ETV Bharat / state

କଟକରେ ପହଞ୍ଚିଲା ବିଶ୍ୱକପ ଟ୍ରଫି, ଆଜି ବୁଲୁଛି ସହର

author img

By

Published : Jan 11, 2023, 9:58 AM IST

Hockey world cup Trophy reached in Cuttack
କଟକରେ ହକି ବିଶ୍ୱକପ ଟ୍ରଫି

କଟକରେ ପହଞ୍ଚିଲା ହକି ବିଶ୍ୱକପ ଟ୍ରଫି । ରାତି ପାହିଲେ ବୁଲିବ କଟକ ସହର । ଅଧିକ ପଢ଼ନ୍ତୁ

କଟକରେ ହକି ବିଶ୍ୱକପ ଟ୍ରଫି

କଟକ: କଟକରେ ପହଞ୍ଚିଲା ହକି ବିଶ୍ୱକପ ଟ୍ରଫି (Hockey world cup Trophy reached in Cuttack ) । ଜଗତସିଂହପୁର ଭ୍ରମଣ ପରେ ଗତକାଲି କଟକ କନ୍ଦରପୁର ନିକଟରେ ଏହି ବିଶ୍ୱକପ ଟ୍ରଫି ପହଞ୍ଚିଥିଲା । ତେବେ ଟ୍ରଫି କଟକରେ ପହଞ୍ଚିବା ପରେ ସ୍ୱାଗତ କରିଥିଲେ କଟକ ଜିଲ୍ଲା ପ୍ରଶାସନ। । ଏହି ସମୟରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି, କଟକ ସଦର ବିଡ଼ିଓ, ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟଙ୍କ ସହ ବହୁ କ୍ରୀଡା ସଙ୍ଗଠନ ଓ ଜନସାଧାରଣ ଉପସ୍ଥିତ ରହିଥିଲେ। ।

ତେବେ ଆଜି (ବୁଧବାର) ବାରବାଟୀ ଷ୍ଟାଡିୟମରେ ଉଦଘାଟନୀ ଉତ୍ସବ ପାଇଁ ସମସ୍ତେ ବେଶ ଉତ୍ସାହିତ ରହିଛନ୍ତି । ତେବେ ଏହି ଉପଲକ୍ଷେ ପ୍ରଥମେ କଟକ ଇନ କଟକରେ ଟ୍ରଫି ଉନ୍ମୋଚିତ ହେବାପରେ ସହର ତମାମ ଏହି ଟ୍ରଫିକୁ ଭ୍ରମଣ କରାଯିବ । ଆଉ ଭ୍ରମଣ ପରେ ବାରବାଟୀ ଷ୍ଟାଡିୟମରେ ଉଦ୍ଘାଟନୀ ଉତ୍ସବରେ ଶୋଭା ବଢାଇବ ଏହି ଟ୍ରଫି । ହଜାର ହଜାର ଲୋକେ ଟ୍ରାଫିକୁ ସ୍ୱାଗତ କରୁଥିବାର ଦୃଶ୍ୟ ହକି ପ୍ରତି ଥିବା ଲୋକ ପ୍ରିୟତା ପ୍ରତିପାଦିତ କରିଥିଲା (Hockey world cup Trophy reached in Cuttack)।

ସୂଚନାଯୋଗ୍ୟ ଯେ ଜାନୁଆରୀ 13 ତାରିଖ ଠାରୁ 29 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଓ ରାଉରକେଲାରେ ବିଶ୍ୱକପ ହକି କ୍ରୀଡା ପ୍ରତିଯୋଗିତାର ଆୟୋଜନ କରାଯାଇଛି । ଏହି ଖେଳର ଲୋକାଭିମୁଖୀ ତଥା ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଟ୍ରଫିକୁ ସମସ୍ତ ଜିଲ୍ଲାରେ ପରିକ୍ରମା କରାଯାଇଛି । ଗତକାଲି ଶେଷରେ ଜଗତସିଂହପୁର ଜିଲ୍ଲାରେ ଟ୍ରଫିକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପରେ କଟକରେ ପହଞ୍ଚି ଥିଲା ଏହି ଟ୍ରଫି ।

ଦିନ ଗଡ଼ିବା ସହ ହକି ବିଶ୍ବକପକୁ ନେଇ ବଢ଼ୁଛି ଉତ୍କଣ୍ଠା । ସାରା ଦେଶରେ ପରିକ୍ରମା କରି ଫେରିଲା FIH ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ ଟ୍ରଫି । ବିଶ୍ବକପ ଟ୍ରଫି ଦେଖିବାକୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି (Hockey world cup Trophy) । ଆସନ୍ତା ଜାନୁଆରୀ 13ରୁ 29 ଯାଏଁ ଓଡିଶାରେ ହକି ବିଶ୍ବ କପ ଖେଳାଯିବ( Hockey World Cup 2023 ) । ୨୦୨୩ ହକି ବିଶ୍ବକପ ପାଇଁ ପ୍ରାୟୋଜକ ରହିଛି ଓଡିଶା ।

ଭୁବନେଶ୍ବରରେ ଥିବା କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାରେ ନିର୍ମାଣ ହେଉଥିବା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଏହି ହକି ବିଶ୍ବକପ ଖେଳାଯିବ । ଯାହାକୁ ନେଇ ଓଡ଼ିଶାବାସୀଙ୍କ ମନରେ ଦେଖିବାକୁ ମିଳିଛି ହକି ଫିଭର । ଆଉ ମାତ୍ର 3 ଦିନ ପରେ ହକି ବିଶ୍ବକପ । ଦ୍ବିତୀୟ ଥର ପାଇଁ ଓଡିଶା ଆୟୋଜନ କରୁଛି ଏହି ମେଗା ଇଭେଣ୍ଟ । ଯାହାକୁ ନେଇ ସମଗ୍ର ଓଡିଶା ଉତ୍ସବ ମୁଖର । ଏପଟେ ଆଜି (ବୁଧବାର) ବାରବାଟୀରେ ହକି ବିଶ୍ବକପର ହେବ ଉଦଘାଟନୀ ଉତ୍ସବ । ଏନେଇ କଟକର ସମସ୍ତ ସ୍କୁଲ ଓ କଲେଜ ଅପରାହ୍ନରେ ବନ୍ଦ ରହିବ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.