ETV Bharat / state

ଆଜି ହୋଲି, ଅଘଟଣ ରୋକିବାକୁ ଅଗ୍ନିଶମ ବିଭାଗର ପ୍ରସ୍ତୁତି

author img

By

Published : Mar 8, 2023, 8:10 AM IST

fire department preparations for Holi
ଅଘଟଣ ରୋକିବାକୁ ଅଗ୍ନିଶମ ବିଭାଗର ପ୍ରସ୍ତୁତି

ଆଜି ରଙ୍ଗର ପର୍ବ ହୋଲି । ଏହି ଉତ୍ସବ ଦିନରେ ଯେପରି କୌଣସି ଅଘଟଣ ନ ଘଟେ ନେଇ କଟକ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରିଛି । ଅଧିକ ପଢନ୍ତୁ

ଅଘଟଣ ରୋକିବାକୁ ଅଗ୍ନିଶମ ବିଭାଗର ପ୍ରସ୍ତୁତି

କଟକ: ଆଜି ରଙ୍ଗର ପର୍ବ ହୋଲି । ଆନନ୍ଦ ଉଲ୍ଲାସର ପବିତ୍ର ପର୍ବ ହୋଲି । ଏନେଇ ସବୁଠି ଉତ୍ସବ । ହୋଲି ଖେଳି ସାରିବା ପରେ ପ୍ରତିବର୍ଷ ଅଘଟଣ ଘଟିଥାଏ । ରଙ୍ଗ ଛଡାଇବାକୁ ଅନେକ ନଦୀ ଘାଟକୁ ଗାଧୋଇ ଯାଇଥାନ୍ତି । ଏହି ସମୟରେ ଅଘଟଣ ଘଟିଥାଏ । ବିଗତ ଦିନରେ ଅନେକ ଜୀବନ ଦୀପ ଲିଭିଯାଇଥିଲା । ଏଥର ଯେପରି କୌଣସି ଅଘଟଣ ନ ଘଟେ ସେ ଦିଗରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । କାହିଁକି ନା କେତେବେଳେ କଣ ଅଘଟଣ ଘଟିବ ତାହା କିଏ କହିବ। କଟକ ଜିଲା ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ନଦୀଘାଟ, ଗାଧୁଆ ତୁଠ ଗୁଡିକରେ ଅଗ୍ନିଶମ ବାହିନୀର ଯବାନଙ୍କ ସହ ରେସକ୍ୟୁ ବୋଟ ଓ ଉଦ୍ଧାର କାରୀ ଦଳ ମୁତୟନ କରାଯାଇଛି। ନିଶାସକ୍ତ ହୋଇ କେହିବି ନଦୀକୁ ଗାଧୋଇ ନ ଯିବାକୁ ପରାମର୍ଶ ଦେଇଛନ୍ତି ଅଗ୍ନିଶମ AFO । କଟକ ସହରର କାଠଯୋଡ଼ି ଓ ମହାନଦୀ ଦୁଇଟି ନଦୀରେ ବର୍ତ୍ତମାନ ଅଧିକ ପାଣି ରହିଛି । କେଉଁଟି ବଡ଼ବଡ଼ ଗଣ୍ଡ ମଧ୍ୟ ରହିଛି । ବିଶେଷକରି ଯୋବ୍ରା ଆନିକଟ, ଚହଟା ନଦୀ ପଠା, ଜଗତପୁର ନଦୀ ପଠା ଗଡ଼ଗଡ଼ିଆ ଘାଟ ଆଦି ଅଞ୍ଚଳରେ ଅଗ୍ନିଶମ ବିଭାଗ ପକ୍ଷରୁ ସବୁ ବନ୍ଦୋବସ୍ତ କରଯାଇଛି ।

ଏହା ବି ପଢନ୍ତୁ....ଆସନ୍ତା 13 ତାରିଖରେ ରାଜଭବନ ଘେରାଉ କରିବ କଂଗ୍ରେସ

ବିଶେଷକରି ଅଘଟଣ ରୋକିବା ଦିଗରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି । ଏହାସହ ଲାଇଫ ଜ୍ୟାକେଟ , ବୁଡାଳି, ବୋଟ ମଧ୍ୟ ମୁତୟନ କରାଯାଇଛି । ହୋଲିରେ ନିଶା ସେବନ କରି ଲୋକମାନେ ନଦୀରେ ଗାଧୋଇବାକୁ ଯାଇଥାନ୍ତି । ଆଉ ଚୋରା ବାଲିରେ ଗୋଡ଼ ଫସିବା ପରେ ଆଉ ପାଣିରୁ ଉଠି ପାରି ନଥାନ୍ତି । ଫଳରେ ପାଣିରେ ବୁଡି ଯିବାର ସମ୍ଭାବନା ଥାଏ । ତେଣୁ ବର୍ତ୍ତମାନ ସମୟରେ ଏହି ଦିଗ ଉପରେ ରାଜ୍ୟ ଅଗ୍ନିଶମ ବିଭାଗ ବେଶି ଗୁରୁତ୍ବ ଦେଉଥିଲା ବେଳେ କଟକ ସହରରେ ହୋଲିରେ ଯେପରି କୌଣସି ଅଘଟଣ ନଘଟେ ସେ ଦିଗରେ ଯଥେଷ୍ଟ ଧ୍ୟାନ ଦେଇଛନ୍ତି କଟକ ଅଗ୍ନିଶମ ବିଭାଗ ।

ଗତ କିଛି ବର୍ଷ ଯଦି ଦେଖିବା ହୋଲି ସମୟରେ ନଦୀରେ ବୁଡି ଅନେକ ଲୋକଙ୍କ ପ୍ରାଣ ଯାଇଛି । ଯାହାକୁ ନେଇ କେତେ ଯେ ପରିବାର ଛାରଖାର ହୋଇଯାଇଛି । ତେଣୁ ଏହି ବିପଦ ଆସିବାକୁ ନଦେବା ପାଇଁ ଲୋକମାନେ ସଚେତନତ ହେବା ଆବଶ୍ୟକ ବୋଲି କହିଛନ୍ତି କଟକ ଅଗ୍ନିଶମ AFO ସଞ୍ଜୀବ କୁମାର ବେହେରା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.