ETV Bharat / state

Booster Dose: କଟକରେ ଆରମ୍ଭ ହେଲା ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ

author img

By

Published : Jan 19, 2023, 10:05 PM IST

ବିଦେଶରେ ବଢୁଛି ସଂକ୍ରମଣ, ରାଜ୍ୟରେ ଆରମ୍ଭ ହେଲା ଟିକାକରଣ
ବିଦେଶରେ ବଢୁଛି ସଂକ୍ରମଣ, ରାଜ୍ୟରେ ଆରମ୍ଭ ହେଲା ଟିକାକରଣ

ସଂକ୍ରମଣକୁ ଦୃଷ୍ଚିରେ ରଖି କଟକରେ ଆରମ୍ଭ ହେଲା ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ । ଦ୍ୱିତୀୟ ଡୋଜ ନେବାର 9 ମାସ ହୋଇଥିଲେ ନେଇପାରିବେ ଏହି ଡୋଜ । ବୁଷ୍ଟର ଡୋଜ ନେଇ ନଥିବା ବ୍ୟକ୍ତିଙ୍କୁ ଟିକା ନେବାକୁ ଅନୁରୋଧ କଲା ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ

ବିଦେଶରେ ବଢୁଛି ସଂକ୍ରମଣ, ରାଜ୍ୟରେ ଆରମ୍ଭ ହେଲା ଟିକାକରଣ

କଟକ: ବିଦେଶରେ ବଢୁଛି ସଂକ୍ରମଣ । ଏପଟେ ରାଜ୍ୟରେ ଟୀକାକରଣ କରିବାକୁ ସରକାର ପୁଣିଥରେ ଯୋଜନା କରିଛନ୍ତି । କୋରୋନା ସଂକ୍ରମଣକୁ ଦୃଷ୍ଚିରେ ରଖି କଟକରେ ଆରମ୍ଭ ହେଲା ଟିକାକରଣ । ଦ୍ୱିତୀୟ ଡୋଜ ଓ ପ୍ରିକସନ ଡୋଜ ଟୀକାକରଣ ଆଜି କଟକରେ ପୁଣି ଆଜି ଆରମ୍ଭ ହୋଇଛି। ସମସ୍ତ ସରକାରୀ ମେଡିକାଲ ରେ ଆରମ୍ଭ ହୋଇଛି ଟୀକା କରଣ । ସହରର SCB ମେଡିକାଲ , ସିଟି ମେଡିକାଲରେ ଟୀକା ନେବା ବ୍ୟବସ୍ଥା କରାଯାଇଛି । ତେବେ ଆଜିଠାରୁ ରାଜ୍ୟରେ ଟୀକାକରଣ ସେବା ପୁଣି ଆରମ୍ଭ ହୋଇଛି । ରାଜ୍ୟକୁ ଆସିଛି କୋଭିସିଲଡ଼ ଟୀକାର 1 ଲକ୍ଷ ଡୋଜ । ସମସ୍ତ ଜିଲ୍ଲାକୁ ଟୀକା ଦିଆଯାଇଛି । ଯେଉଁମାନେ ଦ୍ୱିତୀୟ କିମ୍ବା ବୁଷ୍ଟର ଡୋଜ ନେଇ ନାହାନ୍ତି ସେମାନଙ୍କୁ ଟୀକା ନେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି ।

