ETV Bharat / state

ପରିବାରକୁ ମିଳିଲା ଆଶ୍ବସ୍ତି, ଦୁଇ ମାସ ପରେ ପାଇଲେ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ

author img

By

Published : May 12, 2023, 10:36 PM IST

after 2month missing man found
after 2month missing man found

ନିଖୋଜ ଥିବା କାଳିଆ ବେହେରାଙ୍କୁ ଦୁଇମାସ ପରେ ଖୋଜି ପାଇଲେ ପରିବାର ଲୋକେ । କଟକ ବଡ଼ ମେଡ଼ିକାଲର ଅସହାୟ ୱାର୍ଡରେ ଚିକିତ୍ସିତ ହେଉଥିଲେ କାଳିଆ । ଅଧିକା ପଢନ୍ତୁ

ଦୁଇ ମାସ ପରେ ପାଇଲେ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ

କଟକ: ନିଖୋଜ ଥିବା କାଳିଆ ବେହେରାଙ୍କୁ ଦୁଇମାସ ପରେ ପାଇଲେ ପରିବାର ଲୋକେ । ପାଇବାର ଆଶା ଛାଡି ଦେଇଥିବା ପରିବାର ଲୋକେ ଆସି ଆଜି କଟକ ବଡ଼ ମେଡ଼ିକାଲର ଅସହାୟ ୱାର୍ଡରେ କାଳିଆଙ୍କୁ ଭେଟିବା ସହ ଘରକୁ ନେଇଛନ୍ତି । ଭୁବନ ଅଞ୍ଚଳର 55 ବର୍ଷୀୟ କାଳିଆ ବେହେରା ପେଶାରେ ଜଣେ ଆଇସକ୍ରିମ ବ୍ୟବସାୟୀ । ପତ୍ନୀ ଓ ଦୁଇ ପୁଅଝିଅଙ୍କୁ ନେଇ ତାଙ୍କର ସଂସାର । ହେଲେ ଗତ ମାର୍ଚ୍ଚ ମାସ ଠାରୁ ହଟାତ୍ ନିଖୋଜ ହୋଇଯାଇଥିଲେ କାଳିଆ । ପରିବାର ଲୋକେ ଅନେକ ଖୋଜାଖୋଜି କରିଥିଲେ ହେଲେ କାଳିଆଙ୍କ କୌଣସି ପତ୍ତା ମିଳି ନଥିଲା । ପରେ ପରିବାର ଲୋକେ ଏକ ପ୍ରକାରର ମିଳିବାର ଆଶା ଛାଡି ଦେଇଥିଲେ।

ତେବେ ଗତ କିଛି ଦିନ ତଳେ ତାଳଚେର ଅଞ୍ଚଳର ସମାଜସେବୀ ବାପି ମହାନ୍ତି କଟକ ଜଣେ ରୋଗୀଙ୍କୁ ଚିକିତ୍ସା କରାଇବା ପାଇଁ ଆସିବା ବେଳେ ଅସହାୟ ବିଭାଗରେ ଥିବା କାଳିଆଙ୍କ ସମ୍ପର୍କରେ ଜାଣିବାକୁ ପାଇଥିଲେ । କାଳିଆ ଯାଜପୁର ଜିଲ୍ଲା ଡୁବୁରୀରେ ଦୁର୍ଘଟଣାର ଶିକାର ହେବା ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ମେଡିକାଲ୍ ସ୍ଥାନାନ୍ତର କରାଯାଇଥିଲା। ଗୋଟେ ପଟରେ କାଳିଆଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ତାଙ୍କର ସମ୍ପର୍କୀୟ ମାନଙ୍କର ସହ ଯୋଗାଯୋଗ ହୋଇ ପାରୁନଥିଲା । ଏମିତିକି କାଳିଆ ମଧ୍ୟ ସ୍ମରଣ ଶକ୍ତି ହରାଇଥିଲେ । ହେଲେ ଅସହାୟ ୱାର୍ଡରେ ତାଙ୍କର ଚିକିତ୍ସା ଚାଲିଥିଲା । କିନ୍ତୁ ଦୁର୍ଘଟଣାରେ କାଳିଆ ତାଙ୍କର ଗୋଟିଏ ହାତ ହରାଇଥିଲେ। ଏହାପରେ କାଳିଆଙ୍କ ପରିବାର ସମ୍ପର୍କରେ ସ୍ଵେଚ୍ଛାସେବୀ ବାପି ମହାନ୍ତି ଖୋଜା ଖୋଜି କରିବା ପରେ ଶେଷରେ ଆଜି ସମସ୍ତେ କାଳିଆଙ୍କୁ ଭେଟିବା ସହ ନେବା ପାଇଁ ଆସି ପହଞ୍ଚିଥିଲେ ।

କାଳିଆଙ୍କ ନିଖୋଜ ହେବା ପରେ ଚିନ୍ତାରେ ଥିଲେ ପରିବାର ଲୋକେ । ନିଖୋଜ ହେବାର ଦୁଇ ମାସ ପରେ 2 ମାସ ପରେ କାଳିଆଙ୍କ ସନ୍ଧାନ ପାଇଛନ୍ତି ପରବାର ଲୋକେ । ଏହାକୁ ନେଇ ପରିବାରରେ ଖୁସିର ମାହୋଲ ରହିଛି । କିନ୍ତୁ ଦୁଃଖ ଏତିକି ଯେ, ଦୁର୍ଘଟଣାର ଶୀକାର ହୋଇ କାଳିଆ ତାଙ୍କ ହାତ ହରାଇ ବସିଛନ୍ତି । ଏ ବଡ଼ ଦୁଃଖ ସବୁଦିନ ପାଇଁ ରହିଗଲା ବୋଲି କହିଛନ୍ତି କାଳିଆ ଙ୍କ ପତ୍ନୀ ସଞ୍ଜୁ ବେହେରା । ଅନ୍ୟପଟେ କାଳିଆ ମିଳିଯିବା ପରେ ପରିବାର ଲୋକେ ବେଶ୍ ଆଶ୍ବସ୍ତି ଅନୁଭବ କରିଛନ୍ତି । ପରିଚୟ ନଥାଇ ବି SCBର ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ତାଙ୍କ ଚିକିତ୍ସା କରି ଚାଲିଥିଲେ । ଏହି ଉଦ୍ୟମ ନିଶ୍ଚିତ ଭାବରେ ପ୍ରଶଂସା ଯୋଗ୍ୟ ବୋଲି କହିଛନ୍ତି କାଳିଆଙ୍କ ପରିବାର ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.