ETV Bharat / state

ଜରିପାଲ ତଳେ ଭାଷଣ ଦେଲେ ରାଷ୍ଟ୍ରପତି, କଟକରେ ମହାମହିମଙ୍କୁ ଅସମ୍ମାନ !

author img

By

Published : Jul 26, 2023, 7:56 PM IST

ଜରିପାଲ ତଳେ ବସିଲେ ରାଷ୍ଟ୍ରପତି
ଜରିପାଲ ତଳେ ବସିଲେ ରାଷ୍ଟ୍ରପତି

ବର୍ଷା ଦିନରେ ଜରିପାଲ ତଳେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ । କଟକ ଇଣ୍ଡୋର ଷ୍ଟାଡିୟମରେ ହାଇକୋର୍ଟ ୭୫ତମ ପ୍ରତିଷ୍ଠା ଦିବସ ସମୟରେ ଷ୍ଟାଡିୟମ ଉପରେ ଜରିପାଲ ଲାଗିଥିବା ଦେଖିବାକୁ ମିଳିଥିଲା । ଯାହା ଦେଶର ରାଷ୍ଟ୍ରପତିଙ୍କ ପ୍ରତି ଅପମାନ ବୋଲି କହିଛନ୍ତି ବୁଦ୍ଧିଜୀବୀ । ଅଧିକ ପଢ଼ନ୍ତୁ

ଜରିପାଲ ତଳେ ବସିଲେ ରାଷ୍ଟ୍ରପତି

କଟକ: ଦେଶର ପ୍ରଥମ ନାଗରିକଙ୍କୁ ଓଡ଼ିଶାରେ ପୁଣି ଅସମ୍ମାନ ! କଟକ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ହୋଇଥିବା ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ ଉତ୍ସବକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆପଣଙ୍କ ମନରେ ପ୍ରଶ୍ନ ସୃଷ୍ଟି ହେଉଥିବ କେମିତି ଏବଂ କିପରି ଅସମ୍ମାନ ? ଏହା କିପରି ସମ୍ଭବ ? କାହାର ସାହସ ହେବ ତାହା ପୁଣି ଦେଶର ପ୍ରଥମ ନାଗରିକଙ୍କୁ ଅସମ୍ମାନ କରିବ ? ତେବେ ଏହା କୌଣସି ବ୍ୟକ୍ତିଙ୍କ ଦ୍ଵାରା ଅସମ୍ମାନ କରାଯାଇନାହିଁ । ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ଉପରେ ଜରିପାଲ ଟାଣି ତଳେ ମହାମହିମ ରାଷ୍ଟ୍ରପତିଙ୍କୁ ବସାଇବା, ଇଏ କି ପ୍ରକାର ସମ୍ମାନ ! ଏହାକୁ ନେଇ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହେଲାଣି ।

ରାଷ୍ଟ୍ରପତି କଟକ ଗସ୍ତରେ ଅନେକ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ପ୍ରଥମେ କଟକଚଣ୍ଡୀ ମନ୍ଦିର ଯାଇ ମା'ଙ୍କ ଦର୍ଶନ କରିବାପରେ ସେଠାରୁ ଶୈଳବାଳା ମହିଳା ମହାବିଦ୍ୟାଳୟ ଯାଇଥିଲେ । ଏହାପରେ ଜବାହରଲାଲ ଇଣ୍ଡୋର ଷ୍ଟାଡିୟମରେ ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠାରୁ ହାଇକୋର୍ଟର ମ୍ୟୁଜିୟମ ଏବଂ ପରେ ହାଇକୋର୍ଟର ପୁରୁଣା ବିଲ୍ଡିଂରେ ମଧ୍ୟାହ୍ନ ଭୋଜନ କରିଥିଲେ । ଏହାପରେ କଟକ ଏସ୍‌ସିବି ମେଡିକାଲ କଲେଜ ଏବଂ ଶେଷରେ ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ ରାଷ୍ଟ୍ରପତି । ଏ ତମାମ କାର୍ଯ୍ୟକ୍ରମ ମଧ୍ୟରେ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ହୋଇଥିବା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉତ୍ସବକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେଠାରେ ଯଦିଓ ଶାନ୍ତି ଶୃଙ୍ଖଳାର ସହ କାର୍ଯ୍ୟକ୍ରମ ଶେଷ ହୋଇଛି, ମାତ୍ର ସେଠାରେ ଅବ୍ୟବସ୍ଥାର ଚିତ୍ର କ୍ୟାମେରାରେ କଏଦ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ; ତ୍ୱରିତ ନ୍ୟାୟ ଉଭୟ ପୀଡ଼ିତ ଓ ନିର୍ଦ୍ଦୋଷଙ୍କୁ ସହାୟକ ହେବ କହିଲେ ରାଷ୍ଟ୍ରପତି

ମହାମହିମ ରାଷ୍ଟ୍ରପତି ଯେଉଁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ, ସେହି ଷ୍ଟାଡିୟମ ଉପରେ ଜରିପାଲ ପଡିଥିଲା । ତାହା ପୁଣି ରଶିରେ ବନ୍ଧା ଯାଇଥିଲା । ବର୍ଷା ଦିନରେ ଜରିପାଲ ତଳେ ଦେଶର ପ୍ରଥମ ନାଗରିକ ବସିବାକୁ ନେଇ ବୁଦ୍ଧିଜୀବୀ ମହଲରେ କଡା ନିନ୍ଦା କରାଯାଇଛି । ଏହା ରାଷ୍ଟ୍ରପତିଙ୍କୁ ଅସମ୍ମାନ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି ।

ଆଇନଜୀବୀ ରବାନ୍ଦ୍ରନାଥ ପାଲ କହିଛନ୍ତି, "ଯଦି ପ୍ରବଳ ବର୍ଷା ଆଉ ପବନ ହୋଇଥାନ୍ତା, ତେବେ ସେଠାରେ ନିଶ୍ଚୟ ଅସୁବିଧା ହୋଇଥାନ୍ତା । କାରଣ ଯେଉଁ ଜରିପାଲ ପଡିଥିଲା, ଆଉ ପତଳା ରଶିରେ ବନ୍ଧା ଯାଇଥିଲା । ପବନ ଜୋରରେ ହୋଇଥିଲେ ଜରିପାଲ ଉଡି ଯିବାଟା ଥୟ । ତେଣୁ ଏସବୁକୁ ଦୃଷ୍ଟିରେ ରଖି ପ୍ରଶାସନ କହିଁକି ତାହାର ମରାମତି ପୂର୍ବରୁ କରିନଥିଲା ? ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ବହୁତ ଆଗରୁ ନିର୍ଦ୍ଧାରୀତ ହୋଇଥିଲା । ଏହାର ମରାମତି ବି ହୋଇପାରିଥାନ୍ତା । ଠିକ ବର୍ଷେ ପୂର୍ବରୁ ଏହି ସ୍ଥାନକୁ କେନ୍ଦ୍ରମନ୍ତ୍ରୀ ଆସିଥିଲେ । ସେତେବେଳେ ବି ଏହାକୁ ନେଇ ଚର୍ଚ୍ଚା ହୋଇଥିଲା । ମାତ୍ର ଏଥିରେ କୌଣସି ପ୍ରଭାବ ପଡିନଥିଲା । ନଚେତ ଏହାର ମରାମତି ହୋଇଯାଇଥାନ୍ତା ।" ତେବେ ପାଲତଳେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ କରିବା, ରାଷ୍ଟ୍ରପତିଙ୍କ ପାଇଁ ଅସମ୍ମାନ ବୋଲି ଆଇନଜୀବୀ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.