ETV Bharat / state

ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଡ୍ରାଇଭର ମୃତ

author img

By

Published : Jul 12, 2022, 6:30 PM IST

ଭାରସାମ୍ୟ ହରାଇ ରାସ୍ତାତଳକୁ ଖସିଲା ଅଟୋ, ଚିକିତ୍ସାଧୀନ ଅବସ୍ଥାରେ ଚାଳକ ମୃତ । ଅଧିକ ପଢନ୍ତୁ

ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଡ୍ରାଇଭର ମୃତ
ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଡ୍ରାଇଭର ମୃତ

ନିଆଳି: ଭାରସାମ୍ୟ ହରାଇ ରାସ୍ତାତଳକୁ ଖସିଲା ଅଟୋ । ଡାକ୍ତରଖାନାରେ ଚାଳକଙ୍କ ମୃତ୍ୟୁ । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ନୂଆଗାଁ ଛକ ନିକଟରେ ଘଟିଛି ଦୁର୍ଘଟଣା । ଅଠାନ୍ତର ଛକରୁ ବନମାଳିପୁର ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିବା ସୂଚନା ।

ଖବର ଅନୁଯାୟୀ, ମଙ୍ଗ ଶାସନ ଗାଁର ବଳରାମ ସ୍ବାଇଁ ଏକ ଡାଲା ଅଟୋ ନେଇ ଅଠାନ୍ତର ଛକରୁ ବନମାଳୀପୁର ଯାଉଥିଲେ । ଏହି ସମୟରେ ଅଟୋଟି ଭାରସାମ୍ୟ ହରାଇ ନୂଆଗାଁ ଛକ ନିକଟ ରାସ୍ତାକଡକୁ ଖସିପଡିଥିଲା । ସ୍ଥାନୀୟ ଲୋକେ ଡ୍ରାଇଭର ବଳରାମ ସ୍ବାଇଁଙ୍କୁ ଉଦ୍ଧାର କରି ଅଠାନ୍ତର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.