ETV Bharat / state

ପ୍ରଦୀପଙ୍କୁ ଆକ୍ରମଣ ପାଇଁ ହୋଇଥିଲା ଷଡ଼ଯନ୍ତ୍ର, ପିଣ୍ଟୁଙ୍କୁ NSAରେ ଅଟକ ରଖିବାକୁ ଦାବି କଲା ବିଜେପି - BJP press meet on Pradeep panigrahy

author img

By ETV Bharat Odisha Team

Published : May 16, 2024, 1:57 PM IST

BJP press meet on Pradeep Panigrahy case: ବିଜେପି ସାସଂଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣା ନେଇ କଡା ସମାଲୋଚନା କଲା ବିଜେପି । କହିଲା ଆଗରୁ ହୋଇଥିଲା ଷଡଯନ୍ତ୍ର । ଅଧିକ ପଢନ୍ତୁ

BJP PRESS MEET ON PRADEEP PANIGRAHY
BJP PRESS MEET ON PRADEEP PANIGRAHY (ETV Bharat Odisha)

BJP press meet on Pradeep Panigrahy case (ETV Bharat Odisha)

ବ୍ରହ୍ମପୁର: ବ୍ରହ୍ମପୁର ଲୋକସଭା ଆସନର ବିଜେପି ଦଳର ପ୍ରାର୍ଥୀ ତଥା ଗୋପାଳପୁରର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁଙ୍କୁ ବ୍ରହ୍ମପୁର ସହରର ଗୋଷାଣୀ ନୂଆଗାଁ ଅଞ୍ଚଳରେ ଆକ୍ରମଣ କରାଯିବା ଘଟଣା । ଏହି ଘଟଣାକୁ ନିନ୍ଦା କରିବା ସହିତ କଡା ସମାଲୋଚନା କରିଛି ଦଳ । ଏଭଳି ଆକ୍ରମଣ ପାଇଁ ଷଡଯନ୍ତ୍ର ହୋଇଥିବା ନେଇ ଦଳ ପକ୍ଷରୁ ବ୍ରହ୍ମପୁର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମାଲୋଚନା କରିବା ସହ ଏହାକୁ ନେଇ ଏଭଳି ଆକ୍ରମଣ କରିଥିବା ପିଣ୍ଟୁଙ୍କୁ ଜାତୀୟ ନିରାପତ୍ତା ଆଇନ(ଏନଏସଏ)ରେ ଅଟକ ରଖିବାକୁ ଦାବି କରିଛା ବିଜେପି ।

ଦଳ ପକ୍ଷରୁ କୁହାଯାଇଛି, ନିର୍ବାଚନରେ ହାରିବା ଭୟରେ ବିଜୁ ଜନତା ଦଳ ହିଂସ୍ର ଓ ପାଗଳ ହୋଇଯାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ବୃତ୍ତିଗତ ଗୁଣ୍ଡା, ଅପରାଧି ଦ୍ଵାରା ହିଂସା କରୁଛି । ଗତ ୧୩ ତାରିଖ ଦିନ ବିଜେଡ଼ି ପ୍ରାୟୋଜିତ ହିଂସାକୁ ଗଞ୍ଜାମ ଜିଲ୍ଲା ଭାରତୀୟ ଜନତା ପାର୍ଟି ନିନ୍ଦା କରିବା ସହ ଗୋସାଇଁନୂଆଗାଁ ୧୩୪ ନମ୍ବର ବୁଥ୍ ପାଖରେ ଶିବ ଶଙ୍କର ଦାଶ ଓରଫ ପିଣ୍ଟୁ ଦାଶ ଦ୍ଵାରା ଗୋପାଳପୁର ବିଧାୟକ ତଥା ବିଜେପି ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଡ଼ଃ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣକୁ ଦଳ ପକ୍ଷରୁ ନିନ୍ଦା କରାଯାଇଛି । ଅପରାଧି ପିଣ୍ଟୁ ଦାସ ବିରୁଦ୍ଧରେ ଜାତୀୟ ନିରାପତ୍ତା ଆଇନ (NSA) ଲାଗୁ କରାଯାଇ, ଗୋଟିଏ ମାସ ମଧ୍ୟରେ ତଦନ୍ତ ସାରି ବିଚାର ପ୍ରକ୍ରିୟାକୁ ଛଅ ମାସ ମଧ୍ୟରେ ସାରିବାକୁ ଗଞ୍ଜାମ ଜିଲ୍ଲା ବିଜେପି ଦାବି କରିଛି ।

ଏହା ମଧ୍ୟ ପଢନ୍ତୁ: ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲା, ଜେଲ ଗଲେ ପିଣ୍ଟୁ ଦାଶ - Pintu Dash Arrested