ସମ୍ଭାବ୍ୟ ସଂକ୍ରମଣ ବଢ଼ିବା ଆଶଙ୍କାରେ ଯେଉଁମାନେ ଟୀକା ନେଇ ନାହାନ୍ତି ସେମାନେ ଟୀକା ନିଅନ୍ତୁ । ରାଜ୍ୟରେ ମାତ୍ର 40 ପ୍ରତିଶତ ଲୋକ ହିଁ ବୁଷ୍ଟର ଡୋଜ୍‌ ନେଇଛନ୍ତି । ଯେଉଁମାନେ ବୁଷ୍ଟର ଡୋଜ୍‌ ନେଇ ନାହାନ୍ତି ସେନାନଙ୍କୁ ଟିକା ନେବାକୁ ଅନୁରୋଧ କରୁଛନ୍ତି ଡାକ୍ତର ଭୁବନାନନ୍ଦ ମହାରଣା । ତେବେ ଆଜିଠାରୁ 18 ବର୍ଷରୁ ଊର୍ଦ୍ଧ୍ବ ଲୋକ ଦ୍ୱିତୀୟ ଓ ବୁଷ୍ଟର ଡୋଜ୍‌ ଟୀକା ଦିଆଯାଉଛି । କଟକ SCB ବଡ଼ ମେଡ଼ିକାଲରେ ସକାଳ 9ଟାରୁ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସକାଳ 12ଟା ସୁଦ୍ଧା 40 ଜଣ ଲୋକ ଯେଉଁମାନେ ଅନ୍‌ଲାଇନ୍‌ରେ ସ୍ଲଟ୍‌ ବୁକ କରିଥିଲେ ସେହିମାନେ ଟୀକା ନେଇଛନ୍ତି । ଅନ୍‌ଲାଇନ୍‌ରେ 100 ଜଣ ସ୍ଲଟ ବୁକ୍‌ କରି ଟୀକା ନେଇପାରିବେ । ଅଫ୍‌ଲାଇନ୍‌ରେ 90 ଜଣଙ୍କ ପାଇଁ ଟୀକା ଆସିବା ବ୍ୟବସ୍ଥା କରାଯାଇଛି । ତେବେ SCB ବଡ଼ ମେଡ଼ିକାଲରେ ଟୀକାକରଣ ପ୍ରକ୍ରିୟା ଜାରି ରହିଛି । ପ୍ରଥମ ଦିନ ହେତୁ ଲୋକଙ୍କ ସଂଖ୍ୟା କମ ରହିଥିଲା ଆସନ୍ତାକାଲି ଟୀକାକରଣ ସଂଖ୍ୟା ବୃଦ୍ଧି ପାଇବ ବୋଲି କହିଛନ୍ତି SCB ଜରୁରୀ କାଳୀନ ଅଧିକାରୀ ।

ଅନ୍ୟପଟେ ରାଜ୍ୟକୁ ଆଉ ଏକ ଲକ୍ଷରୁ ଅଧିକ ଟୀକା ମଧ୍ୟ ଆସିବାର ଯୋଜନା ରହିଛି । ଏହାକୁ ସମସ୍ତ ଜିଲ୍ଲାକୁ ଭାଗ ଭାଗ କରି ଦିଆଯିବ । ସମସ୍ତଙ୍କୁ ଅନୁରୋଧ କରାଯାଉଛି ଯେ, ଯେଉଁମାନେ ଦ୍ୱିତୀୟ ଡୋଜ୍‌ କିମ୍ବା ତୃତୀୟ ଡୋଜ୍‌ ନେଇ ନାହାନ୍ତି ସେମାନେ ଆସି ଟୀକାକରଣ କରନ୍ତୁ । ଏହି ଟୀକାକରଣ ଜିଲ୍ଲା ସ୍ତରରେ କରାଯିବ । କିଛି ଅଞ୍ଚଳକୁ କଭର କରିବା ସହିତ ଟିକାକରଣ କରାଯିବ । ଯେହେତୁ କମ୍‌ ମାତ୍ରାରେ ଟୀକା ଆସିଛି ତେବେ କେଉଁଠାରେ ଟିକାକରଣ କରାଯିବ ତାହା ଅନଲାଇନରେ ସଂପୂର୍ଣ୍ଣ ଭାବରେ ତଥ୍ୟ ଦିଆଯିବ । ଯେଉଁମାନେ ଟୀକା ନେଇନାହାଁନ୍ତି ସେମାନେ ଏହାର ସୁଯୋଗ ନିଅନ୍ତୁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.