ETV Bharat / state

ହକି କମ୍ପ୍ଲେକ୍ସକୁ ଆସିବେ ନୂଆ ତାରକା: ଦିଲୀପ ତିର୍କୀ

author img

By

Published : Jan 12, 2023, 10:45 PM IST

Dilip Tirkey
Dilip Tirkey

ରେଭେନ୍ସା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସରେ ହକି କମ୍ପ୍ଲେକ୍ସ ହେବା ନେଇ ରେଭେନ୍ସା କତ୍ତୃପକ୍ଷଙ୍କ ନିକଟରୁ ରାଜ୍ୟ ସରକାରଙ୍କୁ ଦାବି ହୋଇଛି । ଅଧିକ ପଢନ୍ତୁ

Dilip Tirkey

କଟକ: ରାଜ୍ୟ ସରକାରଙ୍କୁ ଘାରିଛି ହକି ନିଶା । ରାଜ୍ୟ ରେ ଦ୍ବିତୀୟ ଥର ପାଇଁ ଆୟୋଜିତ ହେଉଛି ପୁରୁଷ ହକି ବିଶ୍ୱକପ।ଯାହାକୁ ନେଇ ସବୁ ଆଡେ ହକି କ୍ରେଜ ଦେଖିବାକୁ ମିଳିଛି । ତେଣୁ ହକି ର ବିକାଶ ପାଇଁ କଟକ ରେ ମଧ୍ୟ ହକି କମ୍ପ୍ଲେକ୍ସ ନିର୍ମାଣ ହେବା ନେଇ ଜାରି ରହିଛି ଯୋଜନା । ରେଭେନ୍ସା ବିଶ୍ୱବିଦ୍ୟାଳୟ ର ଦ୍ୱିତୀୟ କ୍ୟାମ୍ପସ ରେ ହକି କମ୍ପ୍ଲେକ୍ସ ହେବା ନେଇ ରେଭେନ୍ସା କତ୍ତୃପକ୍ଷଙ୍କ ନିକଟରୁ ରାଜ୍ୟ ସରକାରଙ୍କୁ ଦାବି ଜଣାଯାଇଛି ।

ତେବେ ଏହି ପ୍ରରିପ୍ରେକ୍ଷୀରେ ପ୍ରତିକ୍ରିୟା ରଖିଛନ୍ତି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ । ପୂର୍ବରୁ କଟକରେ ମଧ୍ୟ ହକି ଖେଳ ଅନୁଷ୍ଠିତ ହେଉଥିଲା । ମେଜର ଧ୍ୟାନଚାନ୍ଦ ମଧ୍ୟ କଟକରେ ହକି ଖେଳିଛନ୍ତି । ଏପରି ସ୍ଥଳେ ରେଭେନ୍ସା ବିଶ୍ୱ ବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସରେ ହକି କମ୍ପ୍ଲେକ୍ସ ନିର୍ମାଣ ହେଲେ କଟକରୁ ମଧ୍ୟ ଅନେକ ତାରକା ଖେଳାଳି ସାମ୍ନାକୁ ଆସିବେ । ଏହି ମେଗା ପ୍ରୋଜେକ୍ଟ ପାଇଁ ହକି ଇଣ୍ଡିଆ ମଧ୍ୟ ସହଯୋଗର ହାତ ବଢାଇବ ବୋଲି କହିଛନ୍ତି ଦିଲୀପ ତିର୍କୀ ।

ଅନ୍ୟପଟେ ରାଜ୍ୟ ସରକାର ମଧ୍ୟ ଏହି ଦିଗରେ ଆଲୋଚନା କରିଛନ୍ତି। ତେବେ ବର୍ତ୍ତମାନ ରାଜଧାନୀ ଭୁବେନେଶ୍ବର ଓ ରାଉରକେଲାରେ ବିଶ୍ୱସ୍ତରୀୟ ହକି ଗ୍ରାଉଣ୍ଡ ଥିଲା ବେଳେ କଟକର ରେଭେନ୍ସାର ଦ୍ୱିତୀୟ କ୍ୟାମ୍ପସରେ କିପରି ଗୋଟିଏ କମ୍ପ୍ଲେସ ନିର୍ମାଣ ହେବ ସେନେଇ ରେଭେନ୍ସା କତ୍ତୃପକ୍ଷଙ୍କ ନିକଟରୁ ଦାବି ଜଣାଯାଇଛି । ବର୍ତ୍ତମାନ ସମୟରେ ଦ୍ୱିତୀୟ ଥର ପାଇଁ ଓଡିଶାରେ ହକି ବିଶ୍ୱକପ ଆୟୋଜିତ ହେଉଛି। ଯାହାକୁ ନେଇ ରାଜ୍ୟର କୋଣ ଅନୁକୋଣ ରେ ହକି ଫିଭର ଜାରି ରହିଛି। ପ୍ରଥମ କଥା ହେଲା ହକି ବିଶ୍ୱକପକୁ ରାଜ୍ୟର ସବୁ ଜିଲ୍ଲାରେ ଭ୍ରମଣ କରାଇବା । ଯାହା ଦ୍ୱାରା ହକି ପ୍ରତି ଭଲ ପାଇବା ଦ୍ବିଗୁଣିତ ହୋଇଛି । ଯଦି କଟକ ରେ ଏହି ହକି କମ୍ପ୍ଲେସ ନିର୍ମାଣ ହେଉଛି ତେବେ କଟକ ମଧ୍ୟ ହକି ତାରକା ପ୍ରଦାନ କରିବ ଏଥିରେ କୌଣସି ଚିନ୍ତା କରିବାର ନାହିଁ ବୋଲି ସୂଚନା ଦେଇଛନ୍ତି ହକି ଇଣ୍ଡିଆ ସଭାପତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.