ETV Bharat / state

ଡ୍ରାଇଭର ଧର୍ମଘଟରେ ସାମିଲ ହେବନି ମାଲିକ ସଂଘ, ସମସ୍ତ ରୁଟରେ ଗଡ଼ିବ ଘରୋଇ ବସ

author img

By

Published : Mar 14, 2023, 5:39 PM IST

drivers mahasangha strike in odisha
ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଡାକରା

୧୦ ଦଫା ଦାବି ପୂରଣ ନେଇ ଧର୍ମଘଟ ଡାକରା ଦେଇଛି ଡ୍ରାଇଭର ସଙ୍ଘ । ସେପଟେ ଡ୍ରାଇଭରଙ୍କ ଆନ୍ଦୋଳନ ସତ୍ତ୍ବେ ସମସ୍ତ ରୁଟରେ ବସ ଗଡ଼ିବା ନେଇ ସ୍ପଷ୍ଟୀକରଣ ଦେଇଛି ଘରୋଇ ବସ ମାଲିକ ସଂଘ । ଅଧିକ ପଢ଼ନ୍ତୁ

ଡ୍ରାଇଭର ଧର୍ମଘଟରେ ସାମିଲ ହେବନି ମାଲିକ ସଂଘ

କଟକ: ଆସନ୍ତାକାଲି ଠାରୁ ୧୦ ଦଫା ଦାବିରେ ଷ୍ଟିୟରିଂ ଛାଡ଼ ଡାକରା ଦେଇଛି ଓଡ଼ିଶା ଡ୍ରାଇଭର ମହାସଂଘ । ଏହି ବନ୍ଦ ଡାକରାରେ ଓଡ଼ିଶା ମଟର ଚାଳକ ସଂଘ, ପରିବହନ ସଂଘ ଡ୍ରାଇଭର ମହାସଂଘ ଭଳି ବିଭିନ୍ନ ସଂଘ ଏଥିରେ ସାମିଲ ହୋଇଛି । ହେଲେ ଧର୍ମଘଟକୁ ନେଇ ନିଜ ଆଭିମୁଖ୍ୟ ସ୍ପଷ୍ଟ କଲା ରାଜ୍ୟ ଘରୋଇ ବସ ମାଲିକ ସଂଘ । ଆସନ୍ତା କାଲି ରାଜ୍ୟର ସମସ୍ତ ରୁଟରେ ଘରୋଇ ବସ ଚାଲିବା ନେଇ ବସ ମାଲିକ ସଂଘ ସ୍ପଷ୍ଟିକରଣ ଦେଇଛି । ଧର୍ମଘଟ ସମୟରେ ଗଣ୍ଡଗୋଳ ଆଶଙ୍କା ରହିଛି । ତେଣୁ ସୁରକ୍ଷା ପ୍ରଦାନ ପାଇଁ ପୋଲିସ ଡିଜିଙ୍କୁ ଭେଟି ସଂଘ ପକ୍ଷରୁ ନେବେଦନ କରାଯାଇଛି ।

ଆସନ୍ତାକାଲି ରାଜ୍ୟବ୍ୟାପୀ ହେବାକୁ ଥିବା ଆନ୍ଦୋଳନରେ ରାଜ୍ୟ ଘରୋଇ ବସ ମାଲିକ ସଂଘ ସହଯୋଗ କରିବ ନାହିଁ ବୋଲି ସୂଚନା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଧର୍ମଘଟ ପାଇଁ କଟକ ଘରୋଇ ବସ ମାଲିକ ସଂଘ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ ବ୍ୟବସ୍ଥା କରିଛି । ରାଜ୍ୟ ଘରୋଇ ବସ ମାଲିକ ସଂଘଙ୍କ କହିବାନୁସାରେ, ଓଡିଶାରେ ପ୍ରତିଦିନ ବସର ଆବଶ୍ୟକତା ବେଶି ଅଧିକ । ରାଜ୍ୟର କୋଣ ଅନୁକୋଣକୁ ଯିବା ପାଇଁ ଘରୋଇ ବସର ଆବଶ୍ୟକତା ରହିଛି । ଡ୍ରାଇଭର ସଂଘ ଯେଉଁ ଧର୍ମଘଟ ଡାକରା ଦେଇଛି ସେଥିରେ ବସ ମାଲିକ ସଂଘ ହସ୍ତକ୍ଷେପ କରିବନି । ରାଜ୍ୟର ସମସ୍ତ ରୁଟରେ ଘରୋଇ ବସ ଚାଲିବ । ପ୍ରତିକୂଳ ପରିସ୍ଥିତିକୁ ନଜରରେ ରଖି ପୋଲିସ ଡିଜିଙ୍କୁ ସୁରକ୍ଷା ଦୃଷ୍ଟି କୋଣରୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରଯାଇଛି । ଏହାସହ ରାଜ୍ୟ ସରକାରଙ୍କୁ ମଧ୍ୟ ଏକ ସ୍ମାରକପତ୍ର ଦିଆଯାଇଛି । ତେଣୁ ବସ ମାଲିକ ସଂଘ ଏହି ଧର୍ମଘଟରେ ଅଂଶ ଗ୍ରହଣ କରିବେ ନାହିଁ ବୋଲି କୁହାଯାଇଛି ।

ଏହାଛଡା ରାଜ୍ୟରେ ବର୍ତ୍ତମାନ ମାଟ୍ରିକ ପରୀକ୍ଷା ଜାରି ରହିଛି । ଏହି ପରିପ୍ରେକ୍ଷୀରେ ବସକୁ ଧର୍ମଘଟରେ ସାମିଲ କରିବା ଅନୁଚିତ ବୋଲି ଆଲୋଚନା ହୋଇଛି । ଯଦି ଡ୍ରାଇଭର ସଂଘର କିଛି ଦାବି ରହୁଛି ତାହା ନେଇ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କଲେ ଭଲ ବୋଲି ବସ ମାଲିକ ସଂଘ କହିଛି । ଏହି ଧର୍ମଘଟରେ ବସ ମାଲିକ ସଂଘ ରହିବ ନାହିଁ ବୋଲି ରାଜ୍ୟ ସମ୍ପାଦକ ସ୍ପଷ୍ଟ କରିଛନ୍ତି । ଧର୍ମଘଟ ଯୋଗୁଁ ରାଜ୍ୟରେ ଯାତ୍ରୀମାନେ ବେଶ ହଇରାଣ ହେବେ। ଉଦାହରଣ ସ୍ୱରୂପ କଟକ ବାଦାମବାଡ଼ି ବସ ଷ୍ଟାଣ୍ଡରୁ ହଜାର ହଜାର ଯାତ୍ରୀ ରାଜ୍ୟର କୋଣ ଅନୁକୋଣକୁ ପ୍ରତ୍ୟେକ ଦିନ ଯାତାୟାତ କରୁଛନ୍ତି । ଏମିତିରେ ପ୍ରଚଣ୍ଡ ରୁଦ୍ର ତାପ, ତାକୁ ନଜରରେ ରଖି ବସ ଯଥା ଅନୁସାରେ ଗଡିବ ବୋଲି ରାଜ୍ୟ ଘରୋଇ ବସ ମାଲିକ ସଂଘ କହିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.