ETV Bharat / state

ପୋଲିସ ଏସ୍‌ଆଇ ନିଯୁକ୍ତି ଉପରେ ହାଇକୋର୍ଟଙ୍କ ରହିତାଦେଶ, ରାଜ୍ୟ ସରକାରଙ୍କୁ ଜବାବ ତଲବ

author img

By

Published : Feb 10, 2023, 6:10 PM IST

ପୋଲିସ ସବ ଇନ୍ସପେକ୍ଟର ନିଯୁକ୍ତି ଉପରେ ରୋକ ଲଗାଇଲେ ହାଇକୋର୍ଟ । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମ୍ପୃକ୍ତ ବିଜ୍ଞପ୍ତି ଉପରେ କୌଣସି ପଦକ୍ଷେପ ଗ୍ରହଣ କରିବାକୁ ବାରଣ କରିବା ସହ ସମ୍ପୃକ୍ତ ବିଜ୍ଞପ୍ତିକୁ କାହିଁକି ରଦ୍ଦ କରାନଯିବ, ସେନେଇ ଜବାବ ଦେବାକୁ ରାଜ୍ୟ ସରକାରଙ୍କୁ ଆଜି ନୋଟିସ ଜାରି କରିଛନ୍ତି ଉଚ୍ଚ ନ୍ୟାୟାଳୟ । ଅଧିକ ପଢ଼ନ୍ତୁ

ପୋଲିସ ଏସ୍‌ଆଇ ନିଯୁକ୍ତି ଉପରେ ହାଇକୋର୍ଟଙ୍କ ରହିତାଦେଶ
ପୋଲିସ ଏସ୍‌ଆଇ ନିଯୁକ୍ତି ଉପରେ ହାଇକୋର୍ଟଙ୍କ ରହିତାଦେଶ

କଟକ: ୪୭୭ ପୋଲିସ ସବ ଇନ୍ସପେକ୍ଟର ନିଯୁକ୍ତି ଉପରେ ରୋକ ଲଗାଇଲେ ହାଇକୋର୍ଟ । ୨୦୨୧ ମସିହାରେ ଓଡ଼ିଶା ପୋଲିସ ସବ ଇନ୍ସପେକ୍ଟର ନିଯୁକ୍ତି ଲାଗି ଯେଉଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା, ତା ଉପରେ ହାଇକୋର୍ଟ ଆଜି ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମ୍ପୃକ୍ତ ବିଜ୍ଞପ୍ତି ଉପରେ କୌଣସି ପଦକ୍ଷେପ ଗ୍ରହଣ ନକରିବାକୁ ବାରଣ କରିଛନ୍ତି ହାଇକୋର୍ଟ ।

୨୦୨୧ ମସିହାରେ ଓଡିଶା ପୋଲିସ ସବ ଇନ୍ସପେକ୍ଟର ନିଯୁକ୍ତି ଲାଗି ରାଜ୍ୟ ସରକାରଙ୍କ ଗୃହ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୪୭୭ ପୋଲିସ ସବ ଇନ୍ସପେକ୍ଟର ନିଯୁକ୍ତି ନେଇ ପ୍ରକାଶ ପାଇଥିଲା ବିଜ୍ଞପ୍ତି । ତେବେ ସମ୍ପୃକ୍ତ ବିଜ୍ଞପ୍ତିକୁ କାହିଁକି ରଦ୍ଦ କରାନଯିବ, ସେନେଇ ଜବାବ ଦେବାକୁ ରାଜ୍ୟ ସରକାରଙ୍କୁ ଆଜି ନୋଟିସ ଜାରି ହୋଇଛି । ଆସନ୍ତା ମାର୍ଚ୍ଚ ୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ସେପର୍ଯ୍ୟନ୍ତ ସବ ଇନ୍ସପେକ୍ଟର ନିଯୁକ୍ତି ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି ଉଚ୍ଚ ନ୍ୟାୟାଳୟ ।

୨୦୨୧ ମସିହା ଜୁନ ମାସ ୨୨ ତାରିଖରେ ୪୭୭ ପୋଲିସ ଏସଆଇ ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପ୍ରାର୍ଥୀମାନଙ୍କ ପାଇଁ ବୟସ ସୀମା ୩୨ ରହିଥିଲା । କିନ୍ତୁ ୨୦୨୨ ମସିହା ଜାନୁଆରୀ ୧୧ ତାରିଖରେ ରାଜ୍ୟ ସରକାର ଏକ ବିଜ୍ଞପ୍ତି ଜରିଆରେ ସ୍ପଷ୍ଟ କଲେ ଯେ, ସମସ୍ତ ସରକାରୀ ଚାକିରି ପାଇଁ ବୟସ ସୀମା ୩୮କୁ ବୃଦ୍ଧି କରାଗଲା । ପୁନର୍ବାର ସେହି ଜାନୁଆରୀ ମାସ ୧୫ ତାରିଖରେ ଆଉ ଏକ ବିଜ୍ଞପ୍ତି ଜରିଆରେ ସରକାର ସ୍ପଷ୍ଟ କଲେକି, ଯେଉଁମାନେ ୨୦୨୧ରେ ପ୍ରକାଶ ପାଇଥିବା ନିଯୁକ୍ତି ସଂକ୍ରାନ୍ତୀୟ ବିଜ୍ଞପ୍ତି ଜରିଆରେ ଆବେଦନ କରିସାରିଛନ୍ତି, ସେମାନଙ୍କ କ୍ଷେତ୍ରରେ ବୟସ କୋହଳ କରାଯିବ ନାହିଁ । ଯାହାକୁ ଚ୍ୟାଲେଞ୍ଜ କରି କିଛି ପ୍ରାର୍ଥୀ ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.