ ମିଳିପାରିନାହିଁ । ତେବେ ଘଟଣା ସମ୍ପର୍କରେ ଖବର ପାଇ ଜିଆରପି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.