ETV Bharat / state

ଆସନ୍ତା 13 ତାରିଖରେ ରାଜଭବନ ଘେରାଉ କରିବ କଂଗ୍ରେସ

author img

By

Published : Mar 8, 2023, 6:53 AM IST

ଆସନ୍ତା 13 ତାରିଖରେ ରାଜଭବନ ଘେରାଉ କରିବ କଂଗ୍ରେସ
ଆସନ୍ତା 13 ତାରିଖରେ ରାଜଭବନ ଘେରାଉ କରିବ କଂଗ୍ରେସ

ଆସନ୍ତା 13 ତାରିଖରେ ରାଜଭବନ ସମ୍ମୁଖରେ ଏକ ବିଶାଳ ଗଣ ଧାରଣା ଦେବ କଂଗ୍ରେସ । ସାରା ଦେଶରେ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି କରିଛି କଂଗ୍ରେସ । ଅଧିକ ପଢନ୍ତୁ

ଭୁବନେଶ୍ବର: ଆସନ୍ତା 13 ତାରିଖରେ ରାଜଭବନ ଘେରାଉ କରିବ ରାଜ୍ୟ କଂଗ୍ରେସ । ରାଜ୍ୟସ୍ତରୀୟ ଗଣ ବିକ୍ଷୋଭ ସହ ରାଜଭବନ ଘେରାଉ କରିବ କଂଗ୍ରେସ । କେନ୍ଦ୍ର ସରକାରଙ୍କ ମନ ଇଚ୍ଛା ଆଦାନୀ ପ୍ରୀତି, ଆଦାନୀଙ୍କ ଦ୍ଵାରା କୋଟିକୋଟି ଟଙ୍କା ଜାଲିଆତି ପାଇଁ ମୋଦି ସରକାର ଦାୟୀ ବୋଲି ଅଭିଯୋଗ ଆଣି ରାଜଭବନ ଘେରିବ କଂଗ୍ରେସ।ଏସବିାଇ ଓ ଏଲଆଇସି ଠାରୁ କୋଟି କୋଟି ଟଙ୍କା ଜାଲିଆତି କରି ଠକି ନେଇଥିବା ଆଦାନୀ ଗ୍ରୁପ ବିରୋଧ ରେ ରାଜରାସ୍ତା କୁ ଓହ୍ଲାଇଛି କଂଗ୍ରେସ। ସଂସଦରେ ଜେପିସି ତଦନ୍ତ ପାଇଁ କଂଗ୍ରେସ ଅଧ୍ୟକ୍ଷ ଦାବି ଉଠାଇବା ସତ୍ତ୍ୱେ କେନ୍ଦ୍ର ସରକାର ଅନୁମତି ନଦେବା ଅତ୍ୟନ୍ତ ଦୁଃଖଦ ବୋଲି ପୂର୍ବରୁ କଂଗ୍ରେସ କହିଛି।

ତେଣୁ ଆସନ୍ତା 13 ତାରିଖରେ ରାଜଭବନ ସମ୍ମୁଖରେ ଏକ ବିଶାଳ ଗଣ ଧାରଣା ଦେବ କଂଗ୍ରେସ । ସାରା ଦେଶରେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି କରିଛି କଂଗ୍ରେସ । ହିଣ୍ଡେନବର୍ଗ ରିପୋର୍ଟ ଆଧାରରେ ଆଦାନୀ କମ୍ପାନୀ ଆର୍ଥିକ ଅନିୟମିତତାରେ ସମ୍ପୃକ୍ତ ଅଛି । ଫଳରେ ଦେଶର ଅର୍ଥନୀତି ମଧ୍ୟ ପ୍ରଭାବିତ ହୋଇଛି । ୯ ବର୍ଷ ଭିତରେ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ସରକାର ନିର୍ଦ୍ଦିଷ୍ଟ କିଛି ପୁଞ୍ଜିପତିଙ୍କୁ ଦେଶର ସମସ୍ତ ଜାତୀୟ ସମ୍ପତ୍ତି ଟେକି ଦେଇଛନ୍ତି। ଦେଶର ଆର୍ଥିକ ସ୍ଥିତି ଶୋଚନୀୟ ହେବାରେ ଲାଗିଛି । ଦେଶ କାଙ୍ଗାଳ ହେବାକୁ ବସିଲାଣି । ଲୋକଙ୍କ ଉପରେ ଆର୍ଥିକ ବୋଝ ବଢ଼ି ଚାଲିଛି । ଏହାର ପ୍ରତିବାଦରେ ରାଜ୍ୟ କଂଗ୍ରେସ ରାଜଭବନ ସମ୍ମୁଖରେ ଧାରଣା ଦେବ ବୋଲି କହିଛନ୍ତି ବିଧାୟକ ସୁର ରାଉତରାୟ ।

ସୁର କହିଛନ୍ତି ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ଡାକରାରେ ସାରା ଦେଶରେ ଏହା ବିରୋଧରେ ପ୍ରତିବାଦର ଆରମ୍ଭ କରିଛି କଂଗ୍ରେସ । କଂଗ୍ରେସର ୩୩ଟି ସାଙ୍ଗଠନିକ ଜିଲ୍ଲାରେ ଏହା ବିରୋଧରେ ପ୍ରତିବାଦ ଆରମ୍ଭ ହୋଇଛି । ଆସନ୍ତା ସପ୍ତାହରେ ବ୍ଲକ ଘେରାଉ କରାଯିବ । ଏହା ସହ ବିଧାନସଭା ଘେରାଉ ମଧ୍ୟ କରାଯିବ । ଲୋକଙ୍କୁ ସଚେତନ କରିବା ପାଇଁ କଂଗ୍ରେସ ପ୍ରତିବାଦ କରିବ । ଏଆଇସିସି ଅଧ୍ୟକ୍ଷ ମଳିକାର୍ଜୁନ ଖଡ଼ଗେ ସଂସଦରେ ଆଦାନୀ ଆର୍ଥିକ ଘୋଟଲାର ପର୍ଦ୍ଦାଫାସ ପାଇଁ ଜେପିସି ତଦନ୍ତ ପାଇଁ ଦାବି କରିଥିଲେ । ଏବେ ମଧ୍ୟ କଂଗ୍ରେସ ପକ୍ଷରୁ ସମାନ ଦାବି ଦୋହରା ଯାଇଛି । କୋଟିକୋଟି ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କଂଗ୍ରେସ ପକ୍ଷରୁ ପ୍ରତିବାଦର ସ୍ୱର ଶାଣିତ କରାଯାଉଛି । ଆସନ୍ତା 13 ତାରିଖରେ ଏକ ବିଶାଳ ରାଲି କରିବ କଂଗ୍ରେସ ବୋଲି କହିଛନ୍ତି ସୁର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.