ETV Bharat / state

କଟକରେ ଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ: ହାତଗୋଡ ବାନ୍ଧି ଘରେ ନିଆଁ ଲଗାଇଦେଲେ

author img

By

Published : Feb 25, 2021, 9:23 PM IST

Updated : Feb 25, 2021, 9:37 PM IST

ପ୍ରତିକାତ୍ମକ ଚିତ୍ର
ପ୍ରତିକାତ୍ମକ ଚିତ୍ର

କଟକରେ ଜଣେ କଲେଜ ଛାତ୍ରୀଙ୍କୁ ହାତଗୋଡ ବାନ୍ଧି ମାଡମାରିବା ପରେ ସେ ରହୁଥିବା ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ....

କଟକ: କଲେଜ ଛାତ୍ରୀଙ୍କୁ ନିଶା ଇଞ୍ଜେକ୍ସନ ଦେଲେ, ହାତ ଗୋଡ଼ ବାନ୍ଧିଲେ । ଏତିକିରେ ବି ମନ ଶାନ୍ତ ପଡ଼ିଲାନାହିଁ ତାଙ୍କ ଘରେ ନିଆଁ ମଧ୍ୟ ଲଗାଇଲେ ଦୁର୍ବୃତ୍ତ । ଏପରି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି କଟକର ମାନସିଂ ପାଟଣାରେ । ଘଟଣାଟି ପୁରା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ନିଆଁ ଲାଗି ଗୁରୁତର ଆହତ ହୋଇଥିବା ଛାତ୍ରୀଙ୍କୁ SCBରେ ଭର୍ତ୍ତି କରାଯାଇ ଥିବାବେଳେ ତନାଘନା ଆରମ୍ଭ କରିଛି ପୋଲିସ ।

କଟକରେ ଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ: ହାତଗୋଡ ବାନ୍ଧି ଘରେ ନିଆଁ ଲଗାଇଦେଲେ

କେହି ନ ଥିବାବେଳେ ଘରେ ପଶି ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି କିଛି ଦୁର୍ବୃତ୍ତ । ଆକ୍ରମଣକୁ ସାଧାରଣ ଢଙ୍ଗରେ ହୋଇ ନାହିଁ ବରଂ ଏହି ଆକ୍ରମଣ ବର୍ବରତାର ସମସ୍ତ ସୀମା ସରହଦ ପାର କରିଯାଇଛି । ଛାତ୍ରୀଙ୍କୁ ମାଡ ମାରିଥିବା ସହିତ ଇଞ୍ଜେକ୍ସନ ଦିଆଗଲା । ମୂର୍ଚ୍ଛା ହେବା ପରେ ତାଙ୍କର ହାତ ଗୋଡ଼ ବାନ୍ଧିଦେଇ ସେ ରହୁଥିବା ଘରେ ନିଆଁ ଲଗାଇ ଫେରାର ହୋଇଗଲେ । ତେବେ ୪ ଜଣ ଦୁର୍ବୃତ୍ତ ଏହି କାଣ୍ଡ କରିଥିବା ସୂଚନା ମିଳିଛି । ପରେ ଘରୁ ଧୂଆଁ ବାହାରୁଥିବା ଦେଖି ଛାତ୍ରୀଙ୍କୁ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ ଘର ମାଲିକ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ଉଦ୍ଧାର କରି SCB ରେ ଭର୍ତ୍ତି କରାଯାଇଛି । ପ୍ରଥମେ କାଜୁଆଲିଟି ଓ ପରେ ତାଙ୍କୁ ICU କୁ ସ୍ଥାନାନ୍ତରିତ କରାଯାଇଛି । ସୂଚନା ଅନୁଯାୟୀ ଆଜି(ଗୁରୁବାର) ଦିନ 12ଟା ସମୟରେ ଏହି ଘଟଣା ଘଟିଛି ।

ଛାତ୍ରୀ ଜଣକ ନିଜ ପରିବାର ଲୋକଙ୍କ ସହ ମାନସିଂ ପାଟଣାରେ ଏକ ଭଡ଼ାଘରେ ରହୁଛନ୍ତି । ତେବେ ଯୁବକମାନେ କିଏ ଓ କାହିଁକି ସେମାନେ ଏହି କାଣ୍ଡ କଲେ ସେନେଇ ସ୍ପଷ୍ଟ ହୋଇନାହିଁ । ଏହିକ୍ରମରେ ଛାତ୍ରୀଙ୍କ ବାପା ମାଆଙ୍କୁ ପଚରା ଉଚରା କରୁଛି ପୋଲିସ । ଅନ୍ୟପଟେ ଛାତ୍ରୀ ଜଣକ ଦି ଦିନ ତଳେ କେହି ଯୁବକ ତାଙ୍କ ଫଟୋକୁ ଡକ୍ଟରେଟ କରି ସୋସିଆଲ ମିଡିଆରେ ଭାଇରାଲ କରିବା ନେଇ ଲାଲବାଗ ଥାନାରେ ଅଭିଯୋଗ କରିଥିଲେ । ସେପଟେ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated :Feb 25, 2021, 9:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.