ETV Bharat / state

ବାରବାଟୀକୁ ଫେରିଲା ଫଟାଫଟ୍ କ୍ରିକେଟ, କ୍ରୀଡା ଜଗତ ଖୁସ

author img

By

Published : Apr 23, 2022, 5:02 PM IST

ବାରବାଟୀକୁ ଫେରିଲା ଟି20, ଜୁନ 12ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ
ବାରବାଟୀକୁ ଫେରିଲା ଟି20, ଜୁନ 12ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ

ସବୁ କଳ୍ପନାଜଳ୍ପନାର ଘଟିଲା ଅନ୍ତ । ବାରବାଟୀକୁ ଫେରିଲା ଆନ୍ତର୍ଜାତିକ T-20 ମୁକାବିଲା । ଜୁନ 12 ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦ୍ୱିତୀୟ ଫଟାଫଟ୍ ମୁକାବିଲା । ଅଧିକ ପଢନ୍ତୁ

କଟକ: ସବୁ କଳ୍ପନାଜଳ୍ପନାର ଘଟିଲା ଅନ୍ତ । ବାରବାଟୀକୁ ଫେରିଲା ଆନ୍ତର୍ଜାତିକ T-20 ମୁକାବିଲା । ଜୁନ 12 ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦ୍ୱିତୀୟ ଫଟାଫଟ୍ ମୁକାବିଲା । ଯାହାକୁ ନେଇ କ୍ରୀଡ଼ା ମହଲରେ ଖେଳିଯାଇଛି ଖୁସିର ଲହରି । ତେବେ ଦକ୍ଷିଣ ଆଫ୍ରିକର ଏହା ଦ୍ୱିତୀୟ ବାରବାଟୀ ଗସ୍ତ । ପୂର୍ବରୁ 2015 ମସିହାରେ ବାରବାଟୀରେ ଭାରତ ବିପକ୍ଷରେ ଟି-20 ମ୍ୟାଚ ଖେଳିଥିଲା ଦକ୍ଷିଣ ଆଫ୍ରିକା । ଯେଉଁଥିରେ ବାଜିମାରିଥିଲା ଅତିଥି ଦଳ ।

ବାରବାଟୀକୁ ଫେରିଲା ଟି20, ଜୁନ 12ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ

ତେବେ ଏହି ମ୍ୟାଚକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କ୍ରିକେଟ ଏକ୍ସପର୍ଟ ପବନ ଅଗ୍ରୱାଲ । ସେ କହିଛନ୍ତି, ପୂର୍ବର ଭାରତୀୟ ଟିମ ଆଉ ବର୍ତ୍ତମାନର ଟିମ ମଧ୍ୟରେ ରହିଛି ଆକାଶ ପାତାଳ ତଫାତ୍ । ବର୍ତ୍ତମାନର ଭାରତୀୟ ଟିମ ବେଶ ମଜଭୁତ ।

ତେବେ ବାରବାଟୀ ଭଳି କ୍ଲାସ ବ୍ୟାଟିଂ ପିଚରେ ମ୍ୟାଚ ହେବ । ଅନ୍ୟପଟେ ବିସିସିଆଇ ଯେଉଁ ଦୀର୍ଘ ବର୍ଷ ବ୍ୟବଧାନରେ ମ୍ୟାଚ ବାରବାଟୀକୁ ପ୍ରଦାନ କରୁଛି ତାହା ଠିକ୍‌ ନୁହଁ । ବରଂ ବର୍ଷକ ମଧ୍ୟରେ ଅନେକ ମ୍ୟାଚ ବାରବାଟୀରେ ହେବା ଦରକାର । କାରଣ ବର୍ତ୍ତମାନ ଷ୍ଟାଡିୟମର ରୂପରେଖ ବଦଳି ସାରିଛି । ସବୁ ଦିଗରୁ ୱାର୍ଲଡ଼ କ୍ଲାସ ରହିଛି ଷ୍ଟାଡିୟମ । ତେବେ ଏହି ମ୍ୟାଚ ପରେ ଆଗକୁ ଗୋଟିଏ ପରେ ଗୋଟିଏ ମ୍ୟାଚ ବିସିସିଆଇ ବାରବାଟୀକୁ ପ୍ରଦାନ କଲେ ଓଡିଶା କ୍ରୀଡା ଦିଗରେ ଆହୁରି ମଜଭୁତ ହେବ ବୋଲି କହିଛନ୍ତି ପବନ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.