ନିର୍ବାଚନ ପୂର୍ବରୁ, ନିର୍ବାଚନ ଦିନ ଓ ନିର୍ବାଚନ ପରେ ବିଜୁ ଜନତା ଦଳ ଗୋପାଳପୁର, ବ୍ରହ୍ମପୁର, ଚିକିଟି, ଦିଗପହଣ୍ଡି ପ୍ରଭୃତି ଅଞ୍ଚଳରେ ଆତଙ୍କରାଜ ଚଳାଇ ଲୋକଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରି ଜନମତକୁ ନିଜ ସପକ୍ଷରେ ନେବାକୁ ଚେଷ୍ଟା କରି ବିଫଳ ହୋଇଛି । ଗୋପାଳପୁର ନିର୍ବାଚନମଣ୍ଡଳୀର ଗୋଳନ୍ଥରା, କୋଳଥିଗାଁ, ଗୁଣପୁର, ରଣ୍ଢା, ପଞ୍ଚମା, ହୁଗୁଳାପଟା ପ୍ରଭୃତି ଗାଁ ମାନଙ୍କରେ ବିଜେଡ଼ି ପ୍ରାର୍ଥୀଙ୍କ ସମର୍ଥକ ପ୍ରମୁଖଙ୍କୁ ସାଙ୍ଗରେ ନେଇ ବ୍ୟାପକ ଅରାଜକତା ସୃଷ୍ଟି କରିବା ବେଳେ ପୋଲିସ ନୀରବଦ୍ରଷ୍ଟା ସାଜିଥିଲା । ବ୍ରହ୍ମପୁରର କେତେକ ବିଜେପି କର୍ମୀଙ୍କୁ ଧମକ ଦେଇଥିବା ବେଳେ ପୋଲିସ ଘଟଣାକୁ ଉପଭୋଗ କରୁଥିଲା । ବ୍ରହ୍ମପୁର କୋର୍ପରେସନ୍ ସ୍କୁଲ ନିକଟରେ ବିଜେପି ଏଜେଣ୍ଟକୁ ମାଡ଼ ମାରି ବାହାର କରି ଦିଆଯାଇଥିଲା ।

ସେହିପରି ଚିକିଟି ନିର୍ବାଚନ ମଣ୍ଡଳୀରେ ବଡ଼ ପଲଙ୍କ, ତୁଟିପୁର, ପୁରୁଣା ମୈଶାନପୁର, ଭଳାସିଙ୍ଗି, ନୂଆ ମୈଶାନପୁର ଆଦି ଗ୍ରାମରେ ବିଜେଡ଼ି ଗୁଣ୍ଡା ଦ୍ଵାରା ବିଜେପି କର୍ମୀଙ୍କ ଉପରେ ହୋଇଥିବା ଆକ୍ରମଣର ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ । ସେହିପରି ଦିଗପହଣ୍ଡିର ତେଣ୍ଟିଆପଡା, ବୋରିପଦର ଗ୍ରାମରେ ଶାସକ ଦଳର ସମର୍ଥକ ମାନେ ରାଜ ଚଳାଇ ଥିଲେ । ଛତ୍ରପୁର ହୁମ୍ମା ଠାରେ ବିଜେଡ଼ିର ଗୁଣ୍ଡାମାନେ ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କୁ ଆକ୍ରମଣ କରିଛନ୍ତି । ଦୁର୍ଭାଗ୍ୟର କଥା ବ୍ରହ୍ମପୁର ଏସପି ଓ ଆଇଜିଙ୍କୁ ଘଟଣା ସମ୍ପର୍କରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଅପରାଧିମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ତ ଦୂରର କଥା ଫୋନ ମଧ୍ୟ ଉଠାଉ ନଥିଲେ ବୋଲି ବିଜେପି ପ୍ରାର୍ଥୀ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେରେ ଗୋପାଳପୁର ବିଧାୟକ ପ୍ରାର୍ଥୀ ବିଭୂତି ଭୁଷଣ ଜେନା, ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ କେ. ଅନୀଲ କୁମାର, ଚିକିଟି ବିଧାୟକ ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ, ଛତ୍ରପୁର ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ନାୟକ, ବ୍ରହ୍ମପୁର ଲୋକସଭା ସଂଯୋଜକ ସରୋଜ ସାବତ ସମେତ ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ ।

ଏଭଳି ଅମାନୁଷିକ କାଣ୍ଡ, ଦୁର୍ନୀତି ହୋଇଥିବା ଘଟଣା ନିରପେକ୍ଷ ନିର୍ବାଚନ ଉପରେ ତଥା ଗଞ୍ଜାମ ଜିଲ୍ଲାର ଆଉ ଗୋଟିଏ ଭାଗରେ ଆଗାମୀ ମେ 20 ତାରିଖରେ ହେବାକୁ ଥିବା ନିର୍ବାଚନକୁ ଯେପରି କୌଣସି ପ୍ରଭାବ ନ ପଡିବ ଏଥି ପ୍ରତି ନିର୍ବାଚନ କମିଶନ ଗୁରୁତ୍ଵ ସହ ନିଅନ୍ତୁ ବୋଲି ଗଞ୍ଜାମ ଜିଲ୍ଲା ବିଜେପି ଦାବି କରିଛି । ଯଦି ଏଥି ସତ୍ତ୍ୱେ କୌଣସି ଘଟଣା ଘଟେ ବା ଉଚିତ୍ ନ୍ୟାୟ ପାଇବାରେ ବିଳମ୍ବ ହୁଏ କିମ୍ବା ଅରାଜକତା ବୃଦ୍ଧି ହୁଏ ତାହା ହେଲେ ଗଞ୍ଜାମ ଜିଲ୍ଲା ବିଜେପି ରାଜ ରାସ୍ତାକୁ ଓହ୍ଲାଇବାକୁ ପଛାଇବ ନାହିଁ ବୋଲି ଦଳୀୟ ନେତୃବୃନ୍ଦ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।



ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.