ETV Bharat / state

Russian Tourists Death: 5ମ ଥର ପାଇଁ କ୍ରାଇମବ୍ରାଞ୍ଚରେ ଋଷ ଦମ୍ପତି ହାଜର

author img

By

Published : Dec 31, 2022, 2:08 PM IST

ସନ୍ଦେହ ଘେରରେ ଋଷ ପର୍ଯ୍ୟଟକ ମୃତ୍ୟୁ ମାମଲା । ଜେରା ପାଇଁ କ୍ରାଇମବ୍ରାଞ୍ଚରେ ହାଜର ହେଲେ ଋଷ ଦମ୍ପତି । ଅଧିକ ପଢନ୍ତୁ

Russian Tourists Death
Russian Tourists Death

Russian Tourists Death

କଟକ: ରାୟଗଡାରେ ଋଷ ପର୍ଯ୍ୟଟକ ମୃତ୍ୟୁ ମାମଲା (Russian Tourists Death) ) । ଜେରା ପାଇଁ କ୍ରାଇମବ୍ରାଞ୍ଚରେ ପୁଣି ହାଜର ହେଲେ ଋଷ ଦମ୍ପତି (Russian couple reached at crime branch office )। ଋଷୀୟ ଦମ୍ପତି ପାନ ସଂକୋ ଓ ଟୁରଭୋଙ୍କୁ ଆଜି ପଞ୍ଚମ ଥର ପାଇଁ ଜେରା କରିବ କ୍ରାଇମବ୍ରାଞ୍ଚ । ଦମ୍ପତିଙ୍କ ସହ ସହ ଟୁର ଗାଇଡ଼ ଜିତେନ୍ଦ୍ର ସିଂ ମଧ୍ୟ କ୍ରାଇମବ୍ରାଞ୍ଚରେ ହଜାର ହୋଇଛନ୍ତି । ସମସ୍ତଙ୍କୁ ଚାରି ଦିନ ହେବ ଜେରା କରୁଛି କ୍ରାଇମବ୍ରାଞ୍ଚ । ଆଜି ମଧ୍ୟ ଜେରା ପାଇଁ କ୍ରାଇମବ୍ରାଞ୍ଚରେ ପହଞ୍ଚିଛନ୍ତି ଋଷ ଦମ୍ପତି ।

ସେପଟେ ଦୁଇ ଋଷ ପର୍ଯ୍ୟଟକଙ୍କ ମୃତ୍ୟୁ କିପରି ହେଲା ସେନେଇ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଗତକାଲି ରାୟଗଡାରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ତଦନ୍ତକୁ ଜୋରଦାର କରିଛି । ତଦନ୍ତ ପୂର୍ବରୁ କେନ୍ଦ୍ରିୟ ଗୁଇନ୍ଦା ସଂସ୍ଥା ସିଆଇବି ଏବଂ କ୍ରାଇମବ୍ରାଞ୍ଚ ଟିମ ମଧ୍ୟରେ ରାୟଗଡାର ଏକ ହୋଟେଲରେ ରୁଦ୍ଧଦ୍ବାର ବୈଠକ ବସିଥିଲା । ଏହାପରେ କ୍ରାଇମବ୍ରାଞ୍ଚ ଓ ଫରେନସିକ ଲ୍ୟାବର 10 ଜଣିଆ ଟିମ ତଦନ୍ତ ଆରମ୍ଭ କରିଥିଲେ । କ୍ରାଇମବ୍ରାଞ୍ଚ ତଦନ୍ତ ସମୟରେ ସାଇ ଇଣ୍ଟରନାସନାଲ ହୋଟେଲ ପରିସରରେ ପାୱେଲଙ୍କ ଏକ ଚପଲ ଜବତ କରିଥିଲା । ଉଭୟ ଭ୍ଲାଦିମିର ଓ ପାୱେଲ ରହୁଥିବା ରୁମକୁ ଯାଞ୍ଚ କରାଯାଇ ରୁମରେ ଥିବା ଏକ କାଚ ଗ୍ଲାସରୁ ଫିଙ୍ଗର ପ୍ରିଣ୍ଟ ସଂଗ୍ରହ କରାଯାଇଥିଲା । ଜେରାର ସମ୍ମୁଖୀନ ହେଉଥିବା ଦୁଇ ଋଷୀୟ ପର୍ଯ୍ୟଟକଙ୍କ ବୟାନର ଭିଡିଓ ରେକର୍ଡ କରାଯାଇଥିବା କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା ।

