ETV Bharat / state

କଟକ ବିଡାନାସୀରେ ଉଦଘାଟିତ ହେଲା ପ୍ରଧାନମନ୍ତ୍ରୀ କୌଶଳ ବିକାଶ କେନ୍ଦ୍ର

author img

By

Published : Jan 15, 2021, 10:38 PM IST

pmkvy innagurated in cuttack bidanasi
କଟକ ବିଡାନାସିରେ ଉଦଘାଟିତ ହେଲା ପ୍ରଧାନମନ୍ତ୍ରୀ କୌଶଳ ବିକାଶ କେନ୍ଦ୍ର

କଟକ ବିଡାନାସୀରେ ଉଦଘାଟିତ ହେଲା ପ୍ରଧାନମନ୍ତ୍ରୀ କୌଶଳ ବିକାଶ କେନ୍ଦ୍ର । ଚଳିତଥର ଲଜିଷ୍ଟିକ୍, ଆନିମେସନ୍ ଏବଂ ଟୁରିଜିମ ହସ୍ପିଟାଲିଟି ପାଇଁ ଅନୁମତି ମିଳିଛି । ୧୨୦ ଜଣ ଯୁବକ ଯୁବତୀ ତାଲିମ ନେବେ ତାଲିମ । ଅଧିକ ପଢନ୍ତୁ...

କଟକ: ଉଦଘାଟିତ ହେଲା ପ୍ରଧାନମନ୍ତ୍ରୀ କୌଶଳ ବିକାଶ କେନ୍ଦ୍ର । ଦେଶର ୭୫ ଟି କେନ୍ଦ୍ର ଉଦଘାଟିତ ହୋଇଥିବା ଏହି ଯୋଜନାରେ ପ୍ରାୟ ୮ ଲକ୍ଷ ଯୁବକ ଯୁବତୀ ତାଲିମ ନେବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।

କଟକ ବିଡାନାସିରେ ଉଦଘାଟିତ ହେଲା ପ୍ରଧାନମନ୍ତ୍ରୀ କୌଶଳ ବିକାଶ କେନ୍ଦ୍ର

ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ୩.୦ ଭର୍ଚୁଆଲ ପ୍ଲାଟଫର୍ମରେ ଆନୁଷ୍ଠାନିକ ଉଦଘାଟିତ ହୋଇଯାଇଛି । କଟକ ବିଡାନାସୀ ଠାରେ ଥିବା ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ରକୁ କେନ୍ଦ୍ରମନ୍ତ୍ରୀ ମହେନ୍ଦ୍ରନାଥ ପାଣ୍ଡେ ଉଦଘାଟିତ କରିଛନ୍ତି । ଏହା ସହିତ କେନ୍ଦ୍ରର କିଛି ଯୁବକ ଯୁବତୀଙ୍କ ସହ କେନ୍ଦ୍ର ମନ୍ତ୍ରୀ ଆଲୋଚନା ମଧ୍ୟ କରିଥିଲେ ।

କଟକ ସ୍ଥିତ ଏହି କେନ୍ଦ୍ରର ନୂଆ ବ୍ୟାଚରେ ୧୨୦ ଜଣ ଯୁବକ ଯୁବତୀ ତାଲିମ ନେବେ ଏବଂ ମାର୍ଚ୍ଚ ମାସ ସୁଦ୍ଧା ସେମାନଙ୍କ ତାଲିମ କାର୍ଯ୍ୟକୁ ଶେଷ କରିବାକୁ ଲକ୍ଷ ରଖାଯାଇଥିବା କେନ୍ଦ୍ର ପରିଚାଳକ କହିଛନ୍ତି । ଏପର୍ଯ୍ୟନ୍ତ ୮ ହଜାର ଯୁବକ ଯୁବତୀଙ୍କୁ ତାଲିମ ପ୍ରଦାନ କରିଥିବା ଏହି କେନ୍ଦ୍ରକୁ ଚଳିତଥର ଲଜିଷ୍ଟିକ୍, ଆନିମେସନ୍ ଏବଂ ଟୁରିଜିମ ହସ୍ପିଟାଲିଟି ପାଇଁ ଅନୁମତି ମିଳିଛି ।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.