ETV Bharat / state

କଟକ-ଚାନ୍ଦବାଲି ରାସ୍ତା ଦୁର୍ଘଟଣା ଆହତମାନେ ଏସସିବିରେ ହେଉଛନ୍ତି ସୁସ୍ଥ

author img

By ETV Bharat Odisha Team

Published : Jan 6, 2024, 10:32 PM IST

କଟକ-ଚାନ୍ଦବାଲି ରାସ୍ତା ଦୁର୍ଘଟଣା ଆହତମାନେ ଏସସିବିରେ ହେଉଛନ୍ତି ସୁସ୍ଥ
କଟକ-ଚାନ୍ଦବାଲି ରାସ୍ତା ଦୁର୍ଘଟଣା ଆହତମାନେ ଏସସିବିରେ ହେଉଛନ୍ତି ସୁସ୍ଥ

Health updates on victims of Cuttack Chandbali Road accident: ଗତ ଜାନୁଆରୀ ମାସ ୨ ତାରିଖ ସକାଳେ କଟକ-ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ଠାରେ ଘଟିଥିଲା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୁରୁତର ଆହତ ମଧ୍ୟରୁ ବର୍ତ୍ତମାନ ୪ ଜଣ ଏସସିବି ରେ ହେଉଛନ୍ତି ଚିକିତ୍ସିତ । ଅଧିକ ପଢନ୍ତୁ

କଟକ-ଚାନ୍ଦବାଲି ରାସ୍ତା ଦୁର୍ଘଟଣା ଆହତମାନେ ଏସସିବିରେ ହେଉଛନ୍ତି ସୁସ୍ଥ

କଟକ : ଗତ ଜାନୁଆରୀ ମାସ ୨ ତାରିଖ ସକାଳେ କଟକ-ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କଟରପଡ଼ା କଳା ପୋଲ ନିକଟରେ ଘଟିଥିଲା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପ୍ରାୟ ୫୦ ଜଣ ଯାତ୍ରୀଙ୍କୁ ନେଇ ଚାନ୍ଦବାଲିରୁ କଟକ ଆସୁଥିବା ମନୋରମା ନାମକ ଏକ ଘରୋଇ ଯାତ୍ରୀବାହୀ ବସ ଓ ସାଲେପୁର ପଟୁ ଯାଉଥିବା ଏକ ୧୦ ଚକିଆ ଟ୍ରକକୁ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଥିଲେ । ଏହି ଦୁର୍ଘଟଣାରେ ଆହତମାନେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ସମସ୍ତ ରୋଗୀଙ୍କ ଅବସ୍ଥା ଭଲ ଥିବା ଏସସିବି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଏସସିବି କୂଳସଚିବ ଡ଼ଃ ଅବିନାଶ ରାଉତଙ୍କ କହିବା ଅନୁଯାୟୀ ଚିକିତ୍ସିତ ହେବାକୁ ଆସିଥିବା ୧୦ ଜଣଙ୍କ ମଧ୍ୟରୁ ବର୍ତ୍ତମାନ ୪ ଜଣ ଏସସିବି ରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣ ନ୍ୟୁରୋ ସର୍ଜରୀ ଓ ଦୁଇ ଜଣ ସର୍ଜରୀ ବିଭାଗରେ ଚିକିତ୍ସିତ ହେଉଛନ୍ତି । ସ୍ବତନ୍ତ୍ର ଡାକ୍ତରୀ ଟିମ ସେମାନଙ୍କ ଚିକିତ୍ସା କରୁଛନ୍ତି । ତେବେ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଡାକ୍ତର ରାଉତ କହିଛନ୍ତି । ଘନ କୁହୁଡି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣା ପଡ଼ିଥିବା ବେଳେ ଦୃତଗତି ଏହି ଦୃଘଟଣାର ଅନ୍ୟତମ କାରଣ ବୋଲି କୁହାଯାଉଛି । ସେପଟେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ମୃତକଙ୍କ ପରିବାରକୁ ୩ ଲକ୍ଷ ଲେଖାଏଁ ସହାୟତା ଦିଆଯିବ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ ... ବସ୍-ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ 3 ମୃତ, ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସୂଚନାଯୋଗ୍ୟ ଯେ ସାଲେପୁର ଫାର୍ମାସି କଲେଜର ଦ୍ବିତୀୟ ବର୍ଷର ଛାତ୍ର ଲୋସନ ଏହି ଦୁର୍ଘଟଣା ରେ ଅଧିକ ଗୁରୁତର ହୋଇଛନ୍ତି । ତାଙ୍କ ମୁଣ୍ଡ, ଛାତି ଗୋଡ ଭଳି ତାଙ୍କର ଏକାଧିକ ସ୍ଥାନରେ ଗଭୀର ଆଘାତ ଲାଗିଛି । ତେବେ ଲୋସନଙ୍କ ବ୍ୟତୀତ ଏସସିବିରେ ଭର୍ତ୍ତି ହୋଇଥିବା ଅନ୍ୟ ୯ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଥିଲା ଏବଂ ଆହତ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଅଧିକାଂଶ ଗାଁରେ ନୁଆବର୍ଷ ଛୁଟି ସାରି ନିଜ ନିଜ କର୍ମକ୍ଷେତ୍ରରେ ଯୋଗ ଦେବାକୁ ଯାଉଥିଲେ । ଏହି ଆଘାତର ସିଧାସଳଖ ପ୍ରଭାବ ବସ ଡ୍ରାଇଭର ପାଖରେ ଓ ପଛ ପଟେ ବସିଥିବା ଯାତ୍ରୀମାନଙ୍କ ଉପରେ ପଡିଥିଲା । ଫଳସ୍ବରୂପ ବସର ଡ୍ରାଇଭର ଗୁରୁତର ଭାବେ ଆହତ ହେବା ସହ ତାଙ୍କ ପଛରେ ବସିଥିବା ତିନି ଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା ।

ଖବରପାଇ ସ୍ଥାନୀୟ ଲୋକେ , ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳ ପହଁଚି ମୃତାହତଙ୍କ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ଡାକ୍ତରଖାନା ଓ ପରେ ଏସସିବି ପଠାଇଥିଲେ । ଏହି ଘଟଣା ପରେ ପରିବହନ କମିଶନର ଅମିତାଭ ଠାକୁର ଏସସିବି ଆସି ଆହତଙ୍କ ସ୍ବାସ୍ଥ୍ୟବସ୍ଥା ପଚାରିବୁଝିଥିଲେ । ତେବେ ଘନ କୁହୁଡି ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା ଏବଂ ଉଭୟ ଗାଡ଼ିର ପରମିଟ୍ ଓ ଫିଟନେସ ଠିକ ଥିବା କଥା ପରିବହନ କମିଶନର କହିଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.