ଆଜି ତଦନ୍ତର ଦ୍ବିତୀୟ ଦିନରେ କ୍ରାଇମବ୍ରାଞ୍ଚ ଡିଏସପି ସରୋଜକାନ୍ତ ମହାନ୍ତଙ୍କ ନେତୃତ୍ୱରେ ଆସିଥିବା ୧୦ ଜଣିଆ ଟିମ୍ ରାୟଗଡା ଥାନା ଓ ଶିରିଗୁଡା ଶ୍ମଶାନ ଯାଇ ଅନୁସନ୍ଧାନ କରିଥିଲେ । ଏଥିରେ ସାଇଣ୍ଟିଫିକ ଓ ଫରେନସିକ ଟିମ୍ ମଧ୍ୟ ରହିଛନ୍ତି । କ୍ରାଇମବ୍ରାଞ୍ଚ ଅଧିକାରୀ ସ୍ଥାନୀୟ ପୋଲିସ ସହିତ ମଧ୍ୟରେ ସାକ୍ଷାତ କରି ସବିଶେଷ ତଥ୍ୟ ସଂଗ୍ରହ କରିଛନ୍ତି । ଶ୍ମଶାନରେ ଦୁଇ ମୃତକଙ୍କ ପାଉଁଶରୁ ହାଡ ଓ ଶରୀରର ଅନ୍ୟ ଅଂଶ ସଂଗ୍ରହ କରାଯାଇଛି । ତେବେ କ୍ରାଇମବ୍ରାଞ୍ଚ ପାଉଁଶ ତଳୁ ଋଷ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ଏକପ୍ରକାର ଖିଅ ଖୋଜୁଛି । ତେବେ ଆଜି ପୁନର୍ବାର କ୍ରାଇମବ୍ରାଞ୍ଚ ଟିମ୍ ଘଟଣାସ୍ଥଳ ହୋଟେଲରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ହୋଟେଲରେ ରୁମ ନମ୍ବର ୨୦୩ ଓ ୩୦୯ ଯାଇ ଆଉ କିଛି ପ୍ରମାଣ ସଂଗ୍ରହ କରିଛନ୍ତି । ହୋଟେଲର ସମସ୍ତ କର୍ମଚାରୀ ଉପସ୍ଥିତ ରହିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି । ଘଟଣାର ତଦନ୍ତ ଜାରି ରହିଛି ଯାହା ଆବଶ୍ୟକ ସେ ଅନୁସାରେ ତଦନ୍ତ ଚାଲିଛି ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଏସପି ।

ମିଳିଥିବା ସୂଚନା ଅନୁଯାୟୀ, ଗତ 22 ତାରିଖରେ ରାୟଗଡାର ସାଇ ଇଣ୍ଟରନ୍ୟାସନାଲ ହୋଟେଲରେ ରହୁଥିବା ଋଷୀୟ ପର୍ଯ୍ୟଟକ ଭ୍ଲାଦିମିର ବିଦାନୋଭ ଏବଂ 24 ତାରିଖରେ ଆଣ୍ଟୋଭ ପାଭେଲଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ସିଆଇବି ଏବଂ କେନ୍ଦ୍ରୀୟ ଗୁପ୍ତଚର ଏଜେନ୍ସି ଏହାର ତଦନ୍ତ କରୁଥିବା ବେଳେ କ୍ରାଇମବ୍ରାଞ୍ଚର ଟିମ ସିଆଇବି ସହିତ ଆଲୋଚନା କରି ତଦନ୍ତକୁ ଆଗକୁ ବଢାଉଛି । ତେବେ ଡିଏନଏ ରିପୋର୍ଟ ଆସିବା ପରେ କେଉଁ ପରିସ୍ଥିତିରେ ଏହି 2 ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.